May 14, 2026
Home » କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

0
WhatsApp Image 2026-05-13 at 2.15.44 PM

 

A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ୮୧ ଜଣ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ…..

ଧର୍ମଗଡ :ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାରେ ଧର୍ମଗଡ଼ ଉପଖଣ୍ଡରେ A1 ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ୮୧ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଆଜି କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ଵର୍ଦ୍ଧିତ କରାଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମ ସାଗର ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ହୋଟେଲ ରୟାଲ ପେଲେସ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଅଡେପୁ, ସିଟିଜେନ୍ ଫୋରମର ସଦସ୍ୟ ଆଇନଜିବୀ ତୁଷାର ରଞ୍ଜନ ପଟ୍ଟଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ର ଉଜ୍ଜଳ ଭବିଷ୍ୟତ କାମନା କରିଥଲେ।ଧର୍ମଗଡ଼ ବ୍ଲକ ଶିକ୍ଷାଅଧିକାରୀ ପଙ୍କଜିନୀ ମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିରଞ୍ଜନ ମୁଦୁଲି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଧନ୍ଯବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ,ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାରେ ଧର୍ମଗଡ଼ ଉପଖଣ୍ଡର ୬ଗୋଟି ବ୍ଲକ ର ୧୫୫ ଗୋଟି ସ୍କୁଲର ୯୯୨୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୯୭୧୫ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଉପଖଣ୍ଡରେ ଶତକଡା ପାସ୍ ହାର ୯୭.୮୪% ଥିବା ବେଳେ ୫୮ ଟି ବିଦ୍ୟାଳୟ ରୁ ଶତ ପ୍ରତିଶତ ପାସ୍ କରିଛନ୍ତି। ୮୧ ଜଣ ଛାତ୍ର ଛାତ୍ରୀ A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୮୦ ଜଣ A2 , ୨୧୫୪ ଜଣ B1,୨୬୪୩ ଜଣ B2,୨୩୩୫ ଜଣ C,୧୩୧୭ ଜଣ D ଓ ୪୦୫ ଜଣ ଛାତ୍ର ଛାତ୍ରୀ E ଗ୍ରେଡ ରେ ପାସ୍ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *