March 17, 2025
Home » କଳାହାଣ୍ଡି ରେ ଭାଲୁ ଆତଙ୍କ ଉଦ୍ଧାର ହେଲା ଭାଲୁ,ଲୋକଙ୍କ ମନରେ ଭୟ ଓ ଆଶଙ୍କା ହେଲା ଦୂର

କଳାହାଣ୍ଡି ରେ ଭାଲୁ ଆତଙ୍କ ଉଦ୍ଧାର ହେଲା ଭାଲୁ,ଲୋକଙ୍କ ମନରେ ଭୟ ଓ ଆଶଙ୍କା ହେଲା ଦୂର

0

ଦୀର୍ଘ ଘଣ୍ଟାର ଅନ୍ତ ପରେ ବନ ବିଭାଗ ପକ୍ଷରୁ ଉଦ୍ଧାର ହେଲା ଭାଲୁ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ଥିବା ମୁଖିଗୁଡା ଠାରେ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ ଆଜି କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନା ଯୋଗ୍ୟ ଯେ ମୁଖୀଗୁଡା ଓଏଚପିସି ମହୁଳପାଟଣା ଘାଟି ରାସ୍ତାରେ ଭାଲୁ ବୁଲୁଥିବା ଲୋକେ ଦେଖିଥିଲେ।

ପରବର୍ତ୍ତୀ ସମୟରେ ଗୁରୁବାର ରାତିରେ ମୁଖୀଗୁଡା ଗାଁ କୁ ଭାଲୁ ଚାଲି ଆସିଥିବା ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା।ତେବେ ଲୋକେ ଭାଲୁ କୁ ଦେଖି ଗୋଡ଼ାଇବା ଫଳରେ ଭାଲୁ ଓଏଚପିସିର ଏକ ଗୋଦାମ ଘରେ ଲୁଚି ଯାଇଥିଲା। ଡିଏଫ୍ଓ, ଉଦ୍ଧାର କାରି ଦଳ ଓ ଜୟପାଟଣା ବନବିଭାଗର ମିଳିତ ଉଦ୍ୟମରେ ଏହି ଭାଲୁଟିକୁ ଉଦ୍ଧାର କରାଯାଇଛି ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *