August 20, 2026
Home » କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ ‘କଫି ବ୍ରେକ୍’ କାର୍ଯ୍ୟକ୍ରମ

କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ ‘କଫି ବ୍ରେକ୍’ କାର୍ଯ୍ୟକ୍ରମ

0
WhatsApp Image 2026-07-05 at 9.22.29 PM

– ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି

ଭୁବନେଶ୍ବର: କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କଫି ବ୍ରେକ୍’ର ତୃତୀୟ ସଂସ୍କରଣ ସ୍ଥାନୀୟ ଷ୍ଟୁଡିଓ ଏନ୍ ଆର୍ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ଵ ସାହିତ୍ୟପ୍ରେମୀ ଯୋଗ ଦେଇ ଓଡିଆ କବିତା, ଗପ, ଗୀତକୁ ଉପଭୋଗ କରିଥିଲେ l ଏହି ଅବସରରେ ସୁଖ୍ୟାତ ଲେଖକ ଦେବବ୍ରତ ଦାସଙ୍କ ଉପନ୍ୟାସ ‘ତୁଷ’ ଏବଂ ନିହାର ରଞ୍ଜନ ପରିଡ଼ାଙ୍କ ଉପନ୍ୟାସ ‘ରେନକୋଟ୍’ର ତୃତୀୟ ସଂସ୍କରଣ ଲୋକାର୍ପଣ ହୋଇଥିଲା l ପ୍ରାୟ ପଚିଶରୁ ଉର୍ଦ୍ଧ୍ଵ ଯୁବପିଢ଼ି ନିଜର କବିତା, ଗଳ୍ପ ଏବଂ ସଙ୍ଗୀତ ନିଆରା ଶୈଳୀରେ ପରିବେଷଣ କରିଥିଲେ l ଦର୍ଶକମାନେ ଟିକେଟ୍ କାଟି ଓଡ଼ିଆ କବିତା ଶୁଣିବାକୁ ଆସିବା ସମସ୍ତଙ୍କୁ ଉତ୍ସାହିତ କରିଥିଲା l ଯୁବ କବି ଏବଂ ଗାଳ୍ପିକଙ୍କ ନୂଆ ବହି ସବୁକୁ ବଡ଼ ଆଗ୍ରହରେ ସମସ୍ତେ କିଣିବା ସହ ସେମାନଙ୍କର ଦସ୍ତଖତ ନେଇଥିଲେ l ଯୁବପିଢ଼ିକୁ ଓଡ଼ିଆ ଭାଷାସାହିତ୍ୟ ଏବଂ ସଙ୍ଗୀତ ସହ ଯୋଡ଼ି ରଖିବାରେ କଳିଙ୍ଗ ଭାଷା ମୁକ୍ତମଞ୍ଚର ଏପରି ପ୍ରୟାସର ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ l
ସୂଚନଯୋଗ୍ୟ ଯେ, କଳିଙ୍ଗ ଭାଷା ମୁକ୍ତମଞ୍ଚ ବିଗତ ଛ ବର୍ଷ ଧରି ଓଡ଼ିଆ ଭାଷାରେ ଏପରି ମୁକ୍ତମଞ୍ଚ (ଓପନ୍ ମାଇକ୍) କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି l ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରତିଭାବାନ୍ ଯୁବକଯୁବତୀ ଏହା ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରି ପରିଚୟ ସୃଷ୍ଟି କରିପାରିଛନ୍ତି l ସାମାଜିକ ଗଣମାଧ୍ୟମରେ ଏହି ସବୁ କବିତା, ସଙ୍ଗୀତ ଖୁବ୍ ଲୋକପ୍ରିୟ ମଧ୍ଯ ହୋଇଛି l କାର୍ଯ୍ୟକ୍ରମରେ ତରୁଣ ପିଢ଼ିର ପ୍ରତିଭାବାନ୍ କବି ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ଉପସ୍ଥାପନ କରିଥିଲା ବେଳେ କଳିଙ୍ଗ ଭାଷା ମୁକ୍ତମଞ୍ଚର ଆବାହକ ସତ୍ୟ ଶିବ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ଅଂଶୁମାନ ସାହୁ, ଜ୍ୟୋତି ରଞ୍ଜନ ବାରିକ, ସୁମିତ୍ ପଣ୍ଡା, ବିଶ୍ଵକସେନ୍ ଦାଶ ପ୍ରମୁଖ ସହଯୋଗ କରିଥିଲେ l

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed