କାଳ ବୈଶାଖୀ ଯୋଗୁଁ ବିଦ୍ୟୁତ୍ ସେବା ବନ୍ଦ : ଜନଜୀବନ ଅସ୍ତବ୍ୟସ୍ତ l
ସୁବର୍ଣ୍ଣପୁର —ବିଫଳ ହୋଇଛି ବିଦ୍ୟୁତ୍ ସେବା l 5 ଦିନ ହେବ ଗାଁ ରେ ନାହିଁ ବିଦ୍ୟୁତ I ଅନ୍ଧାରରେ ଜୀବନ କଟୁଛି ସାଧାରଣ ଲୋକଙ୍କ l ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି l ଏଥିଯୋଗୁଁ ତାତିଲେ ଲୋକେ I ବିଦ୍ୟୁତ କାର୍ଯ୍ୟାଳୟ ଆଗରେ କଲେ ପ୍ରତିବାଦ I ଏପଟେ ଅଞ୍ଚଳରେ 45 ଡିଗ୍ରୀ ଖରା ଡହକ ବିକଳ ଜନଜୀବନ I ସେପଟେ ବିଦ୍ୟୁତ କାଟ I ଗୁଳୁଗୁଳି ରେ ଅତିଷ୍ଟ ଲୋକେ I ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଳା ପଂଚାୟତ ର ପ୍ରଧାନପାଳି ,ବଉଳସିଙ୍ଗା , ଧଉଁରାକୁଦ ,ଟୁନିମୁଣ୍ଡା ,ପାଇକବାହାଲ ଆଦି ଗ୍ରାମରେ 5 ଦିନ ହେବ ବିଦ୍ୟୁତ ସେବା ବନ୍ଦ ରହିଛି I କେବଳ କିଛି ସ୍ଥାନ ରେ ବିଦ୍ୟୁତ ସଂଯୋଗ ଦେଇ ଚୁପ ହୋଇ ରହିଛି ବିଭାଗ I ଫଳରେ ଅଞ୍ଚଳ ର ମହିଳା ପୁରୁଷ ମନମୁଣ୍ଡା ବିଦ୍ୟତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି I ଏପଟେ ତୁରନ୍ତ ବିଦ୍ୟୁତ ସେବା ଯୋଗେଇଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ I
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
