କୁଲିପାଲି ସିଦ୍ଧେଶ୍ଵର ବାବା ମଠ ଠାରେ ସ୍ବଚ୍ଛତା ହିଁ ସେବା ଓ ଏକ୍ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ସିଦ୍ଧେଶ୍ୱର ବାବା ମଠ କୁଲିପାଲିଠାରେ ସ୍ବଚ୍ଛତା ହିଁ ସେବା ଓ ଏକ୍ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାଚୀନ ସମାଧି ପୀଠ ସିଦ୍ଧେଶ୍ୱର ବାବା ମଠ ପରିସରର ଅଳିଆ ଆବର୍ଜନା ସଫା କରାଯାଇଥିଲା। ଅନେକ ସମୟରେ ମଠରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ,ଏଣୁ ମଠ ପରିସରକୁ ଆବର୍ଜନା ମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦିଆ ଯାଇଥିଲା।ଏହାସହ ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତାକୁ ଉପଲବ୍ଧି କରି ମଠ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବିତ୍ ଦାଶ, ପ୍ରଭାତି ନନ୍ଦ,ପୂଜା ମିଶ୍ର,ମାନସୀ,ସାଈ ଶ୍ରୁତି ଦାଶ,ଜଦୁ ନଦନ ରଥ,ବ୍ୟାସ ଦେବ ନନ୍ଦ,ବିକାଶ ରଥ,ଅମ୍ଲାନ, ଆର୍ଯ୍ୟନ, ଉଦିତ, କୃଷ୍ଣ,ଅରୁଣ, ଜୟପ୍ରକାଶ,ମାନସ ପ୍ରମୁଖ କୁଲିପାଲିର ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇ ମଠ ସଫେଇ କରିବା ସହ ବୃକ୍ଷ ରୋପଣ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
