କେନ୍ଦୁଝର ରେ ବିଶ୍ୱ ରକ୍ତଦାତା ଦିବସ
କେନ୍ଦୁଝର :-କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରେ ବିଶ୍ୱ ରକ୍ତଦାତା ଦିବସ ସମାରୋହରେ ପାଳିତ ହୋଇଯାଇଛି, ଏ ଉପଲକ୍ଷେ ଜିଲ୍ଲା ରକ୍ତକେନ୍ଦ୍ର ରେ ଆୟୋଜିତ ଉତ୍ସବ ରେ ଜିଲ୍ଳା ରେଡ଼କ୍ରସ ଯୁଗ୍ମସମ୍ପାଦକ ଶ୍ରୀ ଏ ଆର ଖାନ ସଭାପତିତ୍ୱ କରିଥିବାବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠି ମୁଖ୍ୟ ଅତିଥି, ଏଡିଏମଓ ମେଡିକାଲ ଡାକ୍ତର ପି କେ ମିଶ୍ର ସମ୍ମାନିତ ଅତିଥି ଡିପିଏମ ଡାକ୍ତର ନିତ୍ୟରଞ୍ଜନ ବରାଳ ମୁଖ୍ୟବକ୍ତା, ଡିପିଏଚସିଓ ଭରତ ସାହୁ, ରକ୍ତକେନ୍ଦ୍ର ଅଧିକାରୀ ମନୁମଙ୍ଗତ ମାରାଣ୍ଡି ଅନ୍ୟତମ ଅତିଥିଭାବେ ଯୋଗ ଦେଇ ରକ୍ତଦାନ ର ଆବଶ୍ୟକତା ଓ ଉପକାରିତା ସମ୍ପର୍କ ରେ ତଥ୍ୟ ଭିତ୍ତିକ ସନ୍ଦର୍ଭ ଉପସ୍ଥାପନା କରିଥିଲେ,

ଏ ଅବସରରେ ରକ୍ତ କେନ୍ଦ୍ର ରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ସହିତ ଅତିଥିବୃନ୍ଦ ରକ୍ତ ଦାତା, ରକ୍ତଦାନ ଶିବିର ଆୟୋଜକ, ପୃଷ୍ଠପୋଷକ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ, ରକ୍ତଦାନ ସଚେତନତା ରଥ କୁ ମୁଖ୍ୟ ଅତିଥି ଉଦଘାଟନ କରିବା ପରେ ଏହା ସ୍ଲୋଗାନ ସହିତ ସହର ପରିକ୍ରମା କରିଥିଲା, ରକ୍ତକେନ୍ଦ୍ର ଲୋକସମ୍ପର୍କଅଧିକାରୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ବୃନ୍ଦାବନ ସାହୁ, ସରୋଜ କୁମାର ପଣ୍ଡା, ଗୌରୀ ଶଙ୍କର ମଲ୍ଲିକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
