April 27, 2025
Home » କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ଜାତୀୟ କ୍ରୀଡ଼ାରେ ସିଲଭର ଜିତିଲେ ପ୍ରବୀଣ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ଜାତୀୟ କ୍ରୀଡ଼ାରେ ସିଲଭର ଜିତିଲେ ପ୍ରବୀଣ

0
WhatsApp Image 2024-09-20 at 2.53.40 PM

ସୁବର୍ଣ୍ଣପୁର — ଦିଲ୍ଲୀ ରେ ଆୟୋଜିତ ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ୫୩ ତମ ଜାତୀୟ କ୍ରୀଡ଼ା ରେ ଅଂଶଗ୍ରହଣ କରି ଜୁଡୋ ରେ ସିଲଭର ମେଡାଲ ଜିତିଛନ୍ତି ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ର ପ୍ରବୀଣ ନାଏକ। ଗତ ୧୦ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିଥିବା ଏହି ଜାତୀୟ କ୍ରୀଡ଼ାରେ ଓଡିଶାର ଏକମାତ୍ର କୃତୀ କ୍ରୀଡାବିତ ଭାବରେ ଜୁଡୋ ରେ ସମ୍ମାନଜନକ ସିଲଭର ମେଡାଲ ଜିତି ସେ ନିଜ ବିଦ୍ୟାଳୟ ଓ ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶା ରାଜ୍ୟପାଇଁ ଗୈାରବ ଆଣିଛନ୍ତି। ତାଙ୍କର ଏହି ସଫଳତାରେ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦେଇଥିବା ବେଳେ ଜିଲ୍ଲା ର ବୁଦ୍ଧିଜୀବୀ ମହଲ ଓ ଅନେକ କ୍ରୀଡା ଅନୁଷ୍ଠାନ ଶ୍ରୀମାନ୍ ନାଏକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମାନ ନାୟକ ସୋନପୁର ଭଗବତୀ ପ୍ଲଟ ନିବାସୀ ମଞ୍ଜୁ ନାୟକ ଓ ବିଦ୍ୟାଧର ଙ୍କ ସୁପୁତ୍ର ହୋଇଥିବାବେଳେ ରାଜସ୍ଵ ବିଭାଗରେ ମୁଖ୍ୟ କିରାଣୀ ସ୍ଵର୍ଗତ ପଦ୍ମନ ନାୟକ ଙ୍କ ପୌତ୍ର ଅଟନ୍ତି l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *