June 14, 2025
Home » କୋରାପୁଟରେ ଜିଲ୍ଲାସ୍ତରୀୟ ସୁରଭି ଓ କଳାଉତ୍ସବ ଅନୁଷ୍ଠିତ

କୋରାପୁଟରେ ଜିଲ୍ଲାସ୍ତରୀୟ ସୁରଭି ଓ କଳାଉତ୍ସବ ଅନୁଷ୍ଠିତ

0
WhatsApp Image 2024-11-09 at 1.17.14 PM

କୋରାପୁଟ ଜିଲ୍ଲାସ୍ତରୟ ସୁରଭି ଓ କଳାଉତ୍ସବ-୨୦୨୪ କାର୍ଯକ୍ରମଟି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୦୭/୧୧/୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।୧୪ ଟି ବ୍ଲକରୁ ୪୬୭ ଜଣ ପ୍ରତିଯୋଗୀ ସୁରଭି ର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ୮୧ ଜଣ ପ୍ରତିଯୋଗୀ କଳାଉତ୍ସବରେ ଭାଗ ନେଇଥିଲେ।ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଏବଂ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା,ଅର୍ପିତା ପ୍ରଧାନ,ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ, ଚମେଲି ମଜୁମଦାର,ଭବାନୀ ପଟ୍ଟନାୟକ,ଦୟାସିନ୍ଧୁ ବାଘ୍,ରଘୁନାଥ ପାଙ୍ଗି ଓ ସପ୍ନେଶ୍ୱର ନାୟକ ଏବଂ ପ୍ରଧାନଶିକ୍ଷକ ହିମାଂଶୁ ଦାସ ଉପସ୍ଥିତ ଥିଲେ।ସୁରଭି ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ସୁରଭିରେ ଏବଂ କଳା ଉତ୍ସବ ରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଜୋନାଲ ସ୍ତରୀୟ କଳାଉତ୍ସବ ରେ ଭାଗ ନେବେ ବୋଲି ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ ସୂଚନା ଦେଇଛନ୍ତି।
କୋରାପୁଟ ଜିଲ୍ଲା ସ୍ତରରେ ସୁରଭି -୨୦୨୪ରେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମନୋନୀତ ୩୩ ଜଣ ଛାତ୍ର କ୍ୟାପିଟାଲ୍ ହାଇସ୍କୁଲ୍, ୟୁନିଟ୍ -୦୩, ଭୁବନେଶ୍ୱରରେ ୧୨.୧୧.୨୪ ରୁ ୧୪.୧୧.୨୪ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସୁରଭି -୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମନୋନୀତ ୩୩ ଛାତ୍ରଙ୍କ ସହ ୧୨ (ବାର) ଜଣ ଗାଇଡ୍ ଶିକ୍ଷକ ଭୁବନେଶ୍ୱର ଯିବେ । ଜିଲ୍ଲା ସ୍ତରୀୟ ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରକଳା ବଗର୍ତ୍ତି,ରମେଶ ସାହୁ, ସାଗରିକା ମିଶ୍ରଏବଂ ପୂର୍ଣ୍ଣିମା ପତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷା ବିଭାଗର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *