କୋରାପୁଟ ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର ଆଇନ ସଚେତନତା ଶିବିର ଅନୁଷ୍ଠିତ
ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆମ୍ବାଗୁଡ଼ା ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନ ସାକ୍ଷରତା କ୍ଲବର ଛାତ୍ରଛାତ୍ରୀ ସହିତ ସ୍କୁଲ୍ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ଆଇନ ସାକ୍ଷରତା କ୍ଲବ୍ ରେ ରହିଥିବା ବିଭିନ୍ନ ବିଷୟ ଆଇନଗତ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଆଗାମି ଦିନ କିପରି ଜନସାଧାରଣ ସଚେତନତା ହେଇ ପାରିବେ ତାହା ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ଅଧିକରୁ ଅଧିକ ସଚେତନତା ସୣଷ୍ଟି କରାଯାଇପାରିବ ତାହା ହେଲେ ଏହି ସଚେତନତା ଶିବିର ସବୁ କ୍ଷେତ୍ରରେ ସଫଳ ହେଇପାରିବ ବୋଲି ଅତୀଥିଗଣ କହିଥିଲେ।
ଏଥିରେ ମୁଖ୍ୟ ଅତୀଥି ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ତଥା ବିଚାରପତି ଶ୍ରୀ ସୁମନ ଜେନା ଯୋଗଦେଇଥିଲେ। ଏବଂ ଅନ୍ୟ ଅତିଥି ଭାବରେ ଚିଫ୍ ଡେପୂଟି ଲିଗାଲ ଏଡ୍ ଡିଫେନ୍ସ କାଉନସେଲ ତଥା ଆଇନଜୀବି ଶ୍ରୀ ହରିଶ୍ଚନ୍ଦ୍ର ମୁଦୁଲି, ପେନାଲ ଆଇନଜୀବି ଶ୍ରୀ ବିନୟ ବିଶ୍ବାସ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆମ୍ବାଗୁଡ଼ା ପ୍ରଧାନ ଶିକ୍ଷକ ଶ୍ରୀ ସୁନିଲ କୁମାର ପାଢୀ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତି କ୍ରୀଷ୍ଣାମୟୀ ଦାସ, ଆଇନ ସାକ୍ଷରତା କ୍ଲବ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟୀତ୍ରୀ ମାନେ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ