କୋରାପୁଟ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ ସୀସାଙ୍କର ପରଲୋକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଦୀର୍ଘ ଦିନରୁ ଅସୁସ୍ଥତା ପରେ ୪୦ ବର୍ଷ ବୟସରେ କୋରାପୁଟ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସ୍ୱର୍ଗତ ସ୍ୱରାଜ୍ୟ ଶିଶାଙ୍କ ପରଲୋକ ଘଟିଛି। ୨୫/୦୬/୨୬ ତାରିଖ ଗୁରୁବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା ଏବଂ ତାଙ୍କ ପରିବାର ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ନେଇଯାଇଥିଲେ, ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୋଷ୍ଟମର୍ଟମ୍ ପରେ, ତାଙ୍କ ଶରୀରକୁ ତାଙ୍କ ଜନ୍ମମାଟି ଗାଁ ନାନ୍ଦପୁର ପାଟ କାମାରାକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ ବୋଲି ତାଙ୍କ ପରିବାର ପକ୍ଷରୁ ଜଣାପଡ଼ିଥିଲା।
ତାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ କୋରାପୁଟ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ବୃନ୍ଦ ଗଭୀର ଦୁଃଖ ପ୍ରକାଶ କରିଥିଲେ। ତାଙ୍କ ପାର୍ଥିବ ଶରୀର ନିକଟରେ ଉପସ୍ଥିତ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଥମ ବ୍ୟାଚର ସଦସ୍ୟ ଭାବରେ ୨୦୦୯-୨୦୧୧ ବ୍ୟାଚର ସ୍ନାତକ ସ୍ୱର୍ଗତ ସ୍ୱରାଜ୍ୟ ସିସାଙ୍କ ପରଲୋକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ ତଥା ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୋକ ପ୍ରକାଶ କରିଥିଲେ। ପ୍ରଥମ ବ୍ୟାଚର ସଦସ୍ୟ ଭାବରେ, ସେ ବିଶ୍ୱବିଦ୍ୟାଳୟର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଡିଗ୍ରୀ ସମାପ୍ତ କରିବା ପରେ, ସେ ୨୦୧୬ ରୁ ଓଡ଼ିଶା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟ କରିଥିଲେ ।
ସ୍ୱର୍ଗତ ସିଶାଙ୍କ ଶାରୀରିକ ଅସୁସ୍ଥତା ଥିବା ସତ୍ତ୍ୱେ, ସେ ତାଙ୍କର କର୍ତ୍ତବ୍ୟ ପାଳନ କରି ଚାଲିଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହ ସେ କାର୍ଯ୍ୟାଳୟକୁ ଅଟୋରେ ଯାତାୟାତ କରିଥିଲେ। ସେ ଜଣେ ମିଷ୍ଟ ଭାଷୀ, ମେଳାପୀ ବ୍ୟକ୍ତିତ୍ୱ ଥିଲେ। କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ତାଙ୍କ ବିୟୋଗରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥା ସମସ୍ତ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଥିବା ସହ କର୍ମଦକ୍ଷତା ଏବଂ ଜନସମ୍ପର୍କ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମୃତି କରାଯାଇଥିଲା।
ତାଙ୍କ ବିୟୋଗରେ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସୁ),ନରେଶଚନ୍ଦ୍ର ଶବର, କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ବେଣୁଧର ଶବର,ଦକ୍ଷିଣାଞ୍ଚଳ ଉପ-ନିର୍ଦେଶକ ବସନ୍ତ କୁମାର ପ୍ରଧାନ, ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ, ରାୟଗଡା଼ ଜିଲ୍ଲା ସୁତନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଗଜପତି ଜିଲ୍ଲା ସୁତନା ଓ ଲୋକସମ୍ପର୍କ ଅଧିକାରୀ ପୁଦୀପ୍ତ ଗୁରୁମାଲ, ନବରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟନାରାୟଣ ପ୍ରଧାନ, କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ଏବଂ ଜୟପୁର ଉପଖଣ୍ଡ-ଜିଲ୍ଲା ସୁତନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାକବା,ଜିଲ୍ଲା କଂଗ୍ରେସ ସଭାପତି ରୁପକ ତୁରୁକ,ଆଇନଜୀବୀ କାମାକ୍ଷା ପ୍ରସାଦ ମାଝୀ, ଓ ବହୁ ସାମ୍ବାଦିକ ତଥା ବିଭିନ୍ନ ସାମ୍ବାଦିକ ସଂଘ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ସିସାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
