October 12, 2024
Home » କ୍ରୀଡ଼ାବୀତ୍ ବଳରାମ ପଣ୍ଡା ଙ୍କ ଦେହାନ୍ତ, ବିଭିନ୍ନ ମହଲ ରେ ଶୋକ

କ୍ରୀଡ଼ାବୀତ୍ ବଳରାମ ପଣ୍ଡା ଙ୍କ ଦେହାନ୍ତ, ବିଭିନ୍ନ ମହଲ ରେ ଶୋକ

0

 

l ସୁବର୍ଣ୍ଣପୁର –ସୋନପୁର ମଝିପଡ଼ା ର ବରିଷ୍ଠ ନାଗରିକ, କ୍ରୀଡାବିତ ତଥା ଯୁବ ସଂଗଠକ, କାଉନସିଲର ତଥା ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ପୀୟୂଷ ପଣ୍ଡା ଙ୍କ ପିତା ବଳରାମ ପଣ୍ଡା ( ୭୯ ) ଙ୍କ ହୃଦ୍ ଘାତ ରେ ପରଲୋକ ଘଟିବା ରୁ ସୋନପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ଶ୍ରୀ ପଣ୍ଡା ଜଣେ ଅତି ସରଳ,ଉଦାର ଓ ମେଲାପି ବ୍ୟକ୍ତି ଭାବେ ବେଶ ଜଣା ଶୁଣା ଥିବା ବେଳେ ସେ ଜଣେ ଆଗ ଧାଡି ର ଫୁଟବଲ୍ ଓ ଭଲିବଲ ଖେଳାଳି ଭାବେ ପରିଚିତ ଥିଲେ l ସୋନପୁର, ବୀରମହାରାଜପୁର,ପାଟଣାଗଡ଼, ଟିଟିଲାଗଡ ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟ ଠାରେ ବରିଷ୍ଠ କିରାଣୀ ଭାବେ ସେ ନିଷ୍ଠା ର ସହ କାର୍ଯ୍ଯ କରି ଆସିଥିଲେ l ୧୯୬୪ ରେ ମହାରାଜା ହାଇସ୍କୁଲ ରେ ଛାତ୍ର ଆନ୍ଦୋଳନ ରେ ନେତୃତ୍ଵ ନେଇ ସ୍କୁଲ୍ ଓ ସୋନପୁର କଲେଜ୍ ରେ ଛାତ୍ର ନେତା ଭାବେ ବି ଖୁବ୍ ପରିଚିତ ଥିଲେ ଏବଂ ଚାଷ ଓ ଗୋ ସେବା କାର୍ଯ୍ଯ କୁ ଭଲ ପାଇବା ସହ ପ୍ରତ୍ୟେକ ମଣିଷ କୁ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଓ ଖୁବ୍ ଆଦର କରୁଥିବା ଜଣେ ଭଲ ମଣିଷ ଥିଲେ ଶ୍ରୀ ପଣ୍ଡା l ମଝିପଡ଼ା ରେ କାଳୀପୂଜା , ନାମଯଜ୍ଞ ଓ ପ୍ରତ୍ୟେକ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସେ ଯୁବ ବୟସ ରୁ ସକ୍ରିୟ ଭାବେ ଦାୟିତ୍ବ ନିଭାଇ ଥିଲେ l ଗତ କାଲି ଅପରାହ୍ନ ରେ ସୋନପୁର ଶ୍ରୀ ରାମେଶ୍ବର ଶ୍ମଶାନ ଘାଟ ରେ ସ୍ୱର୍ଗତ ପଣ୍ଡା ଙ୍କ ଅନ୍ତିମ ସଂସ୍କାର କରଯାଇଥିବା ବେଳେ ବଡ ପୁଅ ପ୍ରିତମ୍ (ରକି) ମୁଖଗ୍ନୀ ଦେଇଥିଲେ l ଶ୍ରୀ ପଣ୍ଡା ଙ୍କ ଧର୍ମ ପତ୍ନୀ, ଉଭୟ ପୁତ୍ର, ପୁତ୍ର ବଧୂ, ତିନି ଭଉଣୀ ଓ ଜ୍ବାଇଁ,ନାତି ନାତୁଣୀ ଙ୍କ ସମେତ ପୌର ଅଧ୍ୟକ୍ଷା, ସହର ର ବହୂ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ, ରାମ ଧୁନ କ୍ଳବ୍ ର ସମସ୍ତ ସଦସ୍ୟ, କ୍ରୀଡ଼ା ଓ ବିଭିନ୍ନ ସଙ୍ଗଠନ ର ସଭ୍ୟ ଶ୍ରୀ ପଣ୍ଡା ଙ୍କ ଅନ୍ତିମ ଦର୍ଶନ କରିଥିଲେ l ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ,ପୂର୍ବତନ ବିଧାୟକ ପଦ୍ମନାଭ ବେହେରା, ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ଙ୍କ ସମେତ ବହୂ ବିଶିଷ୍ଟ ବ୍ୟକ୍ତି ଏ ଖବର ରେ ଗଭୀର ଶୋକ ପ୍ରକାଶ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *