August 20, 2026
Home » କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ: ଭାଗ ନେଲେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ

କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ: ଭାଗ ନେଲେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ

0
WhatsApp Image 2025-12-15 at 3.13.15 PM

ସୁବର୍ଣ୍ଣପୁର–ଶନିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନଆ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡି ଏସ ପି ରେଣୁକା ସୁନା ଯୋଗ ଦେଇ କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲା କ୍ରୀଡ଼ା ସଂଘ ର ଉପ ସଭପତି ଚିତ୍ତ ରଞ୍ଜନ ତରାସିଆ ସଭା ସଂଯୋଜନା କରିଥିବା ବେଳେ ଦିଗାମ୍ବର ଶତପଥି ଧନ୍ୟବାଦ୍ ଅର୍ପଣ କରିଥିଲେ l କଲିମ ମହମ୍ମଦ, ସଞ୍ଜୟ ସାହୁ, ବିପ୍ର ଚରଣ ପେରା, ଚୈତନ୍ୟ ନାଏକ, ଗୋବିନ୍ଦ ନାଏକ, ନେପାଲ ଦାଣ୍ଡିଆ, ସୋମନାଥ ସାହୁ, ବୀର ପ୍ରତାପ ଦାଶ , ସରିତା ମିଶ୍ର, ପ୍ରତିଭା ଭୋଇ, ଓ ଅନିତା ମହାନନ୍ଦ ପ୍ରମୁଖ ସମସ୍ତ ପି ଇ ଟି ଦୁଇ ଦିନ ଧରି ସମସ୍ତ ଖେଳ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା ଙ୍କ ତତ୍ୱାବଧାନ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସୂଚାରୁରୂପେ ସମ୍ପାଦନ କରାଯାଇଥିଲା l କ୍ରୀଡ଼ା ସଂଘ ର ସକ୍ରିୟ ସଦସ୍ୟ ରାଜୀବ ସାହୁ, ସୁବାଷ ବିଶ୍ଵାଳ, ହୃଷୀ କେଶ ପଣ୍ଡା, ବିକାଶ ପଣ୍ଡା, ବିକାଶ ପାଢ଼ୀ,, ବାଳ ଗୋପାଳ ମିଶ୍ର, ରିପୁନ ନାଏକ, ରାଜ କୁମାର ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆଜି ଉଦଯାପନୀ ଦିବସ ରେ ପୁରୁଷ ୫୦୦୦ ମିଟର ଦୌଡ ପ୍ରତିଯୋଗୀତା, ୩୦୦୦ ମିଟର ଓମେନ୍ସ ଦୌଡ ପ୍ରତିଯୋଗୀତା, ୨୦୦ ମିଟର, ୧୦୦ ମିଟର ଦୌଡ ପ୍ରତିଯୋଗୀତା, ୧୪ ବର୍ଷ ରୁ କମ ଜେଭେଲିଁନ୍ ଥ୍ରୋ, ୧୬ ଓ ୨୦ ବର୍ଷ ରୁ କମ ମେନ୍ସ ଓମେନ୍ସ୍ ରିଲେ ରେଶ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା l ଏହି ବର୍ଷ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ରେକର୍ଡ ସଂଖ୍ୟକ ୧୨୭୦ ପ୍ରତିଯୋଗୀ ଭାଗ ନେଇ ଥିବା ବେଳେ କ୍ରୀଡ଼ା ସମ୍ପାଦକ ପୀୟୂଷ କୁମାର ପଣ୍ଡା ଙ୍କ ଉଦ୍ୟମ ଓ ସଂଘ ର ପ୍ରଚେଷ୍ଟା କୁ ସୁବର୍ଣ୍ଣପୁର ଜିଲ୍ଲାପାଳ , ଏସପି ଓ ଆଜିର ସମସ୍ତ ଅତିଥି ମାନେ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ l ଏହି କ୍ରୀଡ଼ା ର ପୁରୁଷ ଓ ମହିଳା କୃତୀ ପ୍ରତିଯୋଗୀ ଆସନ୍ତା ୨୭ ତାରିଖ ରେ ଭୁବନେଶ୍ୱର କିଟ୍ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ରେ ଭାଗ ନେବେ ବୋଲି ସଂଘ ର ଉପ ସଭାପତି ଶ୍ରୀ ତରାସିଆ, ଓ ସଂପାଦକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି l ଏହି ଉତ୍ସବ ରେ ଜିଲ୍ଲା କ୍ରୀଡ଼ା ଅଧିକାରି ଚିତ୍ତରଞ୍ଜନ ମିଶ୍ର, ସଂଘ ଉପଦେଷ୍ଟା କଇରୁ ସ୍ବାଇଁ, ଦିଲୀପ ଗୁରୁ, ପୁରୁଷୋତ୍ତମ ପାଣିଗ୍ରାହୀ, ନନ୍ଦ କିଶୋର ତ୍ରୀପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ବି.ସତ୍ୟ ନାରାୟଣ ରାଓ, ସଦସ୍ୟ ରାଜ କିଶୋର ତ୍ରୀପାଠୀ, ମହାଦେବ ମଲ୍ଲିକ, କମଳାକାନ୍ତ ସାହୁ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed