କ୍ଷୁଦ୍ର ଜଳସେଚନ ବିଭାଗ ନିରବ,ବାତେରୀ ଘାଇ ର ମରାମତି କେବେ ?
ଜଳକର ବାନ୍ଧି ବାନ୍ଧି କୃଷକ ହନ୍ତସନ୍ତ ସରକାର ନିରବଦ୍ରଷ୍ଟା।
ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତ ଅଧୀନ ୪ ନ ୱ!ଡ଼ ନୂଆସାହି ପାଖରେ ବାତେରୀ ଘାଇ ର କେନାଲ ଅବସ୍ଥା ଯିଏ ଦେଖିବ ସିଏ କହିବ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ର କି ଗୁଣ ଖାଇବି,କୃଷକ ମାନଙ୍କ ପାଇଁ ମୂଳରୁ ପାହାଚ ପାହାଚ।”ଜଳ ର ଧର୍ମ ତଳକୁ ଗଢ଼ିବା” ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ,ନୀର୍ବାହୀ ଯନ୍ତ୍ରୀ ବୋଧେ ବାତେରୀ ଘାଇ ପ୍ରତି ଆଦୈଓ ଦୃଷ୍ଟି ଆଢ଼ୁଆଳରେ ରଖି ପୂର୍ବ ବି ଜେ ଡି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦୀର୍ଘ ବର୍ଷ ଧରି ଭୁଆବୁଲାଇ ଦେଲେ ପ୍ରଶାସନିକ ଅଧିକାରୀ ମାନେ।କୃଷକ ମାନଙ୍କର ଉନ୍ନତୀ ପାଇଁ ବିଭିନ୍ନ ଧାନ,ବିହନ,ସାର, ବିଭିନ୍ନ ଫୋନ ମାଧ୍ୟମରେ ଟ୍ରାକ୍ଟର ଠାରୁ ଅତି ଆଧୁନିକ ଯନ୍ତ୍ରପାତି ଯୋଗାଇ ଦେଉଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ କନ୍ଧମାଳର ଅଧିକାରୀ ମାନଙ୍କର ଖାମଖିଆଲ ନୀତି ନତୁବା ପୂର୍ବ ସରକାରଙ୍କୁ ଭୂଆ ବୁଲାଇ ଆଦିବାସୀ କୃଷକ ମାନଙ୍କ ଜୀବନ ଜୀବିକା ଚଳଣି ଖାଇବା ଭାତରେ ଧୂଳି ଦେଇ ” ବିନା ଜଳ ସେଚନରରେ କୃଷକ ଜଳକର ବାନ୍ଧେ”ତଦନ୍ତ ନିର୍ଦ୍ଦେଶ କାହା ସ୍ୱାର୍ଥରେ କେନାଲ ଭାଙ୍ଗିରୁଜି ଗଲାଣି, କେନାଲରେ କାଦୁଅ, ବିଭିନ୍ନ ଗଛ ସାଙ୍ଗ କୁ କେନାଲ ମଝିରେ ଆମରି ଗଛରେ ପରିପୂର୍ଣ୍ଣ ଘାଇ ର ଗେଟ୍ କାମ ଦୀର୍ଘ ବର୍ଷ ପୂର୍ବରୁ ହୋଇଥିଲା।



ଏବେ ପ୍ରାୟ ଦଶ ପନ୍ଦର ବର୍ଷ ହେବ ଆଦୈଓ କାମ ହୋଇ ନାହିଁ। ପୂର୍ବେ ବନ୍ଦ ପାଖଦେଇ ମାଟି ରାସ୍ତା କାମ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ଦ୍ବାରା ଟିକାବାଲି କ୍ଷୁଦ୍ର ଜଳସେଚନ ବିଭାଗ କନୀଷ୍ଠ ଯନ୍ତ୍ରୀ ଙ୍କ ଦାୟିତ୍ୱ ନେଇଥିଲେ ହେଲେ କନୀଷ୍ଠ ଯନ୍ତ୍ରୀ ଜଣକ ଟିକାବାଲି, ଚକାପାଦ ବ୍ଲକ ଦାୟିତ୍ଵ ଦୀର୍ଘ ୭/୮ ବର୍ଷରୁ ଉର୍ଦ୍ଧ୍ବ ସମୟ ଦାୟିତ୍ଵ ରେ ଥାଇ କେମିତି ବାତେରୀ ଘାଇ ମରାମତି ଓଃ କେନାଲ ମରାମତି ରୁ ବାଦ ପଡ଼ିଗଲା ନା ଅଧିକାରୀ ମାନଙ୍କୁ ଅଧିବାସୀ କୃଷକ ମାନଙ୍କ ପ୍ରତି ବୋମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜନ ସେଚନ ବିହୁନେ ଜଳକର ବାନ୍ଧୁଛି କୃଷକ ତଦନ୍ତ ଶୁନ।ଏବେ ନୂତନ ଲୋକଙ୍କ ସରକାର,ବି ଜେ ପି ପ୍ରିୟ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସରକାର କୃଷକ ମାନଙ୍କ ସମ୍ବନ୍ଧରେ ସମସ୍ୟା ବରଦା କରିପାରିବେ ନାହିଁ।ଲୋକଙ୍କ ସରକାର କୃଷକ ମାନଙ୍କ ସମସ୍ୟା ସମାଧାନ ଦିଗରେ ଜାଗ୍ରତ ପହଁରି ଭଳି କାର୍ଯ୍ୟ କରିବ ବୋଲି ପ୍ରତିଶୃତି ବଦ୍ଧ। ସ୍ଥାନୀୟ କୃଷକମାନେ ଅଭିଯୋଗ କରିଛନ୍ତି ଯେ ନୂଆ ବିଜେପି ସରକାର ଆମର କୃଷକ ମାନଙ୍କ ସମସ୍ୟା ପ୍ରତିଦୃଷ୍ଠି ଦେଉ ନାହାନ୍ତି ଶାସନ ର ଦୁଇ ବର୍ଷ ଅତିକ୍ରମ କରୁଥିଲେ ମଧ୍ୟ ଦୃଷ୍ଟି ଆଢ଼ୁଆଳରେ ବୋଲି କୃଷକମାନେ ଅଭିଯୋଗ କରିଛନ୍ତି ଯେ ଫୁଲବାଣୀ ପ୍ରିୟ ବିଜେପି ବିଧାୟକ ତଥା ଚକାପାଦ ପଞ୍ଚାୟତ ସରପଞ୍ଚ ମୋହଦୟ ନିଜେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଚକାପାଦ ବ୍ଲକ ଅଞ୍ଚଳ ରେ ଥିବା ଯେତେକ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ଅଧିନରେ ଥିବା ପ୍ରକଳ୍ପରେ ଜନସଚେତନ ସୂଚନା ଫଳକ ଲଗାଯାଇ ନାହିଁ କି କେବେ ମଧ୍ୟ ବିଧାୟକ ବାତେରୀ ଘାଇ ସମସ୍ୟା କେନାଲ ମରାମତି ଅଭାବ ଏପରି ଅନେକ ସମସ୍ୟା ବିଧାୟକ ବୁଲି ଦେଖିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସାଧାରଣ ଭୋଟରଙ୍କ ସହ ଆତ୍ମିୟତା ବୃଦ୍ଧି ପାଇବ, ଚାଷୀ ମାନଙ୍କ ଅଭିଯୋଗ ଆମ ପ୍ରିୟ ବିଧାୟକ ଉମା ଚରଣ ମଲିକ ସମସ୍ତ ପ୍ରକଳ୍ପ ବୁଲି ଦେଖନ୍ତୁ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ କ୍ଷୁଦ୍ର ଜଳସେଚନ ବିଭାଜନ ଫୁଲବାଣୀ ଅଧିକ୍ଷଣ ଯନ୍ତ୍ରୀ ଇ ନିହାର ରଞ୍ଜନ ବେହେରା ଙ୍କ ଦୃଷ୍ଟି ଆକର୍ଷଣ କଲେ , ଚକାପାଦ, ଟିକାବାଲି କ୍ଷୁଦ୍ର ଜଳସେଚନ ବିଭାଜନ ପ୍ରକଳ୍ପ ବାବଦରେ କେମିତି କାର୍ଯ୍ୟ କରିଛନ୍ତି,ତାହା ତନଖି କରି ଜଳସମ୍ପଦ ବିଭାଗର ମୂଖ୍ୟ ସଚିବ ଙ୍କ ପାଖରେ ଗୁହାରି ଜଣାଇ ବାତେରୀ ଘାଇଓ କେନାଲ ତୁରନ୍ତ ମରାମତି କରାଗଲେ ସ୍ଥାନୀୟ କୃଷକମାନେ ଉପକୃତ ହେବେ ବୋଲି ଅଭିଯୋଗ କରିଛନ୍ତି।ଆଉ କେତେକ ବର୍ଷପରେ ମରାମତି ହେବା କୃଷକମାନେ ଦେଖିବାକୁ ବାକି ରହିଲା।
ଇ ପି ଏ ରୁ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ
