August 31, 2026
Home » ଓଡ଼ିଶା ଅଣଗେଜେତେଡ କର୍ମଚାରୀ ସମନ୍ୱୟ ସମିତି ର ସାମ୍ବିଧାନିକ ବୈଠକ ଅନୁଷ୍ଠିତ

ଓଡ଼ିଶା ଅଣଗେଜେତେଡ କର୍ମଚାରୀ ସମନ୍ୱୟ ସମିତି ର ସାମ୍ବିଧାନିକ ବୈଠକ ଅନୁଷ୍ଠିତ

0
WhatsApp Image 2026-08-09 at 5.08.09 PM (1)

ସୁବର୍ଣ୍ଣପୁର:ଓଡିଶା ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ସାମ୍ବିଧାନିକ ବୈଠକ ସଭାପତି ଜିତେନ୍ଦ୍ର କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ର ସଦସ୍ୟ ନବ କିଶୋର ଦୀପ ସ୍ୱାଗତ ଭାଷଣ ଦେଇଥିଲେ। ସଂପାଦକ ତାପସ କୁମାର ମିଶ୍ର ସମିତିର ବିଗତ ତିନି ବର୍ଷ ର କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ।

ଏହାପରେ ସମିତି ସହ ସହ-ବନ୍ଧିତ ସଂଗଠନର କର୍ମକର୍ତ୍ତା ନିଜ ନିଜ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହାପରେ ସମିତିର ନୂତନ କର୍ମକର୍ତ୍ତା ଚୟନ ପାଇଁ ବିଭିନ୍ନ କର୍ମଚାରୀ ସଂଗଠନ ତରଫରୁ ପ୍ରସ୍ତାବ ଆଗତ କରାଯାଇଥିଲା ଏବଂ ଏହାକୁ ଆସନ୍ତା ସାଧାରଣ ପାରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଅନୁମୋଦନ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା।
ଜିଲ୍ଲା ର ବିଭିନ୍ନ କର୍ମଚାରୀ ମାନଙ୍କ ସମସ୍ୟା ଓ ତାର ସମାଧାନ ପାଇଁ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଓ କର୍ମଚାରୀ ମାନଙ୍କ ପଦୋନ୍ନତି ପାଇଁ ନିୟମିତ ଡିପିସି ବସିବା ଉପରେ ଆଲୋକପାତ କରାଗଲା। କାର୍ଯ୍ୟକ୍ରମରେ ଉପଦେଷ୍ଟା ସାଧୁ ଚରଣ ଦେହୁରୀ କାର୍ଯକାରୀ ସଭାପତି ଶମ୍ଭୁ ଗିରି , ଉପସଭାପତି ସଞ୍ଜୀବ କୁମାର ପଣ୍ଡା ଓ ଅନିଲ କୁମାର ପ୍ରଧାନଙ୍କ ସହିତ ସତର ଗୋଟି କର୍ମଚାରୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *