February 12, 2025
Home » ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ହାତୀ। ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ହାତୀ। ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା

0

 

କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କମେ ବିଟ୍ ଅନ୍ତର୍ଗତ ଜାମପଡାର ଏକ ପରିତ୍ୟକ୍ତ କୂଅରେ ଏକ ଦନ୍ତାହାତୀ ପଡି ରହିଥିବା ସ୍ଥାନୀୟ ଲୋକେ ଗୁରୁବାର ସକାଳୁ ଦେଖିବାକୁ ପାଇଥିଲେ ପରେ ବନ ବିଭାଗ ଏ ସମ୍ପର୍କରେ ଖବର ପାଇବା ପରେ ନର୍ଲା ଫରେଷ୍ଟର୍ ଭବାନୀ ନାଏକ, ବିଭାଗୀୟ କର୍ମଚାରୀ ତଥା ନର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦନ୍ତାକୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ପରେ ଜେସିବି ସାହାଯ୍ୟରେ ମାଟି ଖୋଳିବା ପରେ ଉକ୍ତ କୂପରୁ ଦନ୍ତା ବାହାରି ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। ନର୍ଲା ଫରେଷ୍ଟର୍ ଭବାନୀ ନାଏକଙ୍କ ସୂଚନା ମୁତାବକ ପାଞ୍ଚ ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଉକ୍ତ କୂଅରେ
ପଡି ଯାଇଥିଲା।

ସୂଚନାଯୋଗ୍ୟଯେ ,ଉକ୍ତ ଅଞ୍ଚଳରେ ଦୁଇବର୍ଷ ତଳେ ବିଦ୍ୟୁତ୍ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଠିକ୍ ଦିନକ ପରେ ହାତୀ ହାତୀଙ୍କ ଲଢେଇରେ ଗୋଟିଏ ହାତୀ ଜୀବନ ଯାଇଥିଲା, ସେହିପରି କିଛିଦିନ ତଳେ ନର୍ଲା ନବୋଦୟ ବିଦ୍ୟାଳୟ ନିକଟରେ ମଧ୍ୟ ବିଦ୍ୟୁତ୍ ଆଘାତରେ ଗୋଟିଏ ମାଈହାତୀ ର ମୃତ୍ୟୁ ହୋଇଥିଲା।
ନର୍ଲା ବ୍ଲକ୍ ଅଧିନ ବାଗପୁର, ଭାନପୁର, ଗିଗିନା, ରୁପ୍ରା, କର୍ମେଗାଁ, ଟକର୍ଲା, ପଲମ ଓ ମୁସ୍କୁଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ଲଗାତାର୍ ଭାବରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ଠିକ୍ ଭାବରେ ପେଟ୍ରୋଲିଂ କରୁନଥିବାରୁ ପ୍ରାୟ ଚାଷ ସମୟରେ ଜଙ୍ଗଲୀ ହାତୀ ଗାଁ ମୁହାଁ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ , କିଛି ଦିନ ତଳେ ପରଲସିଙ୍ଗା ଭାୟା ସଅଁରାପଦର ରାସ୍ତା ପାର୍ଶ୍ବରେ ଏକ ଖାଲରେ ମଧ୍ୟ ହାତୀ ପଡିଥିବା ବେଳେ ବନବିଭାଗର ପ୍ରୟାସରେ ହାତୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *