August 23, 2026
Home » ଖୋର୍ଦ୍ଧାରୋଡ ମଣ୍ଡଳରେ ସମୂହ ଅବସର କାଳୀନ ସମ୍ବର୍ଦ୍ଧନାସଭା।

ଖୋର୍ଦ୍ଧାରୋଡ ମଣ୍ଡଳରେ ସମୂହ ଅବସର କାଳୀନ ସମ୍ବର୍ଦ୍ଧନାସଭା।

0
WhatsApp Image 2026-08-01 at 4.49.44 PM

 

ଜଟଣୀ: ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ବୟସସୀମା ପୂରଣ କରି ଅବସର ଗ୍ରହଣ କରିଥିବା ୨୫ ଜଣ କର୍ମଚାରୀଙ୍କ ସମ୍ମାନାର୍ଥେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି।

ଏହି ସମାରୋହରେ ମଣ୍ଡଳ କାର୍ମିକ ଅଧିକାରୀ (ଡି ପି ଓ) ଶ୍ରୀ ଅମରେନ୍ଦ୍ର ମିଶ୍ର ଏବଂ ସହକାରୀ କାର୍ମିକ ଅଧିକାରୀ (ଏ ପି ଓ) ଶ୍ରୀ ଏ. ମିଶ୍ର ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏଥିସହ ବର୍ଷ ବର୍ଷ ଧରି ମଣ୍ଡଳ ପ୍ରତି ସେମାନଙ୍କର ନିଷ୍ଠାପର ସେବା, ସମର୍ପଣ ଓ ବହୁମୂଲ୍ୟ ଯୋଗଦାନର ଉଚ୍ଚ ପ୍ରଶଂସା କରିଥିଲେ।

ସଭାକୁ ସମ୍ବୋଧିତ କରି ଅଧିକାରୀଦ୍ୱୟ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଆନ୍ତରିକ ଉଦ୍ୟମ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କର ସୁସ୍ଥ, ସୁଖମୟ, ଶାନ୍ତିପୂର୍ଣ୍ଣ ଓ ଆନନ୍ଦଦାୟକ ଅବସରପ୍ରାପ୍ତ ଜୀବନ କାମନା କରିଥିଲେ।

ଏହାସହିତ ସେମାନେ ନିଜର ଅଭିଜ୍ଞତା ଓ ଜ୍ଞାନ ମାଧ୍ୟମରେ ସମାଜ ସହ ଯୋଡ଼ି ହୋଇ ରହିବାକୁ ଏବଂ ନିଜର ଯୋଗଦାନ ଜାରି ରଖିବାକୁ ଉତ୍ସାହିତ କରିଥିଲେ।

ଏହି ଉତ୍ସବରେ ବିଭିନ୍ନ ଅଧିକାରୀ, ପରିଦର୍ଶକ (ସୁପରଭାଇଜର)କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାରବର୍ଗ ଓ ସହକର୍ମୀମାନେ ଯୋଗଦେଇ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଦୀର୍ଘ ଓ ନିଷ୍ଠାପର ସେବାର ସମ୍ମାନ ସ୍ୱରୂପ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମାନପତ୍ର/ସ୍ମାରକୀ ଏବଂ ଅବସରପ୍ରାପ୍ତ ସୁବିଧାସୁଯୋଗ ପ୍ରଦାନ କରାଯାଇଥିଲା।

ଖୋର୍ଦ୍ଧାରୋଡ୍ ମଣ୍ଡଳ ନିଜ କର୍ମଚାରୀ ମାନଙ୍କ ଯୋଗଦାନକୁ ସ୍ୱୀକୃତି ଦେବାକୁ ସର୍ବାଧିକ ଗୁରୁତ୍ୱ ଦେଇଥାଏ ଏବଂ ସଂସ୍ଥା ପାଇଁ ନିଷ୍ଠାର ସହ ସେବା କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସମ୍ମାନ ଓ ପ୍ରଶଂସାର ସଂସ୍କୃତିକୁ ଆଗେଇ ନେବା ପାଇଁ ସଦାସର୍ବଦା ବଦ୍ଧପରିକର।

Leave a Reply

Your email address will not be published. Required fields are marked *