November 5, 2026
Home » ” ଗଣତନ୍ତ୍ରର ସୁରକ୍ଷା ସକାଶେ ଗଣ ମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି”– ବିଜେପୁର ବିଧାୟକ

” ଗଣତନ୍ତ୍ରର ସୁରକ୍ଷା ସକାଶେ ଗଣ ମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି”– ବିଜେପୁର ବିଧାୟକ

0
WhatsApp Image 2026-11-05 at 1.43.37 PM (1)

ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ଦ୍ଵିବାର୍ଷିକ ନିର୍ବାଚନ ।
ରବି ପଣ୍ଡା ଅଷ୍ଟମ ଥର ଲାଗି ସଭାପତି ଓ ବଦ୍ରୀ ପ୍ରସାଦ ସାହୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ନିର୍ବାଚିତ।

ବରଗଡ / ଗାଇସିଲେଟ :” ଗଣତନ୍ତ୍ରର ସୁରକ୍ଷା ସକାଶେ ଗଣ ମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି କହିଛନ୍ତି ବିଜେପୁର ବିଧାୟକ ସନତ ଗଡତିଆ ।ଆଜି ଗାଇସିଲେଟ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ରେ ଗାଇସିଲେଟ ସାମ୍ବାଦିକ ସଂଘର ଆୟୋଜନରେ ଅନୁଷ୍ଠିତ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ସାଧାରଣ ପରିଷଦ ବୈଠକ ତଥା ଦ୍ଵିବାର୍ଷିକ ନିର୍ବାଚନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଗଡତିଆ କହିଥିଲେଯେ ଦେଶ ଓ ଗଣତନ୍ତ୍ରର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଏବଂ ଏହା ଉପରେ ବିଶେଷ ଭୂମିକା ରହିଛି ସାମ୍ବାଦିକ ମାନଙ୍କ । ସେ ଏହି ଅବସରରେ ସଚ୍ଚୋଟ ଭାବରେ ସାମ୍ବାଦିକତା କରୁଥିବା ଜଣେ ସାମ୍ବାଦିକ ବନ୍ଧୁଙ୍କୁ ସାମାଜିକ ସୁରକ୍ଷାର ମଧ୍ୟ ଆବଶ୍ୟକତା ରହିଛି। ସେ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବୀ ଯଥା ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ଜୀବନ ବୀମା ରାଶି କୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଓ ଅବସର ପରେ ସାମ୍ବାଦିକ ମାନଙ୍କୁ ପେନସନ ଯୋଗାଇଦେବା ପାଇଁ ଶ୍ରୀ ଗଡତିଆ ଦାବୀ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓୟୁଜେ ପର୍ଯ୍ୟବେକ୍ଷକ ତଥା ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଦୀପ୍ତ ମିଶ୍ର, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବିଡିଓ ଲକ୍ଷ୍ମଣ ମାଝି , ବିଧାୟକ ପ୍ରତିନିଧି ଆନନ୍ଦ ମଟାରୀ, ସଂଘର ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା, ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।

ଶେଷରେ ଗାଇସିଲେଟ ୟୁନିଟ୍ ର ବରିଷ୍ଠ ସଦସ୍ୟ ସଞ୍ଜୀବ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ପ୍ରଥମେ ଜାବର ସଭାପତି ଶ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଜିଲ୍ଲା ୟୁନିଟର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା । ପରେ ଦ୍ଵିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଓୟୁଯେ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଦୀପ୍ତ ମିଶ୍ର ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇ ଥିଲେ। ନିର୍ବାଚନ ଅଧିକାରୀ ହେମନ୍ତ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ଏଥିରେ ସର୍ବସମ୍ମତି କ୍ରମେ ରବି ପଣ୍ଡା ଅଷ୍ଟମ ଥର ପାଇଁ ସଭାପତି , ବଦ୍ରୀ ପ୍ରସାଦ ସାହୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ସେହିପରି ଉପ ସଭାପତି ଭାବରେ ପ୍ରଭୁ ଚରଣ ମହାନ୍ତି , ସତ୍ୟଜିତ୍ ପ୍ରଧାନ, ଯୁଧିଷ୍ଟିର ମହାପାତ୍ର, ନୀଳକଣ୍ଠ ଦୀପ , ଯୁଗ୍ମ ସମ୍ପାଦକ ଭାବରେ ଜ୍ୟୋତି ରଞ୍ଜନ ମହାପାତ୍ର, ସରୋଜ ଷଡ଼ଙ୍ଗୀ, ଅଶ୍ୱିନୀ ପାତ୍ର, ଧିରେନ ମହାନ୍ତି , କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ କର , ଜିଲ୍ଲା ସଂଯୋଜକ ଭାବେ ରଞ୍ଜନ ଦେବତା, ସାମ୍ବାଦିକ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ଭାବେ ହେମନ୍ତ ପ୍ରଧାନ, ଟ୍ରିବ୍ୟୁନାଲ କମିଟି ଅଧ୍ୟକ୍ଷ ଭାବେ କ୍ଷମାନିଧି ନାୟକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରଞ୍ଜିତ୍ ଦାଶ , ଅଫିସ ସମ୍ପାଦକ ଭାବରେ ନରେନ୍ଦ୍ର ଦାଶ ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବରେ ସୁବ୍ରତ ସାହୁ ନିର୍ବାଚିତ ହୋଇଥିଲେ। ଏହା ସହ ୧୨ ଟି ବ୍ଲକ ପାଇଁ ୧୨ ଜନ ସଂଯୋଜକ ଘୋଷିତ ହୋଇଥିଲା। ଏଥିରେ ଅତାବିରା ବ୍ଲକ – କୀର୍ତ୍ତନ ବିଶ୍ୱାଳ , ବିଜେପୁର ବ୍ଲକ – ସୁନୀଲ ମିଶ୍ର,ବରଗଡ ବ୍ଲକ – ନେପାଳ ପ୍ରଧାନ , , ଭଟଲି ବ୍ଲକ – ରାଜେଶ ମିଶ୍ର , ଭେଡେନ ବ୍ଲକ – ମୁକୁନ୍ଦ ଷଡ଼ଙ୍ଗୀ ,
ଅମ୍ବାଭୋନା ବ୍ଲକ – ପ୍ରକାଶ ରଥ , ବରପାଲି ବ୍ଲକ ପଦ୍ମ ଲୋଚନ ସାହୁ , ପଦ୍ମପୁର ବ୍ଲକ ସୁଦାମ ପ୍ରଧାନ , ଝାରବନ୍ଧ ବ୍ଲକ – ଦେବେନ୍ଦ୍ର ସାହୁ , ପାଇକମାଳ ବ୍ଲକ – ଧୀରେନ୍ଦ୍ର ମହାନ୍ତି , ଗାଇସିଲେଟ ବ୍ଲକ – ଝସକେତନ ସାହୁ, ସୋହେଲା ବ୍ଲକ – ଅଶ୍ୱିନୀ ପାତ୍ର ସଂଯୋଜକ ଭାବରେ ମନୋନୀତ ହୋଇଛନ୍ତି ।

 

byomakesh kar nka report

Leave a Reply

Your email address will not be published. Required fields are marked *