July 6, 2025
Home » ଗଣିଆରେ ଡିସେମ୍ବର ୧ରେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ରାଜ୍ୟ ସଭାପତି ବିଭୂତି କର

ଗଣିଆରେ ଡିସେମ୍ବର ୧ରେ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ରାଜ୍ୟ ସଭାପତି ବିଭୂତି କର

0
WhatsApp Image 2024-11-24 at 1.27.07 PM

ଗଣିଆ – ରାଜ୍ୟର ସର୍ବ ବୃହତ ତଥା ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଗଣିଆ ପ୍ରାଥମିକ ଶିକ୍ଷକ ସଂଘ ପରିସରରେ ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇଛି । ଉତ୍କଳ ସାମ୍ବାଦିକ ସଂଘ, ଗଣିଆ ଶାଖା ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ପାଦକ ବେଣୁଧର ପଣ୍ଡା,ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ରଙ୍କ ସମେତ ଜିଲ୍ଲାର ୮ଟି ବ୍ଳକରୁ ପ୍ରାୟ ୧୫୦ରୁ ଅଧିକ ବରିଷ୍ଠ ସାମ୍ବାଦିକ ଯୋଗ ଦେବେ ବୋଲି ଜଣାପଡିଛି । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଗଣିଆ ଶାଖା ତରଫରୁ ସମ୍ବର୍ଦ୍ଧିତ କରାଯିବ । ଗଣିଆରେ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ସଭାପତି ତଥା ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଗଣିଆ ଶାଖାର ସମସ୍ତ କର୍ତବ୍ୟରତ ସାମ୍ବାଦିକ । ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ଉତ୍କଳ ସାମ୍ବାଦିକ ସଂଘର ଗଣିଆ ଶାଖା ତରଫରୁ ଅନୁଷ୍ଠିତ ହୋଇଥିଲା । ବୈଠକ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସମସ୍ତ ସଦସ୍ୟମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା । ଗଣିଆରେ ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ ଗଣିଆ ଶାଖା ତରଫରୁ ରାଜ୍ୟ ସଭାପତି ତଥା ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲିି ଗଣିଆ ଶାଖା ସଂଯୋଜକ ଦେବୀ ପ୍ରସାଦ ଦାଶ ସୂଚନା ପ୍ରଦାନ କରିଛନ୍ତି ।

ବ୍ରଜ କିଶୋର ସାହୁ,-ଇପିଏ

Leave a Reply

Your email address will not be published. Required fields are marked *