November 15, 2026
Home » ଗରିବ ଶ୍ରେଣୀ ମୃତକଙ୍କ ପରିବାରକୁ ଯୁବଗୋଷ୍ଠୀଙ୍କ ପକ୍ଷରୁ ସହାୟତା।

ଗରିବ ଶ୍ରେଣୀ ମୃତକଙ୍କ ପରିବାରକୁ ଯୁବଗୋଷ୍ଠୀଙ୍କ ପକ୍ଷରୁ ସହାୟତା।

0
WhatsApp Image 2026-11-14 at 6.28.48 PM

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଭାବରଡା ଗ୍ରାମ ପଞ୍ଚାୟତର ଲୁଣିଆପଡ଼ା ଗ୍ରାମର ବାସିନ୍ଦା ସନ୍ତୋଷ ଦଳେଇଙ୍କ ୪୨ ବର୍ଷ ବୟସରେ ଗତ ୭ ତାରିଖ ଶନିବାର ଦିନ ମୃତ୍ୟୁ ଘଟିଥିଲା। ସେ ଯକୃତ ରୋଗୀ ଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଚଳିବାରେ କଷ୍ଟ ହେଉଥିବା ଜାଣିପାରି ଏହି ବ୍ଲକ୍ ଚିରିକିପଡ଼ାଶାସନ ଗ୍ରାମର ଯୁବ ଆଇନଜୀବୀ ନାରାୟଣ ସାହୁଙ୍କ ସମେତ କିଛି ଯୁବଗୋଷ୍ଠୀ ମିଶି ମୃତକଙ୍କ ପରିବାରକୁ ଭେଟିବା ସହିତ ଆର୍ଥିକ ସାହାର୍ଯ୍ୟ ସମେତ ଖାଦ୍ୟରନ୍ଧନ ସାମଗ୍ରୀ ଦେଇଥିଲେ। ମିଳିଥିବା ସୂଚନା ମୁତାବକ ମୃତକଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାବେଳେ ଘରର ମୁଖିଆ ଅକାଳରେ ସ୍ଵର୍ଗାରୋହଣ କରିବାପରେ ତାଙ୍କର ବିଧବା ସ୍ତ୍ରୀ ନିଜର ୧୦ ବର୍ଷର ପୁଅ ଏବଂ ୭ ବର୍ଷର ଝିଅକୁ ନେଇ କିଭଳି ଭାବେ ବଞ୍ଚିବେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଅଟି ପାଠ ପଢୁଥିବା ବେଳେ ଝିଅଟି ଆଧାରକାର୍ଡ ନଥିବାରୁ ଆଜି ସୁଧା ଶିକ୍ଷାରୁ ବଞ୍ଚିତ ହୋଇ ରହିଥିବା ଜଣାପଡିଛି ଯାହାକି ସରକାରଙ୍କ ସ୍ଲୋଗାନ “ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ” ଏଠାରେ ପ୍ରହସନ ପାଲଟିଛି ବୋଲି ଉଲ୍ଲେଖ କରାଗଲେ କୌଣସି ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ସମୟରେ ଏହି ଅସ୍ୱଚ୍ଛଳ ଗରିବ ପରିବାରର ଗୁରୁତର ସୃଷ୍ଟ ସମସ୍ୟାର ସମାଧାନ ସକାଶେ ପୋଲସରା ବ୍ଲକ ପ୍ରଶାସନ ଓ ବ୍ଲକ୍ ଶିକ୍ଷାବିଭାଗ ଏବଂ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଆସ୍କା ସା°ସଦ ଅନିତା ଶୁଭଦର୍ଶିନୀ ମହୋଦୟା ଵିଶେଷ ଦୃଷ୍ଟି ଦେଇ ସହଯୋଗ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେବା ସହିତ ଯୁବ ଗୋଷ୍ଠୀଙ୍କ ମାନବୀୟ ସହାୟତାର ଭୂରି ଭୂରି ପ୍ରଶଂସା କରିଛନ୍ତି।
ରିପୋର୍ଟ ହୃଷିକେଶ ନାୟକ

Leave a Reply

Your email address will not be published. Required fields are marked *