May 13, 2025
Home » ଗୁରୁ ଶିଷ୍ୟ ପରମ୍ପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”

ଗୁରୁ ଶିଷ୍ୟ ପରମ୍ପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”

0
WhatsApp Image 2024-07-21 at 7.33.25 PM

ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣମା ଅବସରରେ ଏକ ସାରସ୍ୱତ ରିତିରିବାଜର ଉତ୍ସବ ଗୁରୁ ଶିଷ୍ୟ ପରମ୍ପରା ଉତ୍ସବ ପଏଁରୀ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଚୌଧୁରୀ ବିଭାରଙ୍କର ସଂଯୋଜନାରେ ଜିଲ୍ଲାର କଳା, ନାଟକ, ସଂଗୀତ, ନୃତ୍ୟ ଓ ସଂସ୍କୃତିକୁ ନିଜର ନିଶା ଭାବରେ ଆପଣେଇ ନେଇଥିବା ପ୍ରବୀଣ କଳାକାର ତଥା କଳାସଂଗଠକ ମାନଙ୍କୁ ଅନୁଷ୍ଠାନ ତରଫରୁ ଗୁରୁ ପୂଜନ କରାଯାଇଥିଲା । ମଂଚରୁ ଦିଗହରା ହୋଇଥିବା କଳା ଓ କଳାକାର ମାନଙ୍କୁ ସଂଗଠିତ କରି ମଂଚରେ ପରିବେଷଣ କରାଉଥିବା ଜିଲ୍ଲାର ୬ ଟି ବ୍ଲକର ବ୍ଲକ କଳାକାର ସଂଘର ଉପ-ସଭାପତି ମାନଙ୍କୁ ଏ ବର୍ଷ ତସ୍ମୈଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଵୀରମହାରାଜପୁର ବ୍ଲକ କଳାକାର ସଂଘର ଉପ-ସଭାପତି ତଥା କଳାକାର ଗୁରୁ ରାମକୃଷ୍ଣ ହୋତା, ତରଭା ବ୍ଲକ କଳାକାର ସଂଘର ଉପ-ସଭାପତି ତଥା ଅଭିନେତା ସହିତ ମଂଚ ଉଦଘୋଷକ ଗୁରୁ ମାନଭଂଜନ ମିଶ୍ର, ଡୁଙ୍ଗୁରୁପାଲି ବ୍ଲକ କଳାକାର ସଂଘର ଉପ-ସଭାପତି ତଥା କଳା ସଂଗଠକ ଗୁରୁ ରମେଶ ପ୍ରଧାନ, ଉଲୁଣ୍ଡା ବ୍ଲକ କଳାକାର ସଂଘର ଉପ-ସଭାପତି ତଥା ନୃତ୍ୟ ଶିଳ୍ପୀ ଗୁରୁ ଶ୍ୟାମ ସୁନ୍ଦର ସୁନା, ସୋନପୁର ବ୍ଲକ କଳାକାର ସଂଘର ଉପ-ସଭାପତି ତଥା କଳା ସଂଗଠକ ଗୁରୁ ନନ୍ଦକାହ୍ନା ପୁଝାରୀ, ବିନିକା ବ୍ଲକ କଳାକାର ସଂଘର ଉପ-ସଭାପତି ତଥା କଣ୍ଠଶିଳ୍ପୀ ଗୁରୁ ନିରାକାର ଦେହୁରୀ ପ୍ରମୁଖଙ୍କୁ “ତସ୍ମୈଶ୍ରୀ ସମ୍ମାନ-୨୦୨୪” ରେ ସମ୍ମାନୀତ କରାଯାଇଥିଲା । ପ୍ରଥମେ ସଭାପତି ଲଡୁକିଶୋର ମଲ୍ଲିକ ସ୍ୱାଗତ କରିବା ସହିତ ଦଣ୍ଡ କଳାକାର ଗୁରୁ ଗୋକୁଳ ମାଝୀ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ତଥା ନାଟ୍ୟ ଶ୍ରୀ ଗଦାଧର ବାରିକ ମୁଖ୍ୟ ଅତିଥି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଓ ଶ୍ରୀ ଅଭିମନ୍ୟୁ କୁଶଳ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହି ଏହା ଗୋଟିଏ ନିଆରା ଗୁରୁଶିଷ୍ୟ ପରମ୍ପପରା ର ନିଦର୍ଶନ ସହିତ ଉଚ୍ଚ କୋଟିର କାର୍ଯ୍ୟକ୍ରମ ବୋଲି ମତ ବ୍ୟକ୍ତ କରିଥିଲେ । କୋଷାଧ୍ୟକ୍ଷ ସୁଶାନ୍ତ ସାହୁ ଅତିଥି ପରିଚୟ ପ୍ରଧାନ କରିଥିଲେ ଏବଂ କାର୍ଯ୍ୟକ୍ରମର ଶେଷରେ ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସହ- ସଂପାଦକ -ପୃଥିରାଜ ବାଗ, ସଦସ୍ୟ ଗୋପାଳ ମେହେର, ସନ୍ତୋଷ କୁମାର ପାଢୀ, ଓ ରାଜେଶ ମିଶ୍ର । ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଲୋକ କଳାକାର ଅଂଶଗ୍ରହଣ କରିଲେ । କଳାକାର ଗୁରୁ ଭୁଷଣ ଦେହୁରୀ, ଗୁରୁ ଗୋକୁଳ ମାଝି, ଗୁରୁ ବୌରାଗୀ ବାଘ, ଚନ୍ଦ୍ର ଶେଖର କର୍ମୀ, ମାଧବ ଭୋଇ, ମାନଭଂଜନ ଭୋଇ, ଦାଶରଥି ମହାନନ୍ଦିଆ, ସିଦ୍ଧେଶ୍ୱର ରାଜହଂସ, ମହାଦେବ ବେହେରା, ସିତା ଭୋଇ, ବୁଇ ଶୁରୁଜାଲ, କରୁଣା ବଗତି, ପରିକ୍ଷିତ ବଗର୍ତି, କୃତିବାସ ବଗର୍ତି, ଭଜନ କମ୍ଭାର, ବିଶ୍ଵାମିତ୍ର କଲତା,ନାରାୟଣ କୁମ୍ଭାର, ଅଶୋକ ବାଗ, ନାରାୟଣ ସେଠୀ, ସନ ବଘାର ଓ କୁଶଳେଶ୍ୱର ମହାନନ୍ଦ ପ୍ରମୁଖ ଗୀତ ଓ ନାଚ ପରିବେଷଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *