August 21, 2026
Home » ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସୁବର୍ଣ୍ଣପୁର ଗସ୍ତ: ସହରାଂଚଳ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ସୁବର୍ଣ୍ଣପୁର ଗସ୍ତ: ସହରାଂଚଳ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ନୂତନ ପ୍ରକଳ୍ପର ଶୁଭାରମ୍ଭ

0
WhatsApp Image 2026-05-05 at 1.05.18 PM

ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସୋମବାର ଦିନ ଦିନିକିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନା କକ୍ଷରେ ସୋନପୁର ପୌର ପରିଷଦ ସହ ବିନିକା ଓ ତରଭା ଏନଏସିରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ପୂଙ୍ଖାନୁପୂଙ୍ଖ ସମୀକ୍ଷା କରିଥିଲେ। ସହରର ପରିମଳ ବ୍ୟବସ୍ଥା ର ସମୀକ୍ଷା କରିବା ସହିତ ସୋନପୁର ସହରର ସମସ୍ତ ଡ୍ରେନ୍ ନିୟମିତ ସଫା କରିବା ଓ ସଠିକ୍ ପରିମଳ ବ୍ୟବସ୍ଥା ସୁଚାରୁ ରୂପରେ ନିର୍ବାହ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝିଙ୍କୁ କହିଥିଲେ। ପୁରୁଣା ଡ୍ରେନ୍ ମରାମତି ସହ ଯୋଜନାବଦ୍ଧ ଭାବେ ନୂତନ ଡ୍ରେନ୍ ନିର୍ମାଣ ଉପରେ ମଧ୍ୟ ଜୋର ଦିଆଯାଇଥିଲା। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଚଳ ଥଣ୍ଡା ପାନୀୟ ଜଳ ପ୍ରକଳ୍ପଗୁଡିକୁ ଶୀଘ୍ର ମରାମତି କରିବା ସହ ପାନୀୟ ଜଳ, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସତର୍କ କରିଥିଲେ। ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମାପ୍ତ କରିବା ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲୁଥିବା କାର୍ଯ୍ୟଗୁଡିକୁ ଗତିଶୀଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅଧିବାସୀଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ସହ ସହରାଂଚଳର ସ୍ୱଚ୍ଛତା ଓ ବସ୍ତି ଅଞ୍ଚଳର ଉନ୍ନତିକୁ ଗୁରୁତ୍ୱ ଦେବାକୁ ମଧ୍ୟ ସେ କହିଥିଲେ ।
ପରେ ବୀରମହାରାଜପୁରରେ ମନ୍ତ୍ରୀ ଡ. ମହାପାତ୍ର ୨୦ ଲକ୍ଷର ପ୍ରକଳ୍ପ ରଜା ବନ୍ଧର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଭୂମିପୂଜନ କରିବା ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ କାର୍ଯ୍ୟାଳୟ ଭାବରେ ଚମ୍ପମାଲ ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଉଦଘାଟନ କରିଥିଲେ। ଏହି ଅବସରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା,ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଓ ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ କହିଥିଲେ ଯେ ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ଭାବେ ଗଢ଼ିଉଠାଇବାରେ ସମସ୍ତଙ୍କ ପ୍ରୟାସ ରହିଥିଲା। ନୂତନ ସ୍ଥାୟୀ ବିଜ୍ଞାପିତ ଅଞ୍ଚଳ ଭବନ ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ପୂର୍ବରୁ ରାସ୍ତା ଆଲୋକ ପାଇଁ ୫୦ ଲକ୍ଷ, ରାସ୍ତା ଓ ଡ୍ରେନେଜ ପାଇଁ ୫୦ ଲକ୍ଷ ଏବଂ ପରିଚ୍ଛନ୍ନତା ପାଇଁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ଆଗାମୀ ଦିନରେ ନାଳା, ପିଇବା ପାଣି ଓ ପାର୍କ ସହିତ ଆବଶ୍ୟକ ସୁବିଧା ବିକାଶ କରି ସମଗ୍ର ଅଞ୍ଚଳର ଉନ୍ନତି ନିଶ୍ଚିତ କରିବାକୁ ସେ କହିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed