July 1, 2026
Home » ଗୋଟିଏ ସ୍କୁଲରୁ ଚାରି କର୍ମଚାରୀ ଗଲେ ଶିକ୍ଷାଦାନ ହେବ କେମିତି

ଗୋଟିଏ ସ୍କୁଲରୁ ଚାରି କର୍ମଚାରୀ ଗଲେ ଶିକ୍ଷାଦାନ ହେବ କେମିତି

0
WhatsApp Image 2026-07-01 at 1.11.44 PM

 

ବରଗଡ/ବିଜେପୁର : ଗୋଟିଏ ସ୍କୁଲର ଏକା ସାଙ୍ଗରେ ଚାରିଜଣ କର୍ମଚାରୀ ବିଦାୟ ନେଲେ ଶିକ୍ଷାଦାନ କେମିତି ହେବ ବୋଲି ବରଗଡ ଜିଲ୍ଲା ବିଜେପୁର ବ୍ଲକ କୁର୍କୁଟା ଗ୍ରାମର ମଧ୍ୟ ସ୍ଥଳରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ମତ ପ୍ରକାଶ ପାଇଛି । ପଞ୍ଚାୟତ ହାଇସ୍କୁଲ କୁର୍କୁଟାର ଇଂରାଜୀ ଶିକ୍ଷକ ସୁବାଷ ଚନ୍ଦ୍ର ଭୋଇ, ଇତିହାସ ଓ ଭୂଗୋଳ ଶିକ୍ଷକ ସରୋଜ କୁମାର ପ୍ରଧାନ, ହିନ୍ଦୀ ଶିକ୍ଷକ ହେମସାଗର ମେହେର ଓ ହେଡ୍ ପିଅନ କୌସ୍ତୁଭ ସେଠଙ୍କ ଅବସର ଗ୍ରହଣ ହୋଇଥିବା ବେଳେ ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ବିଦ୍ୟାଳୟରେ ଓ ପରେ କୁର୍କୁଟା ଗ୍ରାମ ମଧ୍ୟ ସ୍ଥଳରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଆୟୋଜନ ତଥା ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଦାୟୀ ଶିକ୍ଷକଗଣ, ଶିକ୍ଷକ ରମାକାନ୍ତ ପୃଷ୍ଟି, କ୍ଷୀରୋଦ୍ର ସାହୁ, ଦଶରଥ ଗଡତିଆଙ୍କ ସମେତ ସାନ୍ତନୁ ଜାଲ, ନୀଳମଣୀ ଭୁଏ, କୂଳମଣି ଧରୁଆ ଆଦି ମଞ୍ଚାସୀନ ଥିଲେ ।

ସଂସ୍କୃତ ଶିକ୍ଷକ ଲିଙ୍ଗରାଜ ସାହୁ ଅତିଥିଙ୍କ ସ୍ବାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ଛାତ୍ର ହେମନ୍ତ ମହାନନ୍ଦ ସଭା ପରିଚାଳନା କରିଥିଲେ । ସଭା ପୂର୍ବରୁ ଗଣ୍ଡାବଜା ତାଳେ ତାଳେ ସମ୍ମାନ ପୂର୍ବକ ସାଂସ୍କୃତିକ ଧାରାରେ ଏକ ଭବ୍ୟ ଶୋଭାଯାତ୍ରେ ସଭା ସ୍ଥଳକୁ ପହଞ୍ଚିଥିଲା । ପରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ବାରା ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ପଦଧୌତ ପୂର୍ବକ ବିଦାୟୀ ଶିକ୍ଷକଗଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦାୟୀ ଶିକ୍ଷକଗଣ ବିଦ୍ୟାଳୟ ତିଷ୍ଠିବା ସହିତ ସେମାନଙ୍କ କୋହଭରା ସଂଘର୍ଷମୟ ଅତୀତକୁ ଉପସ୍ଥାପନା କରିବା ସହିତ ଅସମ୍ଭବ ବୋଲି କିଛି ନାହିଁ ବୋଲି କହିଥିଲେ । ସଭାରେ ସେମାନଙ୍କ ସୁସ୍ଥ ନିରାମୟ ଦୀର୍ଘାୟୁ କାମନା କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ଚିତ୍ତରଞ୍ଜନ ପଣ୍ଡା, ଜତିନ୍ ମହାନନ୍ଦ, ଆକାଶ ସାହୁ, ବିବେକ ପାଣିଗ୍ରାହୀ, ଅନନ୍ତ ରଣା, ସଞ୍ଜୟ ନନ୍ଦ, ବଡ ନାଏକ, ଗୋବିନ୍ଦ ସା, ସଙ୍ଗୀତା ଧରୁଆ, ଅନିମା ସାହୁ, ମୀରା ନାଏକ, ରୀନା ବେହେରା, ଅଲିସା ନାଏକ, ନିର୍ମଳ ବାରିକ, ପୂଜା ଭଏଁସାଲ, ଅଞ୍ଜନ ସାହୁ, କ୍ଷୀରସାଗର ଭୋଏ, ମଣ୍ଟୁ ଧରୁଆ, ସୁବ୍ରତ ଧରୁଆ, ନମ୍ରତା ସାହୁ, ମହେନ୍ଦ୍ର ରଣା ପ୍ରମୁଖ ପୂର୍ବତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ଉପ୍ରା ବିଦ୍ୟାଳୟର ଶିକ୍ଷକ ପ୍ରେମରାଜ ପଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *