ଗୋରେଖନାଥ ସାହୁଙ୍କୁ ବରିଷ୍ଠ ସାରସ୍ବତ ପ୍ରତିଭା ସମ୍ମାନ 2024 ପ୍ରଦାନ l
ସୁବର୍ଣ୍ଣପୁର –ସାରସ୍ବତ ସାଧନା ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ବେତ ସଂକେତ ସାରସ୍ବତ ମଞ୍ଚ , ଭୁବନେଶ୍ବର ତରଫରୁ ବରିଷ୍ଠ ସାମ୍ବାଦିକ , ଲେଖକ ତଥା ଗବେଷକ ଗୋରେଖନାଥ ସାହୁଙ୍କୁ 2024 ମସିହା ସକାଶେ ବରିଷ୍ଠ ସାରସ୍ବତ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି I ଏହି ଉପଲକ୍ଷେ ଭୁବନେଶ୍ବର ଜୟଦେବ ଭବନରେ ଶ୍ବେତ ସଂକେତ ସାରସ୍ବତ ମଞ୍ଚର 36ତମ ସାରସ୍ବତ ସମାବର୍ତ୍ତନ ସମାରୋହରେ ତାଙ୍କୁ ମାନପତ୍ର , ଉପଢୌକନ , ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ପ୍ରକାଶ ଥାଉକି କୋଶଳି , ଓଡିଆ ଓ ଇଂରାଜୀ ଭାଷାରେ ଶ୍ରୀ ସାହୁ ପଚିଶ ଖଣ୍ଡ ପୁସ୍ତକ ରଚନା କରିଛନ୍ତି I ସେଥିମଧ୍ୟରୁ ଅଧିକାଂଶ ଓଡିଶା ତଥା ଭାରତୀୟ ସଂସ୍କୃତି ଉପରେ ଲିଖିତ I ପଶ୍ଚିମ ଓଡିଶାର ଯାନିଯାତ୍ରାରେ ବରୁଆ ତତ୍ତ୍ବରେ ଯୋଗତତ୍ତ୍ବ ତାଙ୍କର ଗବେଷଣାର ବିଷୟ ବସ୍ତୁ I ବିଭିନ୍ନ ଭାଷାରେ ଶ୍ରୀ ସାହୁ ତିନିଖଣ୍ଡ ଶିଶୁ ସାହିତ୍ୟ ରଚନା କରିଛନ୍ତି I ତାଙ୍କ ମାର୍ଗ ଦର୍ଶନରେ ଜାପାନୀ ଗବେଷକ ସତୋ ମକୋତୋ , ଡ: ସୀମାରାଣୀ ରଥ ଏବଂ ଡ: ତିଳ କୁମାର ଭଳି ଅନେକ ପି.ଏଚ.ଡି ଡିଗ୍ରୀ ହାସଲ କରିଛନ୍ତି I ସୂର୍ଯ୍ୟାବର୍ତ୍ତା,ଶାକ୍ତସ୍ବର, ସୁବର୍ଣ୍ଣ ଶିଖା, ଚେତନା ବାର୍ତ୍ତା, କୋଶଲ ପ୍ରଦେଶ ଭଳି ଅନେକ ସ୍ମରଣିକା ଓ ସାପ୍ତାହୀକ ପତ୍ର ପତ୍ରିକାର ସେ ସଂପାଦନା କରିଛନ୍ତି I ଶ୍ରୀ ସାହୁ ପ୍ରଜାତନ୍ତ୍ର , ସମାଜ , ଦି ଏସିଏନ ଏଜ , ଦି ପାଓନିୟର ତଥା ସଂକଳ୍ପ ଟିଭିର ସାମ୍ବାଦିକ ଭାବେ ପ୍ରତିନିଧିତ୍ବ କରିଛନ୍ତି I
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର