June 14, 2025
Home » ଗ୍ରାମପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ l

ଗ୍ରାମପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ l

0
WhatsApp Image 2024-10-28 at 1.27.08 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମ ପଂଚାୟତ ସଭାଗୃହ ଠାରେ ରେଆର ସୋନପୁର ତରଫରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ସହାୟତା ରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ନନ୍ଦ, ଗ୍ରାମ ରୋଜଗାର ସେବକ ତଥା ଏ ଡ଼ି ଇ ଓ ଲଳିତ ପଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଜୁ ମଲ୍ଲିକ,ଜଗଦିଶ ମେହେର, ନାଏବ ସରପଞ୍ଚ ଝସକେତନ ପଧାନ, ଏମ ବି କେ ପଦ୍ମିନୀ ପାଢ଼ୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ରେଆର ର ପ୍ରକଳ୍ପ ସଂଯୋଜକ ବିଶ୍ୱମ୍ବର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ମିତ୍ରଭାନୁ ମଲ୍ଲିକ ବୈଠକ ର ଉଦ୍ଧେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ ରେ ପଂଚାୟତ ର ସି ଆର ପି, ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଟି ର ସଦସ୍ୟା ମାନେ ଉପସ୍ଥିତ ଥିଲେ l ଶେଷରେ ସୁଦାମ ଗାଈଗରିଆ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *