August 21, 2026
Home » ଚଳିତ ବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳତା ପାଇଁ ପ୍ରଚାର ପ୍ରସାର ଜୋରଦାର

ଚଳିତ ବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳତା ପାଇଁ ପ୍ରଚାର ପ୍ରସାର ଜୋରଦାର

0
1001069427
ନୟାଗଡ଼: ନୟାଗଡ ଜିଲ୍ଲା ଦୌରl ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷl ଶ୍ରୀ ମତୀ ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ସଚୀବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ ର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ଶନିବାର ୯ତାରିଖରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ହେବା ପାଇଁ ପ୍ରଚାର ପ୍ରସାର ଜୋର୍ ସୋରରେ ଚାଲିଛି l ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ପ୍ରମୋଦ କୁମାର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ତଅପୋଇ ସେଠୀ, ଇପସିତl, ମିକି ରାଉତ, ପ୍ରଭାସିନୀ ରାଉତ,ପ୍ରକାଶ ଦଳେଇ, ମମତା ବେହେରା, ବିଷ୍ଟନୁ ଚରଣ ପଟ୍ଟନାୟକ, ରୋନିତ୍ ଦଳେଇ ଏବଂ ଆଇନ୍ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ପ୍ରମୁଖ ନୟାଗଡ଼ ଜିଲ୍ଲାର ୮ଗୋଟି ବ୍ଲକ, ସହର ବଜାରକୁ ଯାଇ ପଦଯାତ୍ରା କରି ଜନ ସାଧାରଣଙ୍କୁ ପ୍ରଚାର ପତ୍ର ବଣ୍ଟନ ଏବଂ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର ପ୍ରସାରରେ ସାମିଲ ହୋଇଛନ୍ତି । l
ଏହି ଲୋକ ଅଦାଲତ ରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମାମଲା ଯଥା ଦେୱାନି ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ ଓ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉଁସ ମାମଲା ଇତ୍ୟାଦିର ଆପୋଷ ସହମତି ଭିତ୍ତିରେ ସମାଧାନ କରା ଯାଇପାରିବ l କେବଳ ବିଚାରାଧିନ ମାମଲା ନୁହେଁ, କୌଣସି କୋର୍ଟ କଚେରୀରେ ମାମଲା ନ ଥାଇ ପ୍ରାକ୍ ମୋକଦମl ସ୍ତରୀୟ (କଚେରୀରେ ମୋକଦ୍ଦମା ଦାୟର ହୋଇନଥିବ ) ସମସ୍ତ ବିବାଦର ମଧ୍ୟ ଅପୋସ ସମାଧାନ କରାଯାଇ ପାରିବ ବୋଲି ଜନ ସାଧାରଣଙ୍କୁ ସଚେତନ କରାଯାଇଛି । ବିବାଦର ସମାଧାନ ପାଇଁ ଜନ ସାଧାରଣଙ୍କୁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଏହି ଲୋକ ଅଦାଲତ ରାୟ ବୈଧ, ଚୁଡାନ୍ତ ଏବଂ ଅମଳ ଯୋଗ୍ୟ ଅଟେ । ଜନସାଧାରଣ ଅଧିକ ଜାଣିବାପାଇଁ ନିକଟସ୍ଥ କାର୍ଯରତ ବିଚାର ବିଭାଗୀୟ ଅଦାଲତ ପରିସରରେ ଥିବା ଆଇନ୍ ସେବା କାର୍ଯ୍ୟାଳୟ ସହ ଏବଂ ଜାତୀୟ ଆଇନ୍ ସେବା ପ୍ରାଧିକରଣର ହେଲପ୍ ଲାଇନ ୧୫୧୦୦ ସହ ଯୋଗାଯୋଗ କରିବାକୁ ପ୍ରଚାର ପ୍ରସାର ମାଧ୍ୟମରେ ଅନୁରୋଧ କରାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed