August 21, 2026
Home » ନବନିର୍ମାଣ କୃଷକ ସଂଗଠନ ର ରାଜ୍ୟବ୍ୟାପି କୃଷକ ସ୍ୱାଭିମାନ ଯାତ୍ରା ଆରମ୍ଭ l

ନବନିର୍ମାଣ କୃଷକ ସଂଗଠନ ର ରାଜ୍ୟବ୍ୟାପି କୃଷକ ସ୍ୱାଭିମାନ ଯାତ୍ରା ଆରମ୍ଭ l

0
WhatsApp Image 2026-05-06 at 5.28.41 PM

ସୁବର୍ଣ୍ଣପୁର: ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଥିଲା ନବନିର୍ମାଣ କୃଷକ ସଂଗଠନ ର ରାଜ୍ୟବ୍ୟାପୀ କୃଷକ ସ୍ୱାଭିମାନ ଯାତ୍ରା। ଇଷ୍ଠ ଦେବୀ ମା ସୁରେଶ୍ଵରୀ ମନ୍ଦିର ଠାରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଙ୍କ ନେତୃତ୍ୱ ରେ ଆସିଥିବା ଏହି ଯାତ୍ରା ର ସମସ୍ତ ସଂଗ୍ରାମୀ ସାଥୀ ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲା କୃଷକ ସଙ୍ଗଠନ, ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଗଠନ ବିନିକା ଆଦି ସଂଗଠନ ର ୬ଟି ବ୍ଲକ୍ ର ଚାଷୀ ପ୍ରତିନିଧି ଓ ଚାଷୀ ମାନେ ସ୍ୱାଗତ କରିଥିଲେ। ଦେବୀ ଙ୍କ ପୂଜାର୍ଚ୍ଚନା କରି ଚାଷୀ ସମାଜ ର ମଙ୍ଗଳ କାମନା କଲା ପରେ ଏହି କୃଷକ ସ୍ୱାଭିମାନ ଯାତ୍ରା ଶହ ଶହ ଚାଷୀ ଙ୍କୁ ନେଇ ଏକ ବାଇକ୍ ରେଲି ରେ ସହର ପରିକ୍ରମା କରି ପଟାଭାଡି ରୟାଲ କନଭେନସନ୍ ସ୍ଥିତ ସଭାଗୃହ କୁ ପହଞ୍ଚିଥିଲା। ଚାଷୀ ଏକତା ଜିନ୍ଦାବାଦ, କରା ମାଡ ରେ କ୍ଷତିପୂରଣ ଦେବା ଆମର ଦାବୀ, ଚାଷୀ ଉପରେ ଜୁଲୁମ୍ ଚଳିବ ନାହିଁ, ସୋନପୁର ସୂତାକଳ ର ପୁନରୁଦ୍ଧାର ଆମର ଦାବୀ ଆଦି ସ୍ଲୋଗାନ ଦେଇଥିଲେ ଚାଷୀ ମାନେ।

ଏହା ପରେ ସାମ୍ବାଦିକ ସମ୍ମିଳନୀ ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ନବନିର୍ମାଣ କୃଷକ ସଂଗଠନ ର ଏକ ମୋବାଇଲ ଆପ ଲୋକାର୍ପଣ ହୋଇଥିଲା। ଆଗକୁ ଗାଁ କୁ ଗାଁ ବୁଥ କୁ ବୁଥ ଚାଷୀ ଯୁବକ ବାହାରି ଏହି ଆପ ଜରିଆରେ ଚାଷୀ ମାନଙ୍କ ସମସ୍ତ ସମସ୍ୟା ର ସର୍ଭେ କରିବେ ଓ ସରକାର ଙ୍କୁ ତଥ୍ୟ ଦେଖାଇ ନିଜ ହକ୍ ଅଧିକାର ପାଇଁ ଲଢ଼ିବେ ବୋଲି ସୂଚନା ଦେଇଥିଲେ ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀ। ଚାଷୀ ନେତୃତ୍ୱ ଙ୍କ ମଧ୍ୟ ରେ ଚାଷୀ ନେତ୍ରୀ ସୋନାଲି ବିଶି, ରଶ୍ମୀ ରଞ୍ଜନ ସ୍ୱାଇଁ, ମନ୍ୱର୍ ଅଲ୍ଲୀ, ରଣଜିତ୍ ପଟ୍ଟନାୟକ, ହୃଷୀକେଶ ଦେହୁରୀ, ଡକ୍ଟର କୁଳମଣୀ, ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ , ରମେଶ ଦାଶ, ଦେବାଶିଷ ଦାଶ ଆଦି ଯୋଗ ଦେଇ ଡବଲ ଇଞ୍ଜିନ ସରକାର ର ଚାଷୀ ମାରଣ ନୀତି, ଚାଷୀ ଙ୍କୁ ଅସମ୍ମାନ କରିବା ଓ ପ୍ରତିଶ୍ରୁତି ରେ ଠକେଇ କରିବା ଆଦି ନେଇ ବର୍ଷିଥିଲେ। ଆଗକୁ ତ୍ରିଦିବସୀୟ ରଣନୀତି ଶିବିର ଆୟୋଜନ କରି ସମସ୍ତ ଚାଷୀ ପ୍ରତିନିଧି ଙ୍କୁ ସଂଘର୍ଷ ପାଇଁ ପ୍ରସ୍ତୁତ କରାଯିବ ଓ ଚାଷୀ ସରକାର ଗଠନ ର ମୂଳଦୁଆ ପଡିବ ଯଦ୍ୱାରା ଚାଷୀ ଙ୍କ ପ୍ରାଇସ, ପ୍ରେଷ୍ଟିଜ ପେନସନ୍ ସହ ମୂଳ ଅଧିବାସୀ ଙ୍କ ଜଳ ଜଙ୍ଗଲ ଜମି ଓ ଖଣି ଅଧିକାର ସାବ୍ୟସ୍ତ ହେବ ବୋଲି ଶ୍ରୀ ଅକ୍ଷୟ କୁମାର ପ୍ରକାଶ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed