October 20, 2026
Home » ଚଳିତ ବର୍ଷ ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଧୂମଧାମରେ ପାଳନ କରାଯିବ

ଚଳିତ ବର୍ଷ ହରେକୃଷ୍ଣ ମହତାବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଧୂମଧାମରେ ପାଳନ କରାଯିବ

0
WhatsApp Image 2026-10-20 at 4.53.57 PM

 

ଗୁଆଝର ଠାରେ ରାଜ୍ୟ ସ୍ତରୀୟ ଡଃ ହରେକୃଷ୍ଣ ମହତାବଙ୍ଗର ୧୨୭ ତମ ଜୟନ୍ତୀ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ହୋଇଯାଇଅଛି | ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉତ୍ସବ ଆସନ୍ତା ତା -୨୧ ନଭେମ୍ବର ୨୦୨୬ ରିଖ, ଶନିବାର ଅନୁଷ୍ଠିତ ହେବ | ଭକ୍ତକାର୍ଯ୍ୟକ୍ରମରେ ୫୦ ଦଳ ପାଇକ ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସମ୍ବଲପୁରୀ, ପଶୁମୁଖା, ଧେମଶା, ଘୁମୁରା, ଶବର ଶବରୁଣୀ, ଘୋଡ଼ା ନାଚ, ତାକା ନୃତ୍ୟ, ଆଦିବାସୀ ନୃତ୍ୟ, ରଣପା, ଦୁଲୁଦୁଲି, ମେଢ଼ନାଚ, ଗଞ୍ଜାମ ଶଙ୍ଖ’ ଇତ୍ୟାଦି ଯୋଗଦେବା ସହିତ, ପ୍ରତିବର୍ଷ ପରି ନିମ୍ନଲିତ କାର୍ଯ୍ୟକ୍ରମ କରାଯିବ ବୋଲି ହରେକୃଷ୍ଣ ମହତାବ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ସୂଚନା ପ୍ରଦାନ କରିଛନ୍ତି।

ସେ ଆହୁରି ସୂଚନା ପ୍ରଦାନ କରି କହିଛନ୍ତି କି ଉକ୍ତ ଦିନ ସକାଳ ୦୭ ଘଟିକା ସମୟରେ ମନ୍ଦିର, ମସଜିତ, ବର୍କ, ବୁଦ୍ଧ ମନ୍ଦିରରେ ପୂଜାର୍ଚନା କରାଯିବ | ସେହିପରି ସକାଳ ୦୮ ଘଟିକା ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା‌ଯିବ । ସକାଳ ୦୯ ଘଟିକା ସମୟରେ ମେଡିକାଲରେ ରୋଗୀଙ୍କୁ ଫଳବଣ୍ଡନ କରା‌ଯିବ । ସକାଳ ୧୦.୩୦ ଘଟିକା ସମୟରେ ପି ଏମ.ଡି ଛକ ଠାରେ ସାଧାରଣ ସଭା କରା‌ଯିବ ଏବଂ ଏହି ସଭାରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବ୍ରଜ ମୋହନ ରାମ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଳ, ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରକ୍ତ ଚରଣ ଦାସ, ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଜୟନ୍ତୀ କମିଟିର ସ୍ଥାୟୀ ସଭାପତି ପୂର୍ବତନ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ ସଭାପତିତ୍ବ କରିବେ |

ମଧ୍ୟାହ୍ନ ୧୧.୩୦ ଘଟିକା ସମୟରେ ପି ଏମ.କି ଛଳ ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଆସିବ |

ମଧ୍ୟାହ୍ନ ୧.୨.୦୦ ଘଟିକା ସମୟରେ ଶ୍ରୀ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ପାଇକ ମାନଙ୍କୁ ସମ୍ମାନିତ କରାଯିବ |

ଉକ୍ତ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେଳା, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ଯୋଗଦେବେ |

ସାନ୍ଧ୍ୟ ୦୭ ଘଟିକା ସମୟରେ ବଢ଼େଇବାଙ୍କ ଛକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ଖଦି ବୋର୍ଡ ଅଧକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ସମାଜସେବୀ ଶ୍ରୀଯୁକ୍ତ ଅମୀୟ ଦାସ ଯୋଗଦେବେ ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *