September 17, 2024
Home » ଚାକିରି ଦେବା ନାମରେ ବହୁଚର୍ଚିତ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝି ଗିରଫ

ଚାକିରି ଦେବା ନାମରେ ବହୁଚର୍ଚିତ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝି ଗିରଫ

0

ଚାକିରି ଦେବା ନାମରେ ବହୁଚର୍ଚିତ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝି ଗିରଫବିଭିନ୍ନ ଆଳ ଦେଖାଇ ଚାକିରି ଦେବା ବାହାନାରେ ଏକାଧିକ ଲୋକଙ୍କୁ ଠକେଇ ମାମଲାରେ ଯୋଡିତ ମାଷ୍ଟର ମାଇଣ୍ଡ ମାଲକାନଗିରି ମାଥିଲି ବ୍ଲକ ତିନି ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝିଙ୍କୁ ଶୁକ୍ରବାର ନିଜ ପୈତୃକ ସ୍ଥାନ ଜଗତସିଂହପୁରରୁ ମାଥିଲି ପୋଲିସ ଗିରଫ କରିଛି। ବିଭିନ୍ନ ସମୟରେ ସସ୍ମିତା ପାଣ୍ଡିଆନଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ତାଙ୍କ ନାଁ ନେଇ ଚାକିରି କରାଇ ଦେବା କହି ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି ବିଜେଡି ଅଭିଯୁକ୍ତା ।
ପୂର୍ବରୁ ମାଷ୍ଟରମାଇଣ୍ଡ ରମେଶ ରାଉତ ନିଜକୁ ସୁଜାତା କାର୍ତ୍ତିକେୟଙ୍କ ଭାଇ କହି ମାଲକାନଗିରି ଜିଲ୍ଲାରେ ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଠକ ଅଭିଯୁକ୍ତ ରାଉତକୁ ଗିରଫ କରିଥିଲା। ଉକ୍ତ ଠକେଇ ମାମଲାରେ ସସ୍ମିତାଙ୍କ ସମେତ ତିନି ଜଣ ଅଭିଯୁକ୍ତ ରହିଥିବା ବେଳେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଆଉଜଣେ ଅଭିଯୁକ୍ତ ବର୍ତମାନ ପର୍ଯ୍ୟନ୍ତ ଗିରଫ ହୋଇନାହିଁ ।
ହେଲେ ଏକ ପ୍ରେସ ବିବୃତି ଜରିଆରେ ୪ଦିନ ତଳେ ଜନ ବିରୋଧି କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ସସ୍ମିତା ମାଝିଙ୍କୁ ବିଜେଡିରୁ ବହିଷ୍କାର ହୋଇଥିବା ଜଣା ପଡିଥିଲା ।
ତାଙ୍କ କାର୍ଯ୍ୟକଳାପକୁ ମଧ୍ୟ ଅନ୍ୟ ନେତାମାନେ ପସନ୍ଦ କରୁ ନ ଥିଲେ। ଅଧିକାରୀମାନଙ୍କୁ ଡରାଇ ଧମକାଇ ତାଙ୍କ ଅନୁଗତ ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ କାମ ଦେବାପାଇଁ କାମ ହାସଲ କରୁଥିବା ବେଳେ ବିଭିନ୍ନ ସମୟରେ ଉନ୍ନତିମୂଳକ କାମରେ ବିଶୃଙ୍ଖଳା ସୃଷ୍ଟି କରି ସରକାରୀ କର୍ମଚାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବାର ପରିଲକ୍ଷିତ ହୋଇଥିଲା । ଯାହାକୁ ନେଇ ଦଳୀୟ ଶୃଙ୍ଖଳିତ ନେତା ତାଙ୍କ କାର୍ଯ୍ୟକଳାପକୁ ପସନ୍ଦ କରୁ ନ ଥିଲେ।
ପୁର୍ବରୁ ମାଲକାନଗିରି ଜିଲ୍ଲାରେ ଅନେକ ଡୁପ୍ଲିକେଟ/ ନକଲି/ ଜାଲ୍‌ ସାର୍ଟିଫିକେଟ, ଆଧାର କାର୍ଡ, ନକଲି ପୋଲିସ ଅଧିକାରୀ, ନକଲି ମାଓବାଦୀ,ନକଲି ଶିକ୍ଷକ,ନକଲି ଚିକିତ୍ସକ ଭଳି ଅନେକ ସମୟରେ ଦେଖିବାକୁ ମିଳିଥିବା ବେଳେ ଉକ୍ତ ଘଟଣାରେ ଅନେକ ଗିରଫ ହୋଇଥିବା ପରିଲକ୍ଷିତ ହୋଇଆସିଛି । କିନ୍ତୁ ଅତି ଦୁଃଖ ପରିତାପର ବିଷୟ ଏହି କି ଯେ ନିରିହ ଉଚ୍ଚଶିକ୍ଷିତ ବେରୋଜଗାରିଆ ଯୁବକଯୁବତିଙ୍କୁ ବିଭିନ୍ନ ସ୍ଥାନରେ କେତେବେଳେ ଦଲାଲ,ତ କେତେବେଳେ ଜନ ପ୍ରତିନିଧି,ତ ଆଉ କେତେବେଳେ ରାଜନେତାମାନଙ୍କ ଦ୍ବାରା ଠକାମିର ଶିକାର ହୋଇ ଆସୁଛନ୍ତି । ଏହି ପରି ଅନେକ ସମୟରେ ଲକ୍ଷ ଲକ୍ଷ ଋଣର ଶିକାର ହୋଇ ମାନସିକ ଚାପରେ ଶିକାର ହୋଇ ଆତ୍ମହତ୍ୟା ହୋଇଥିବା ମଧ୍ୟ ପରିଲକ୍ଷିତ ହୋଇଛି ।
ଅଭିଯୁକ୍ତା ସସ୍ମିତା ମାଝି ମାଥିଲି ଥାନା ଅଧିନସ୍ତ ମିଲୁଗୁଡା ଗ୍ରାମବାସି ରବିନାରାୟଣ ପୁହାଣଙ୍କ ପୁଅଙ୍କୁ ଯୋଗାଣ ବିଭାଗରେ ଯୋଗାଣ ନିରୀକ୍ଷକ ଚାକିରି କରାଇଦେବା କହି ୨୫/୦୪/୨୩ ରେ ଏକଲକ୍ଷ ଟଙ୍କା,୨୮/୦୪ ରେ ତିରିଶି ହଜାର ଟଙ୍କା ନଗଦ ନେବା ସହ ଦୁଇଟି କିସ୍ତିରେ ଭୁବନେଶ୍ୱରରେ ସୁଜାତା ପାଣ୍ଡିଆନଙ୍କ ଭାଇ କହୁଥିବା ରମେଶ ଚନ୍ଦ୍ର ରାଉତଙ୍କ ବ୍ୟାଙ୍କ ଖାତାକୁ ଛଅ ଲକ୍ଷ ଟଙ୍କା ପଠାଇବାକୁ କହିଥିଲେ । କିନ୍ତୁ,ଚାକିରି ବିଷୟରେ ରବିନାରାୟଣ ପଚାରି ବୁଝିବାରୁ ପ୍ରାଣରେ ମାରିଦେବେ ବୋଲି ସସ୍ମିତା ଧମକ ଦେବା ପରେ ଅଭିଯୁକ୍ତା ନାଁରେ ମାଥିଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପିଏସ କେସ ନଂ. ୧୬୬/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସମୟରେ ରବିବାର ମାଥିଲି ପୋଲିସ ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରିଛି।ଛି। ଘଟଣାର ମାଷ୍ଟର ମାଇଣ୍ଡ ସସ୍ମିତା ମାଝି ଫେରାର ହୋଇଯାଇଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ରବିବାର ମାଥିଲି ପୋଲିସ ଗିରଫ କରିଛି।
ବିଜେଡିର ବରିଷ୍ଠ ନେତା ଜୀବନ ସାହୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ନିମନ୍ତେ ୧୦ ଲକ୍ଷ ୧୦ ହଜାର ଟଙ୍କା ରମେଶ ରାଉତଙ୍କ ବ୍ୟାଙ୍କଖାତାକୁ ମାଥିଲି ସଦର ବ୍ଲକର ମାଧବୀ ହରେଶ କୁମାର ନାମ୍ନୀ ଜଣେ ମହିଳା ପଠାଇ ଠକାମିର ଶିକାର ହେବା ଜାଣି ପରେ ଥାନାରେ ଲିଖିତ ଅଭିଯୋଗକୁ ପୋଲିସ ପି/ଏସ କେସ ନଂ.୧୫୦/୨୦ା୭ା୨୪ ମାମଲା ରୁଜୁ କରିଥିଲା । ସେହିପରି ସସ୍ମିତା କହିବା ଅନୁସାରେ ମାଥିଲି ସଦର ବ୍ଲକର କାର୍ତ୍ତିକ ରାୟ ଇ-ବାଇକ୍‌ ଯୋଜନାର ଡିଲରଶିପ୍‌ ପାଇଁ ୯ଟି କିସ୍ତିରେ ୨୬ ଲକ୍ଷ ୨୦ ହଜାର ଟଙ୍କା ରମେଶଙ୍କ ବ୍ୟାଙ୍କ ଖାତାରେ ଯଥା କରି ଠକାମିର ଶିକାର ହେବା ଜାଣି ଥାନାରେ ଅଭିଯୋଗ ପରେ ପୋଲିସ ପିଏସ କେସ ନଂ. ୧୪୯/୨୦ା୭ା୨୪ରେ ମାମଲା ରୁଜୁ କରିଛି।
ପ୍ରକାଶ ଥାଉ କି ଯେ ଭାପ୍ରସେ ସୁଜାତା କାର୍ତ୍ତିକେୟନ ଓ ଭାପ୍ରସେ ଟିକେ ପାଣ୍ଡିଆନ ଏହି ଦମ୍ପତିଙ୍କ ସ°ମ୍ପର୍କିୟ କହି ନିରିହ ଆଦିବାସି ଅଧ୍ୟୁଷିତ ଅଞ୍ଚଳବାସୀଙ୍କୁ ଉଚ୍ଚଶିକ୍ଷିତ ବେରୋଜଗାରିଆଙ୍କୁ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଡକାୟତି ସୋଇଥିବା ଅଭିଯୋଗ ସୋଇଛି । ଏଭଳି କିଛି କୁଟ ଲୋକଙ୍କ ଲାଗି ବିଜେଡି ବଦନାମ ହୋଇଥିବା କହିଛନ୍ତି ଶୃଙ୍ଖଳିତ ବିଜେଡି କର୍ମି । ପୁର୍ବତନ ସଚ୍ଚୋଟ ବିଜେଡି ଦଳୀୟ କର୍ମକର୍ତା ସରକାରଙ୍କ ନିକଟରେ ଅଞ୍ଚଳର ବିକାଶ ଦିଗରେ ସ୍ୱର ଉତ୍ତୋଳନ କରି ଅଞ୍ଚଳ ବିକାଶ ମୁଳକ କାର୍ଯ୍ୟ ସକାଶେ ଏକ ଦାୟିତ୍ୱବାନ ପଦବୀରେ ଥାଇ ମଧ୍ୟ ଅନୁର୍ନ୍ନତ ଅଞ୍ଚଳର ନିରିହ ଭୋଟରଙ୍କ ଦୁର୍ବଳତା ଦେଖି ଚାକିରି ଦେବା ବାହାନାରେ ଡରେଇ ଧମକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଅଭ୍ୟସ୍ତ ଥିବା ଦଳୀୟ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କାର ବା ନିଳମ୍ବନା ହୋଇଥିବା ପରିଲକ୍ଷିତ ହୋଇଥିବାବେଳେ ସଚ୍ଚୋଟ ବିଜେଡି ସରକାର ସମୟରେ ଅବିଭକ୍ତ କୋରାପୁଟ ତଥା ରାଜ୍ୟରେ ଯେତିକି ବେରୋଜଗାରିଆଙ୍କଠାରୁ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ଯେତିକି ଟଙ୍କା ଲୁଟି ଛନ୍ତି ତାର ସୁଧସହ ଆଦାୟ କରିବା ପାଇଁ ସାଧାରଣରେ ଜର ଧରିଛି ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *