June 13, 2025
Home » ଚାନ୍ଦିଲି ଥାନା ଅଞ୍ଚଳରେ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ଚାନ୍ଦିଲି ଥାନା ଅଞ୍ଚଳରେ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

0
WhatsApp Image 2024-09-11 at 6.08.55 PM

 

ଚୋରି ମାମଲାରେ ଚାନ୍ଦିଲି ଥାନା ପୋଲିସ କତାପେଟା ଅଞ୍ଚଳର ୩୮ ବର୍ଷୀୟ ହରେନ୍ଦ୍ର ମିନିକା,୫୦ ବର୍ଷୀୟ ପି ବୃନ୍ଦାବାନ୍ ଚୈଧୁରୀ ନାମକ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ପ୍ରେସ ବିବୃତି ପ୍ରଦାନ କରାଯାଇଛି। ଅଭିଯୁକ୍ତ ଉଭୟଙ୍କ ନିକଟରୁ ଗୋଟିଏ ଲାପଟପ ଏବଂ ଚାର୍ଜର, ଗୋଟିଏ ଇନଭର୍ଟର, ଗୋଟିଏ ଏସ ଏଫ ବ୍ୟାଟେରୀ, ଗୋଟିଏ ମୋବାଇଲ ଏବଂ ଗୋଟିଏ ରେଳବାଇ ୱାକିଟକି ଜବତ କରିଛି ପୋଲିସ।

ପ୍ରେସ ବିବୃତି ଅନୁସାରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଶ୍ରୀୟା ହିମିରିକା (୧୮) ନାମକ ଜଣେ ଯୁବତୀ ଅମଲାଭଟ୍ଟାରେ ରହୁଥିବା ତାଙ୍କ ମାମୁଁ ଘରେ ରହି ପାଠ ପଢନ୍ତି। ମୁକୁନ୍ଦ ପୁରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଦେହ ଖରାପ ଖବର ପାଇ ଗତ ଅଗଷ୍ଟ ୨୬ ତାରିଖରେ ସମସ୍ତେ ଯାଇଥିଲେ ।ଅମଲାଭଟାକୁ ସେପ୍ଟେମ୍ବର ୮ତାରିଖରେ ଫେରି ଦେଖିବା ବେଳେ ଦାଣ୍ଡ କବାଟ ତାଲା ଭାଙ୍ଗିଥ‌ିବା ବେଳେ ଘରର ସମସ୍ତ ଜିନିଷ ଇତସ୍ତତ୍ ପଡିଥିବା ସହ ତାଙ୍କ ମୋବାଇଲ, ଲାପଟପ ଦେଖା ନ ଯିବାରୁ ଚାନ୍ଦିଲି ଥାନାରେ ୯ ତାରିଖରେ ଚୋରି ହୋଇଥିବା ନେଇ ଏକ ଲିଖତ ଅଭିଯୋଗ କରିଥିଲେ। ଲିଖତ ଅଭିଯୋଗ ଆଧାରରେ ଚନ୍ଦିଲି ପୋଲିସ ତଦନ୍ତ ସମୟରେ ଅଭିଯୁକ୍ତ ଦୁହେଁ ଗିରଫ ସହ ସମସ୍ତ ଚୋରି ସାମଗ୍ରୀ ତାଙ୍କ ନିକଟରୁ ଜବତ କରିଥିଲା ।
ଉକ୍ତ ମାମଲାରେ ପୋଲିସ ଏକ କେସ ଋଜୁ କରିଛି ।

Leave a Reply

Your email address will not be published. Required fields are marked *