ଛତ୍ରପୁର ଅଟୋ ଚାଳକ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ
ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଲୱେର୍ ବସଷ୍ଟାଣ୍ଡ ଠାରେ ଛତ୍ରପୁର ଅଟୋ ଚାଳକ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ହୋଇଯାଇଛି । ବହୁ ବୀର ସ୍ଵାଧୀନତା ସଂଗ୍ରାମୀ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଏହି ଅବସରରେ ଆଇନଜୀବୀ ବି. ଶ୍ରୀନିବାସ ରାଓ ଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ସଭା ଅନୁଷ୍ଠିତ ହୋଇଥିଲା ।

ଅଟୋ ଚାଳକ ସଂଘ ର ସଭାପତି ଏସ୍. କାମରାଜୁ ରେଡ୍ଡୀ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ସ୍ବତନ୍ତ୍ରତା ଦିବସ ଅବସରରେ ପ୍ରତ୍ୟେକ ଅଟୋ ଚାଳକ ନିଜ ନିଜର କାର୍ଯ୍ଯ କ୍ଷେତ୍ରରେ ବିରାମ୍ ନେଇ ଖୁସି ଓ ନିଷ୍ଠାପରତା ସହ ସାମୁହିକ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ସମସ୍ତ ଅଟୋ ଚାଳକ ସଂଘର ସଦସ୍ୟଗଣଙ୍କ ମିଳିତ ଉପସ୍ଥିତରେ ସଂଗଠିତ ଏହି ସମାରୋହରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ସାମ୍ୱାଦିକ ନିମାଇଁ ଚରଣ ପଣ୍ଡା, ସମାଜସେବୀ ନରହରି ସ୍ୱାଇଁ ଏବଂ ବହୁ ବୁଦ୍ଧିଜୀବୀଗଣ ଉପସ୍ଥିତ ହୋଇ ଦେଶମାତୃକାର ସେବାରେ ବ୍ରତୀ ହେବା ନିମନ୍ତେ ସମସ୍ତେ ମିଳିତ ଭାବେ କାର୍ଯ୍ଯ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି ।
୭୯ ତମ ସ୍ବାଧିନତା ଦିବସ ପାଳନ ଅବସରରେ ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ ନିଜର ବକ୍ତବ୍ୟରେ କହିଥିଲେ ସମାଜରେ ଜଣେ ଜଣେ ଶୃଙ୍ଖଳିତ ସେବକ ଓ ନାଗରିକ ଭାବେ କାର୍ଯ୍ୟ କରିବା ସାଂଗକୁ ଗାଡ଼ି ଚଲାଇବା ବେଳେ ମାଦକ ପାନୀୟ, ନିଶାଦ୍ରବ୍ଯ ପାନ କରିବାରେ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଗାଡ଼ି ଚଲାଇବା ବେଳେ ସଡ଼କ ପରିବହନ ନିଗମ ର ଗାଇଡ ଲାଇନ କୁ ମାନି ଚାଲିବା ଜରୁରୀ ବୋଲି କହିଥିଲେ ।।
