August 20, 2026
Home » ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳରେ ଜୀବନ ହାନି ଘଟୁଛି ! ଜନତା ଉତ୍ତ୍ୟକ୍ତ ହେଲେଣି !!

ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳରେ ଜୀବନ ହାନି ଘଟୁଛି ! ଜନତା ଉତ୍ତ୍ୟକ୍ତ ହେଲେଣି !!

0
WhatsApp Image 2025-08-18 at 9.41.20 PM

ଛତ୍ରପୁର ଜାତୀୟ ରାଜପଥ ସଙ୍ଗମ ସ୍ଥଳ ମରଣଯନ୍ତା ପାଲଟିଛି । ଫ୍ଲାଏ ଓଭର ବ୍ରିଜ୍ ନଥିବାରୁ ଦୈନିକ ଦୁର୍ଘଟଣା ଘଟୁଛି । ବର୍ଷ ବର୍ଷ ଧରି ଦିନ ଗଢ଼ି ଯାଉଛି, ଫ୍ଲାଏ ଓଭର୍ ବ୍ରିଜ୍ ନିର୍ମାଣ ନାଁ ଗନ୍ଧ ଦିଶୁ ନାହିଁ ।
ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଛତ୍ରପୁର ସହର ର ବିଭିନ୍ନ ସ୍ଥାନ ଯଥା ଜାତୀୟ ପର୍ଯ୍ୟଟନ ସ୍ଥଳ “ତାମ୍ପରା” ଛକ, ପାଲିଆ-ଛତ୍ରପୁର ଛକ, ଫାୟାର ଷ୍ଟେସନ୍ ଛକ, ବ୍ୟାଙ୍କ୍ କଲୋନୀ ଛକ, ବିଜ୍ଞାନ ମହାବିଦ୍ୟାଳୟ ଛକ, ଡି.ଆର୍.ଡି.ଏ. ଛକ, ଚମାଖଣ୍ଡି ଛକ ନିକଟରେ ଦୁର୍ଘଟଣା ବୃଦ୍ଧି ପାଉଛି ।
ମୁଖ୍ୟତଃ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ନେଇ ଜନତା ଉତ୍ତ୍ୟକ୍ତ ହୋଇ ଉଠିଲେଣି । ଡବଲ ଇଞ୍ଜିନ ସରକାର୍ ଙ୍କ ଉପରେ ଛତ୍ରପୁର ଅଞ୍ଚଳବାସୀ ଆସ୍ଥା ଓ ବିଶ୍ୱାସ କରି ଆସିଥିଲେ,
ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ସଭମଞ୍ଚରେ ଦୃଷ୍ଟି ଆକର୍ଷଣ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଜାତୀୟ ରାଜପଥ ସଙ୍ଗମ ସ୍ଥଳରେ ଦୁର୍ଘଟଣା ବଢୁଥିବା ବିଷୟରେ ସାଂସଦ ଦୃଷ୍ଟିପାତ କରିଥିଲେ । ଏପରିକି ଅନେକ ଜନପ୍ରତିନିଧି ଙ୍କୁ ବହୁବାର ଦାବୀ ଓ ଅଭିଯୋଗ କରିଆସୁଥିଲେ ହେଁ ଜାତୀୟ ରାଜପଥ ସଂଯୋଗ ସ୍ଥଳେ ଅଣ୍ଡରପାସ୍ ବ୍ୟବସ୍ଥା ର ଫଳପ୍ରଦ ହୋଇପାରିଲା ନାହିଁ । ତେଣୁ ଏହି ସବୁ ସଙ୍ଗମସ୍ଥଳ ସ୍ଥାନମାନଙ୍କରେ ଦୈନିକ ଜଣ ଜଣଙ୍କର ଜୀବନ ହାନି ଘଟୁଛି । ମୁଖ୍ୟତଃ କଲେଜ୍ ଛକ, ଓ ଡି.ଆର୍.ଡି.ଏ. ଛକ ରେ ଦୈନିକ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ହାନି ଘଟୁଛି ।
ସୋମବାର ଅପରାହ୍ନ ବେଳେ ଜଣେ ସ୍କୁଲ୍ ଛାତ୍ରୀ ଙ୍କ ଜୀବନ ଯାଇଛି । ତେଣୁ ଜନତା ଉତ୍ତ୍ୟକ୍ତ ହୋଇଉଠିଛନ୍ତି । ଆଗମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଲୋକେ ଚେତାବନୀ ଦେଇଥିବା କୁହାଯାଏ ।
ସୂଚନା ଯୋଗ୍ୟ ଯେ’ ଛତ୍ରପୁର ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ଏକ ଦୂରଗାମୀ ୧୮ ଚକିଆଯାନ ଟ୍ରକ ଦୁର୍ଘଟଣାରେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀ ଛାତ୍ରୀ ଏସ୍. ଶ୍ରୁତି ରେଡ୍ଡୀ ଙ୍କ ମୃତ୍ୟୁ ହୋଇଛି ।
ଛାତ୍ରୀ ଜଣକ ମୃତ୍ୟୁ ହୋଇଥିବା ବେଳେ ବାପା ଓ ଦୁଇ ଭାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।
ମୃତ ନାବାଳିକା ଜଣକ ହେଲେ ଆଇ.ଆର.ଇ. ଜଙ୍କସନ୍ କାଳିଆବାଲି ଗ୍ରାମ ର ଅବସରପ୍ରାପ୍ତ ଆର୍ମି ପର୍ସନ ଏସ.ଦେବରାଜ ରେଡ୍ଡିଙ୍କ ଝିଅ ର ମୃତ୍ୟୁ ହୋଇଛି ଏବଂ ତାଙ୍କ ଦୁଇ ପୁଅ ଏସ.ବିକାଶ ଓ ଏସ.ଲୋକେଶ ଏବଂ ସ୍କୁଟି ଚାଳକ ବାପା ଦୁର୍ଘଟଣା ରୁ ବଞ୍ଚି ଯାଇଛନ୍ତି ବୋଲି ଖବର ମିଳିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ନମ୍ବର
ଓ.ଡ଼ି. ୦୨ସି.ଏମ୍.୩୧୬୫ ଗାଡ଼ି କୁ ଛତ୍ରପୁର ଥାନା ନିକଟରେ ଅଟକ ରଖାଯାଇଛି ।
ସୂଚନା ମୁତାବକ, ଦେବରାଜ ରେଡ୍ଡୀ ନିଜ ସ୍କୁଟି ଯୋଗେ ଦୁଇ ପୁଅ ଓ ଝିଅଙ୍କୁ ବସାଇ କାଳିଆବାଲିରୁ ଛତ୍ରପୁର ସହର ଅପର୍ ବସଷ୍ଟାଣ୍ଡ ଅଞ୍ଚଳ କୁ ପିଲାମାନଙ୍କୁ ଟ୍ୟୁସନ୍ ଛାଡିବାକୁ ଦୈନିକ ଆସୁଥିଲେ । ସୋମବାର ଅପରାହ୍ନ ୩ ଟା ୩୦ ମିନିଟ ସମୟରେ ଏହି ଅଦ୍ଭାବନୀୟ ଦୁର୍ଘଟଣା ଘଟିଥିବା ଜଣାଯାଇଛି ।
ଛତ୍ରପୁର ଜାତୀୟ ରଜପଥ ଡିଆରଡିଏ ଛକରୁ ଛତ୍ରପୁର ଅଭିମୁଖେ ବୁଲିବା ସମୟରେ ଉକ୍ତ ଟ୍ରକ୍ ତାଙ୍କୁ ଅତ୍ରିକ୍ରମ କରିଥିବାରୁ ସ୍କୁଟି ଚାଳକ ଭାରସାମ୍ୟ ହରାଇ ରାଜପଥରେ ପଡିଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଶୃତି କୁ ମୃତ୍ୟୁ ଘୋଷଣା କରିଥିଲେ ।।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed