August 20, 2026
Home » ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟରେ ଲାଗିଲାରେ ଅଗ୍ନିକାଣ୍ଡ

ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟରେ ଲାଗିଲାରେ ଅଗ୍ନିକାଣ୍ଡ

0
WhatsApp Image 2025-08-16 at 11.46.54 AM (1)

ଛତ୍ରପୁର ସ୍ଥିତ ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟରେ ଶନିବାର ସକାଳୁ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ନଥିପତ୍ର, ଯାନ୍ତ୍ରିକ ଦ୍ରବ୍ୟ, କମ୍ପ୍ୟୁଟର ସହ ଜଳି ପୋଡି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି ।

ସୂଚନା ମୁତାବକ ଆଜି ସକାଳୁ ସକାଳୁ ଅଫିସ ପରିସରରୁ ନିଆଁ ବାହାରୁଥିବା ଦେଖିଥିଲେ ଛତ୍ରପୁର ପ୍ରେସ କ୍ଳବର ସଦସ୍ୟ ତଥା ସାମ୍ବାଦିକ ବିସ୍ମୟ ପ୍ରଧାନ ସେ ତୁରନ୍ତ ସମାଜ ମଙ୍ଗଳ ଅଧିକାରୀଙ୍କୁ ଫୋନ କରିଥିଲେ ହେଲେ ବାରମ୍ବାର ଫୋନ କରିବା ସତ୍ୱେ ଅଧିକାରୀ ଜଣଙ୍କ ଫୋନ ଉଠାଇନଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକ ଜଣଙ୍କ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଫୋନ କରିଥିଲେ । ଘଟଣା ସ୍ଥଳରେ ବିଧାୟକ ତୁରନ୍ତ ପହଁଚିବା ପରେ ଉଭୟେ ମିଶି ବାଲଟି ସାହାର୍ଯ୍ୟରେ ପାଣି ପକାଇଥିଲେ ଏହା ସହ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ ବାହିନୀ ପହଁଚିବା ପରେ କବାଡ଼ ଭଙ୍ଗାଯାଇ ନିଆଁକୁ ଆୟତ୍ତ କରିବା ପରେ ଅଫିସ କର୍ମଚାରୀ ପହଁଚିଥିଲେ ।

କୌଣସି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଏ । ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଁଚି ତଦନ୍ତ ଚଲାଇଛି। ବିଧାୟକ ଏଵଂ ସାମ୍ବାଦିକଙ୍କ ଉଦ୍ୟମ ପାଇଁ ବଡ଼ ଅଗ୍ନିକାଣ୍ଡରୁ ସମ୍ପୂର୍ଣ୍ଣ ଅଫିସ ଧ୍ଵଂସ ମୁଖରୁ ଵର୍ତ୍ତିଯାଇଛି ।ବେଳେ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।
ତେବେ ଅଫିସର କର୍ମଚାରୀମାନେ ବିଳମ୍ବରେ ପହଞ୍ଚିବା ହେତୁ ତାଲା ଖୋଲା ଯାଇ ନ ପାରି ବ୍ୟାପକ କ୍ଷୟକ୍ଷତି ଘଟିଗଲା । ପ୍ରତ୍ୟେକ ଅଫିସ୍ ମାନଙ୍କରେ ଫାୟାର୍ ସେଫ୍ଟି ଅବା ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରାଯିବା ସାଂଗକୁ ରାତ୍ରି ଜଗୁଆଳି ରହିବା ଆବଶ୍ୟକ ବେଳେ ଏହି ଜିଲ୍ଲା କାର୍ଯ୍ୟାଳୟରେ କିପରି ଜିଲ୍ଲା ଅଧିକାରୀ ଏଭଳି ଦାୟିତ୍ଵ ନିର୍ବାହରେ କାର୍ଯ୍ୟନିଷ୍ଠାପରତା ରେ ଅବହେଳା ପ୍ରଦର୍ଶନ କରିଛନ୍ତି, ସେ ଦିଗରେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।।

CHATRAPUR RU MUNA BEHERA NKA REPORT

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed