April 22, 2026
Home » ଛତ୍ରପୁର ପରିଦର୍ଶନରେ ରୋଟାରୀ ଗଭର୍ଣ୍ଣର !

ଛତ୍ରପୁର ପରିଦର୍ଶନରେ ରୋଟାରୀ ଗଭର୍ଣ୍ଣର !

0
WhatsApp Image 2026-04-16 at 5.19.23 PM

 

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ରୋଟାରୀ କ୍ଳବ୍ କୁ ସୋମବାର ସନ୍ଧ୍ୟାରେ ଜିଲ୍ଲା ରୋଟାରୀ ଗଭର୍ଣ୍ଣର ପରିଦର୍ଶନ କରି କ୍ଳବ୍ ର ବିଭିନ୍ନ ଆନୁଷଙ୍ଗିକ ଉନ୍ନତି ବିଧାନ ଉପରେ ଚିନ୍ତାପ୍ରକଟ କରିଛନ୍ତି । ଜିଲ୍ଲା ରୋଟାରୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଙ୍କ ସହ ତାଙ୍କ ସହଧର୍ମିଣୀ ତଥା ଜିଲ୍ଲା ଚେୟାର ପର୍ସନ ରୋଟାରୀ ଇନର୍ ହ୍ୱିଲ ମଧୁସ୍ମିତା ତ୍ରିପାଠୀ, ସହକାରୀ ରୋଟାରୀ ଗଭର୍ଣ୍ଣର ବିଭୂ ପ୍ରସାଦ ମହାପାତ୍ର ପ୍ରମୁଖ ଛତ୍ରପୁର ରୋଟାରୀ କ୍ଲବ୍ ପରିଦର୍ଶନରେ ଆସି ଏକ ସ୍ୱତନ୍ତ୍ର ବୈଠକରେ କ୍ଲବ୍ ର ଉନ୍ନତି ଓ ପ୍ରଗତି ମୂଳକ କାର୍ଯ୍ୟରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ଲବ୍ ସଭାପତି ରୋଟାରୀୟାନ୍ ପଦ୍ମ ଚରଣ ସାହୁ, କ୍ଲବ୍ ସମ୍ପାଦକ ରୋଟାରୀୟାନ୍ ଡମ୍ବରୁଧର ସାହୁ, ବରିଷ୍ଠ ରୋଟାରୀୟାନ୍ ନିରଞ୍ଜନ ପାତ୍ର, ଡ଼ଃ. ବିମଲ୍ ପ୍ରାସାଦ ସାହୁ, ପ୍ରଫୁଲ୍ଲ ପଟ୍ଟନାୟକ, କେ.ବାସୁଦେବ ରାଓ,ଏସ. ରେଖା ମହାନ୍ତି, ଏମ୍. ଧନଞ୍ଜୟ ରେଡ୍ଡୀ, ଇ. ନାଗେଶ୍ୱର ରାଓ, ଦ୍ୱାରକା ପଟ୍ଟନାୟକ ପ୍ରମୁଖ ସଦସ୍ୟଗଣ ଛତ୍ରପୁର ରୋଟାରୀ କ୍ଲବ୍ ର ବିବଧ ଉନ୍ନୟନ ଦିଗରେ ଜିଲ୍ଲା ରୋଟାରୀ ଗଭର୍ଣ୍ଣର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ କ୍ଲବ୍ ର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।।

Leave a Reply

Your email address will not be published. Required fields are marked *