July 5, 2025
Home » ଜଗତସିଂହପୁର ଜିଲ୍ଲାରେ ବାତ୍ୟା “ଦାନା” ପ୍ରଭାବ ନହିଁ

ଜଗତସିଂହପୁର ଜିଲ୍ଲାରେ ବାତ୍ୟା “ଦାନା” ପ୍ରଭାବ ନହିଁ

0
WhatsApp Image 2024-10-25 at 5.50.59 PM

ଜଗତସିଂହପୁର/ତିର୍ତୋଲ : ସାମୁଦ୍ରିକ ବାତ୍ୟା’ ଦାନା ‘ପ୍ରଭାବ ଜଗତସିଂହପୁର ରେ ଜିଲ୍ଲା ରେ ତାର କରାଳ ପ୍ରଭାବ ପଜାଇ ପାରି ନାହିଁ । ହାଲକା ପବନ ଓଝିପି ଝିପି ବର୍ଷା ଗତକାଲି ଠାରୁ ଲାଗିରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଇଥିଲା । ଜିଲ୍ଲା ଜରୁରୀ ବିଭାଗରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ (୦୬୭୨୪-୨୨୦୩୬୮) ଖୋଲା ଯାଇଥିଲା । ଜିଲ୍ଲା ରେ ବାତ୍ୟା ଦାନା ର ପ୍ରଭାବ ରେ ସେପରି କୌଣସି କ୍ଷୟ କ୍ଷତି ହୋଇନାହିଁ। ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ରେ କାଲି ରାତି ସୁଦ୍ଧା ୪୧୧୬୭ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ସେମାନଙ୍କୁ ସକାଳେ ଶୁଖିଲା ଖାଦ୍ୟ ଦିଆଯିବା ସହ ମଧ୍ୟାହ୍ନ ଭୋଜନ ଓ ରତିରେ ରନ୍ଧା ଖାଦ୍ୟ ଦିଆଯାଇଥିଲା।ଆଭାସୀ ମାଧ୍ୟମରେ ବି.ଡି.ଓ ଓ ତହସିଲଦାର ମାନଙ୍କ ସହିତ ସ୍ଥାନାନ୍ତରିତ ଲୋକମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଜିଲ୍ଲାପାଳ କାଲି ଆଲୋଚନା କରିଥିଲେ। ଯେଉଁମାନଙ୍କର କଚ୍ଚା ଘର, କିମ୍ବା ଘରର ଅବସ୍ଥା ଠିକ୍ ଅଛି ସେମାନ ଆଶ୍ରୟସ୍ଥଳୀ ଆଜି ସକାଳୁଛାଡ଼ିବାକୁୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ପ୍ରଶାସନ ।

ତହସିଲଦାର ମାନଙ୍କ ଟିମ୍ ଅଞ୍ଚଳ ପରିଦର୍ଶନ କରି ଥିବା ସୂଚନା ମିଳିଛି ଆବଶ୍ୟକତା ଥିବା ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ମଧ୍ୟ୍ୟ ଦିଆ ଯାଇଛି, ।ଆଶ୍ରୟ ନେଇଥିବା ଲୋକ ମାନଙ୍କ ପାଇଁ ୫୦୦୦ ଲିଟର ୨୯ ଟି ଟ୍ୟାଙ୍କର ପାନୀୟ ଜଳ ଯୋଗାଇ ଦିଆଯାଇଥିଲା,ସମସ୍ତ ବ୍ଲକ୍ ପାଖରେ ଡିଜି ସେଟ୍ ପାୱାର ବ୍ୟାକ ଅପ ରଖା ଯାଇଥିଲା, ପାଇଁ ମହଜୁଦ ରହିଥିଲା। ଜଗତସିଂହପୁର ଜିଲ୍ଲାର ୮ ଟି ବ୍ଲକ୍ ୨ ଟି ମ୍ୟୁନିସପାଲିଟି ର ୧୯୨ ଆଶ୍ରୟସ୍ଥଳ ର ୪୧୧୬୭ ପ୍ରଭାବିତ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। କୌଣସି ଲୋକ ମୃତାହତ ହୋଇ ନଥିବାବେଳେ ଜଣା ଯାଇଛି,ପାରାଦ୍ଵୀପ ପୌରାଞ୍ଚଳ ଓ କୁଜଙ୍ଗ ରେ କିଛି ସ୍ଥାନରେ ଭାଙ୍ଗି ଯାଇଥିବା ଗଛ ଓଡରଫ ଏନଡିଆରଏଫ ଅଗ୍ନିଶମ ବିଭାଗ ଦ୍ବାରା କାଟି ରାସ୍ତା ପରିଷ୍କାର କରଯାଇଛି। କୌଣସି ଗୋରୁ ଗାଈ ପ୍ରଭାବିତ ହୋଇଥି ନ ଥିବାବେଳେ ସେମାନଙ୍କ ବାତ୍ୟା ପ୍ରଭାବରେ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇ ନ ଥିବା ର ସୂଚନା ମିଳିଛି। ସୂଚନା ଅନୁଯାୟୀ ୪୦ କୁଇଣ୍ଟାଲ୍ ଚୂଡ଼ା, ୧ କୁଇଣ୍ଟାଲ ଗୁଡ଼, ବଣ୍ଟନ କରାଯାଇଛି। ଜିଲ୍ଲାରେ ୨୦ ଟି ମେଡିକାଲ ଟିମ୍ ଓ ୨୪ ଟି ପ୍ରାଣୀ ସଂପଦ ଟିମ୍ ପ୍ରଭାବିତ ଅଞ୍ଚଳ ପାଇଁ ନିୟୋଜିତ ହୋଇଥିଲେ।ବାତ୍ୟା ପ୍ରଭାବରେ ଜିଲ୍ଲାରେ ବର୍ଷାର ପରିମାଣ ୧୦୮.୨ ମିମି ରହିଥିଲା। ପାରାଦ୍ଵୀପ ପୌରାଞ୍ଚଳ ରେ ସର୍ବାଧିକ ୪୮.୨ ମି.ମି., ହୋଇଥିବାେଳେ ସବୁଠୁ କମ୍ ନାଉଗାଁ ବ୍ଲକ୍ ରେ ୩ ମି.ମି., ବର୍ଷା ହୋଇଛି। ଜିଲ୍ଲା ର ହାରାହାରି ବର୍ଷା ୧୨.୦୨ ମି.ମି., ରହିଛି। ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜ଼ିରୋ କାଳୁଆଲଟି କୁ କଡାକଡି ପାଳନ କରି ସଫଳ ହେଇଥିବା
ଚର୍ଚ୍ଚା ହେଉଛି,

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *