November 12, 2026
Home » ଉଲଗୁଲାନର ପ୍ରଥମ ଶହୀଦ ବଳଭଦ୍ର ସିଂହ ଦେଓଙ୍କ ସମ୍ପର୍କିତ ଉନ୍ମେlଚିତ ହେଲା ପ୍ରଥମ ପୁସ୍ତକ

ଉଲଗୁଲାନର ପ୍ରଥମ ଶହୀଦ ବଳଭଦ୍ର ସିଂହ ଦେଓଙ୍କ ସମ୍ପର୍କିତ ଉନ୍ମେlଚିତ ହେଲା ପ୍ରଥମ ପୁସ୍ତକ

0
WhatsApp Image 2026-11-12 at 3.52.39 PM

ବରଗଡ଼: ଉଲଗୁଲାନର ପ୍ରଥମ ସହିଦଙ୍କ ବରଗଡ଼ ଜିଲ୍ଲାର ଲଖନପୁର ଜମିନଦାର ଶହୀଦ ବଳଭଦ୍ର ସିଂହ ଦେଓଙ୍କ ସମ୍ପର୍କରେ ଆଜି ତାଙ୍କର ଜୟନ୍ତୀ ପାଳନ ଉତ୍ସବରେ ଡ଼କ୍ଟର. ଜଗଦୀଶ ମିଶ୍ରଙ୍କ ଐତିହାସିକ ପୁସ୍ତକ ଉନ୍ମୋଚିତହୋଇ ଯାଇଛି। ଅତୀତର ଅନାଲୋଚିତ ଐତିହାସିକ ଅଧ୍ୟାୟଗୁଡ଼ିକର ପୁନଃଆବିଷ୍କାର ଏବଂ ସ୍ଥାନୀୟ ଐତିହ୍ୟର ସଂରକ୍ଷଣ ଉଦ୍ଦେଶ୍ୟରେ ଗୁରୁବାର ଦିନ ବରଗଡ଼ ହେରିଟେଜ୍ ୱାକ୍‌ର ଦଶମ ସଂସ୍କରଣ ଆବାହକ ସୁରେନ୍ଦ୍ର ହୋତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାମ୍ବାଦିକ ସଂଘର ନୂତନ ଅତ୍ୟାଧୁନିକ ସମ୍ମିଳନୀ କକ୍ଷରେ ସୁରେନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲଖନପୁରର ଜମିଦାର ତଥା ଶହୀଦ ବଳଭଦ୍ର ସିଂହ ଦେଓଙ୍କ ବୀରତ୍ୱ, ଦେଶପ୍ରେମ ଓ ଆତ୍ମବଳିଦାନକୁ ସ୍ମରଣ କରିବା ସହ ଚୌହାନବୀର ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ହୋଇଥିବା ଐତିହାସିକ ଉଲଗୁଲାନରେ ତାଙ୍କର ଅବଦାନକୁ ଏହି ପଦଯାତ୍ରାରେ ବିଶେଷ ଭାବେ ଆଲୋକପାତ କରାଯାଇଥିଲା। ଏହି ସ୍ମୃତିଚାରଣ ସଭା ଅବସରରେ ବିଶିଷ୍ଟ ଐତିହାସିକ ଓ ଲେଖକ ଡ. ଜଗଦୀଶ ମିଶ୍ରଙ୍କ ରଚିତ ନୂତନ ଓଡ଼ିଆ ଐତିହାସିକ ପୁସ୍ତକ “ଉଲଗୁଲାନର ପ୍ରଥମ ସହିଦ ବଳଭଦ୍ର ସିଂହ ଦାଓ’ ଉନ୍ମୋଚିତ ହୋଇଥିଲା। ଏହି ସଭାରେ ପୁସ୍ତକର ରଚୟିତା ତଥା ବରଗଡ଼ ହେରିଟେଜ୍ ୱାକ୍‌ର କାର୍ଯ୍ୟକାରୀ ସଭାପତି ଡ. ଜଗଦୀଶ ମିଶ୍ର, ଉପସଭାପତି ତଥା ଓଲିଉଡ୍‌ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଲିଟୁ ମହାନ୍ତି, ସାଧାରଣ ସମ୍ପାଦକ ତଥା ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ ଚନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ ଲଳିତ ମୋହନ ମେହେର ଏବଂ ଶ୍ରମିକ ନେତା ମହେନ୍ଦ୍ର ଦାଶ ମଞ୍ଚାସୀନ ଥିଲେ। ପୁସ୍ତକର ଐତିହାସିକ ତଥ୍ୟ ଉପରେ ଆଲୋକପାତ କରି ଡ. ଜଗଦୀଶ ମିଶ୍ର କହିଥିଲେ ଯେ, ନଭେମ୍ବର ୧୨ ତାରିଖକୁ ସହିଦ ବଳଭଦ୍ର ସିଂହ ଦେଓଙ୍କ ବଳିଦାନର ସ୍ମୃତି ଦିବସ ଭାବେ ସ୍ମରଣ କରାଯାଏ। ଆଞ୍ଚଳିକ ଐତିହାସିକ ବିବରଣୀ ଅନୁସାରେ, ୧୮୩୭ ମସିହା ନଭେମ୍ବର ୧୨ ତାରିଖରେ ଦେବ୍ରିଗଡ଼ଠାରେ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ।ଲଖନପୁରର ଏହି ପ୍ରଭାବଶାଳୀ ଜମିଦାରଙ୍କ ଅଧୀନରେ ସେ ସମୟରେ ୫୭ଟି ଗ୍ରାମ ଥିବା କଥା ଐତିହାସିକ ବିବରଣୀରେ ଉଲ୍ଲେଖ ରହିଛି। ଏଥି ମଧ୍ୟରେ ଡ଼େବ୍ରିଗଡ଼ ଓ ବାରବଖରା ଭଳି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ରହିଥିଲା। ତାଙ୍କର ଏକ ସୁସଂଗଠିତ ସାମରିକ ବାହିନୀ ଥିବା ସହ ପ୍ରାୟ ୪୪୦ ଜଣ ଧନୁର୍ଦ୍ଧରଙ୍କ ଏକ ଦକ୍ଷ ସାମରିକ ଦଳ ରହିଥିବା ଐତିହାସିକ ବର୍ଣ୍ଣନାରେ ଉଲ୍ଲେଖ ଅଛି।ସମ୍ବଲପୁରର ରାଣୀ ମୋହନ କୁମାରୀ ଏବଂ ପରବର୍ତୀ ସମୟରେ ରାଜା ନାରାୟଣ ସିଂହଙ୍କ ଶାସନ କାଳରେ ସେ ବ୍ରିଟିଶ ବିରୋଧୀ ପ୍ରତିରୋଧରେ ସକ୍ରିୟ ଥିଲେ। ଭେଡ଼େନର ଅବଧୂତ ସିଂହଙ୍କ ସହ ମିଶି ସେ ବୀର ସୁରେନ୍ଦ୍ର ସାଏଙ୍କୁ ସହଯୋଗ କରିଥିଲେ। ତାଙ୍କ ଅଞ୍ଚଳ ଓ ସାମରିକ ଶକ୍ତି ଉଲଗୁଲାନ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ଥିଲା। ଆଞ୍ଚଳିକ ଐତିହାସିକ ବିବରଣୀ ଅନୁଯାୟୀ, ୧୮୩୭ ମସିହା କାର୍ତିକ ପୂର୍ଣ୍ଣିମା ରାତିରେ ବ୍ରିଟିଶ ସମର୍ôଥତ ବାହିନୀ, ରାଜାଙ୍କ ପକ୍ଷ ଏବଂ ବରପାଲି, ରାମପୁର ଓ ଫୁଲଝରର ଜମିଦାରମାନଙ୍କ ମିଳିତ ସୈନ୍ୟ ଡ଼େବ୍ରିଗଡ଼ ଉପରେ ଆକ୍ରମଣ କରିଥିଲେ। ସେହି ସମୟରେ ବଳଭଦ୍ର ସିଂହ ଦେଓ ଓ ତାଙ୍କ ସହଯୋଗୀମାନେ ଭବିଷ୍ୟତର ରଣନୀତି ନେଇ ଆଲୋଚନା କରୁଥିଲେ ବୋଲି ଏହି ବିବରଣୀରେ କୁହାଯାଇଛି। ଆକ୍ରମଣରେ ପାହାଡ଼ୁ ଗଣ୍ଡାଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କୁ ରକ୍ଷା କରିବାକୁ ଯାଇ ବଳଭଦ୍ର ସିଂହ ଦେଓ ବୀରଗତି ପ୍ରାପ୍ତ ହୋଇଥିଲେ। ତାଙ୍କର ତିନି ପୁତ୍ର ଗଜରାଜ, ନୀଳାମ୍ବର ଓ କମଳ ସିଂହ ପରବର୍ତୀ ଉଲଗୁଲାନର ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା କଥା ମଧ୍ୟ ଐତିହାସିକ ବିବରଣୀରେ ମିଳେ। ସଭାରେ ଅଧ୍ୟକ୍ଷତା କରି ଆବାହକ ସୁରେନ୍ଦ୍ର ହୋତା ଡ. ଜଗଦୀଶ ମିଶ୍ରଙ୍କୁ ଏହି ଗବେଷଣାଧର୍ମୀ ପୁସ୍ତକ ରଚନା ପାଇଁ କୃତଜ୍ଞତା ଜଣାଇଥିଲେ। ବରଗଡ଼ ଜିଲ୍ଲାର ଇତିହାସରେ ଲୁକ୍କାୟିତ ଓ ଅନାଲୋଚିତ ରହିଥିବା ଅନେକ ତଥ୍ୟକୁ ଲୋକଲୋଚନକୁ ଆଣିବାରେ ଏହି ପୁସ୍ତକ ଏକ ମୂଲ୍ୟବାନ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଥିଲେ।ଆଲୋଚନାରେ ଅଂଶ ଗ୍ରହଣ କରି ସୁବୋଧ ଚନ୍ଦ୍ର ଦାଶ, ଲିଟୁ ମହାନ୍ତି ଓ ମହେନ୍ଦ୍ର ଦାଶ ବରଗଡ଼ ଅଞ୍ଚଳର ବ୍ରିଟିଶ ବିରୋଧୀ ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। ଆଗାମୀ ହେରିଟେଜ୍ ୱାକ୍‌ରେ ଏ ସବୁ ଅନାବିଷ୍କୃତ ଐତିହାସିକ ଘଟଣା, ବ୍ୟକ୍ତିତ୍ୱ, ପୁରାତନ ସ୍ଥାପତ୍ୟ ଓ ଲୋକପରମ୍ପରାକୁ ସାମିଲ କରିବା ସହ ଏହି ଐତିହ୍ୟ ଆନ୍ଦୋଳନରେ ଅଧିକ ଲୋକଙ୍କୁ ଯୋଡ଼ିବାକୁ ସେମାନେ ମତ ଦେଇଥିଲେ।ଇତିହାସବିତ୍‌, ଗବେଷକ, ଛାତ୍ରଛାତ୍ରୀ, ସାଂସ୍କୃତିକ କର୍ମୀ ଓ ଐତିହ୍ୟପ୍ରେମୀମାନଙ୍କୁ ଏହି ଅଭିଯାନରେ ସାମିଲ ହୋଇ ବରଗଡ଼ର ଇତିହାସ ଓ ଐତିହ୍ୟ ସଂରକ୍ଷଣରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।ପୁସ୍ତକଟି ଭୁବନେଶ୍ୱରସ୍ଥିତ ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ। ଏହି ପୁସ୍ତକର ଆଇଏସବିଏନ ନମ୍ବର ୯୭୮-୮୧-୬୯୭୧୩-୮୦-୧ ଏବଂ ଏହାର ମୂଲ୍ୟ ୨୨୫ ଟଙ୍କା। ଖୁବଶୀଘ୍ର ଏହା ଆମାଜନ୍ ସମେତ ଅନ୍ୟାନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।ଶେଷରେ ହେରିଟେଜ୍ ୱାକ୍‌ର ଯୁଗ୍ମ ସମ୍ପାଦକ ଲଳିତ ମୋହନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଅତୀତକୁ ଆବିଷ୍କାର କରିବା, ବର୍ତମାନକୁ ଲିପିବଦ୍ଧ କରିବା ଏବଂ ଆଗାମୀ ପିଢ଼ି ପାଇଁ ଐତିହ୍ୟକୁ ସଂରକ୍ଷଣ କରିବା ଏହି ମହତ୍ ଉଦ୍ଦେଶ୍ୟ ନେଇ ବରଗଡ଼ ହେରିଟେଜ୍ ୱାକ୍ ତାହାର ଯାତ୍ରା ଜାରି ରଖିଛି।

 

byomakesh kar nka report,

Leave a Reply

Your email address will not be published. Required fields are marked *