June 13, 2025
Home » ଜଗତସିଂହପୁର ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

0
WhatsApp Image 2024-10-14 at 7.34.34 PM

ଜଗତସିଂହପୁର :୧୪/୧୦ ଗତ କାଲି ସ°ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖସ୍ଥ ପଡିଆ ଠାରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ରାବଣପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଶ୍ରୀ ରାମ କ୍ଲବ ସଭାପତି ଶ୍ରୀ ରତ୍ନାକର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ରାବଣପୋଡି ଉତ୍ସବ ଏକ ଗଣ ଉତ୍ସବ ରେ ପରିଣତ ହୋଇଛି।ଜଗତସିଂହପୁର ଜିଲ୍ଲା ଏକ କଳା,ସାହିତ୍ୟ ଓ ସ°ସ୍କୃତି ର ଜିଲ୍ଲା।ଏହି ଉତ୍ସବ ଆମକୁ ସୂଚାଇ ଦେଉଛି ଅସତ୍ୟ ଉପରେ ସତ୍ୟର ଜୟ ଏବଂ ଅଧର୍ମ ଉପରେ ଧର୍ମର ଜୟ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଶେଷରେ ରାବଣ ଦେହରେ ଅଗ୍ନି ସ°ଯୋଗ କରିଥିଲେ।ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ ଜିଲ୍ଲା ରେ ହେଉଥିବା ଏହି ପାର୍ବଣ ର ପର୍ବ କୁ ସୂଚାରୁ ରୂପେ ପାଳି ଥିବାରୁ ଜିଲ୍ଲା ବାସୀ ଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦ୍ଗାତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ,ଥାନପତି ମେଢ଼ ର ସଭାପତି ଶ୍ରୀ ସତ୍ୟ ବ୍ରତ ମହାପାତ୍ର, ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ପ୍ରାରମ୍ଭରେ ଶ୍ରୀରାମ କ୍ଲବ ସମ୍ପାଦକ ଶ୍ରୀ ବିଜୟ କୁମାର ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଦୀର୍ଘ ୩୬ ବର୍ଷ ଧରି ଏହି ରାବଣପୋଡି ଉତ୍ସବ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହୋଇ ଆସୁଛି ବୋଲି ସଭାପତି ଶ୍ରୀ ରତ୍ନାକର ବିଶ୍ବାଳ ପ୍ରକାଶ କରିଥିଲେ।ଦୁଖୀରାମ ସ୍ବାଇଁ କଳା ପ୍ରତିଷ୍ଠାନ ପକ୍ଷରୁ ରାମଲୀଳା ପ୍ରଦର୍ଶିତ ହୋଇଥିଲା।ଏଥିରେ ରାବଣ ଜଟାୟୁ ଯୁଦ୍ଧ, ସୀତା ହରଣ,ରାମରାବଣ ଯୁଦ୍ଧ, ଓ ରାବଣ ବଧ ବେଶ ଆକର୍ଷଣୀୟ ହୋଇଥିଲା।ଆରକ୍ଷୀ ବାହିନୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *