ଜଗଦଗୁରୁ ଶ୍ରୀଧର ସ୍ୱାମୀଙ୍କୁ ପୂଜାଚର୍ନା
ଭୁବନେଶ୍ୱର : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଜଗଗଦଗୁରୁ ଶ୍ରୀଧର ସ୍ୱାମୀଙ୍କୁ ପୂଜାର୍ଚନା କରାଯିବା ସହ ଶ୍ରଦ୍ଧାଳୁମାନେ ସ୍ୱାମୀଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ.ଭୁବନେଶ୍ୱର ୟୁନିଟ 6ସ୍ଥିତ କାଳୀମନ୍ଦିର ପରିସରରେ ଶ୍ରୀଧର ସ୍ୱାମୀ ପ୍ରଚାର ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ବହୁ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଯୋଗଦେଇ ଆଲୋଚନା କରି ଗୁରୁ ପୂର୍ଣ୍ଣିମାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ. ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦୀପ୍ତ କୁମାର ଦାସ, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ବହୁ ଗୁରୁ ପ୍ରେମୀ ଉପସ୍ଥିତ ଥିଲେ.
