ଜନଗଣନା ରେ ନିୟୋଜିତ ଶିକ୍ଷକଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି l
ସୁବର୍ଣ୍ଣପୁର — ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶିକ୍ଷକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ପଂଚାୟତ ସୁନାପାଲି ଗାଁରେ ଜନଗଣନା କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଜଣେ ଶିକ୍ଷକଙ୍କ ଅକାଳ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉଲୁଣ୍ଡା ବ୍ଲକ ବମରାଜ ଗାଁର 55 ବର୍ଷିୟ ବଂଶୀଧର ଭୋଇ । ବଂଶୀଧର ଉଲୁଣ୍ଡା ବ୍ଲକ ସୁନାପାଲି ଅପର ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ଜନଗଣନା କାମରେ ନିୟୋଜିତ ଥିଲେ । ସୂଚନା ଅନୁଯାୟୀ, ସେ ସୁନାପାଲି ଗାଁରେ ଗୃହ ଗଣନା କାମ ସମାପ୍ତ କରି ଘରକୁ ଫେରିବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ମୃତକଙ୍କ ପତ୍ନୀ ଅଂଶୁଘାତ ହେତୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବୀରମହାରାଜପୁର ପୋଲିସ ପହଞ୍ଚି ଶବକୁ ଜବତ୍ କରିଥିବା ସହ ତଦନ୍ତ ଆରମ୍ଭ କରିଛି । ଶବବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଲେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି l ସରକାରଙ୍କ ନିୟମ ଅନୁସାରେ ସହାୟତା ପ୍ରଦାନ ପାଇଁ ଦାବି ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
