June 10, 2026
Home » ଜଳବାୟୁ ବିପଦର ପ୍ରତିହତ ପାଇଁ ପରିବେଶ ସୁରକ୍ଷା ଜରୁରୀ

ଜଳବାୟୁ ବିପଦର ପ୍ରତିହତ ପାଇଁ ପରିବେଶ ସୁରକ୍ଷା ଜରୁରୀ

0
WhatsApp Image 2026-06-06 at 11.54.39 AM

 

ବର୍ଦ୍ଧିତ ତାପମାତ୍ରା, ଅତିମାତ୍ରାରେ ପାଣିପାଗ ଦୁର୍ବିପାକ, ସମୁଦ୍ର ସ୍ତରରେ ବୃଦ୍ଧି ଏବଂ ଜୈବ ବିବିଧତାର ହ୍ରାସ ବିଶ୍ୱବ୍ୟାପୀ ପରିବେଶ, ଅର୍ଥନୀତି ଏବଂ ମାନବ କଲ୍ୟାଣକୁ ବିପଦଗ୍ରସ୍ତ କରୁଛି। ଏସବୁ ବିପଦର ପ୍ରତିହତ ନିମନ୍ତେ ଉପଯୁକ୍ତ ପଦକ୍ଷେପ କରାଯିବା ଆବଶ୍ୟକ। ଏଥିପାଇଁ ପରିବେଶ ସୁରକ୍ଷା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

ଆଞ୍ଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହଳୟ ପକ୍ଷରୁ ଓଡିଶା ପରିବେଶ ସମିତି ସହଯୋଗରେ ସଂଗ୍ରାହାଳୟ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଓଭଏସ ସଭାପତି ଡ. ସୁନ୍ଦରନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଦେଇ କହିଲେ ଜଳବାୟୁ କାର୍ଯ୍ୟକ୍ରମ ସବୁଜ ପ୍ରଯୁକ୍ତି ବିଦ୍ୟାରେ ବିନିଯୋଗ ଓ ନୂତନ ନିଯୁକ୍ତି ସୃଷ୍ଟି କରେ, ସ୍ୱଚ୍ଛବାୟୁ ମାଧ୍ୟମରେ ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘକାଳୀନ ଆର୍ଥୀକ ସ୍ଥିରତା ବୃଦ୍ଧିକରେ।

ସାମୂହିକ ପଦକ୍ଷେପ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବରୁ ଦୁର୍ବଳ ସଂପ୍ରଦାୟକୁ ରକ୍ଷା କରିବାରେ ସାହାଯ୍ୟ କରେ। ମୁଖ୍ୟବକ୍ତା ଭାବେ ଡ. ଦେବଦତ୍ତ ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବେ ସଂଗ୍ରାହାଳୟର ମୁଖ୍ୟ ଡ ଦେବୀ ପ୍ରିୟଦର୍ଶିନୀ ଜୈବ ବିବିଧତା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଏହାର ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ କହିଥିଲେ। ଏହି ଅବସରରେ ହୃଦରୋଗ ବିଶେଷଜ୍ଞ ପ୍ରଫେସର ସତ୍ୟନାରାୟଣ ରାଉତରାୟଙ୍କୁ “ସ୍ୱାସ୍ଥ୍ୟ ସେବାରେ ଜୀବନବ୍ୟାପୀ ଅବଦାନ ପୁରସ୍କାର’ ପ୍ରଦାନ କରାଯାଇଥିଲା।

ସେହିପରି କୃତି ବିଜ୍ଞାନୀ ଏକାଦଶୀ ନନ୍ଦିଙ୍କୁ ‘ବର୍ଷର ପରିବେଶବିତ୍ ପୁରସ୍କାର,ଡ, ଇନ୍ଦ୍ରମଣି ଧଡାଙ୍କୁ ‘ଓଡିଶାର ଜଳମାନବ ପୁରସ୍କାର’ ଏବଂ ପ୍ରକୃତି ସଂରକ୍ଷଣବାଦୀ ନିରଦବରଣ ଖୁଣ୍ଟିଆଙ୍କୁ ‘ଗ୍ରୀନ ବ୍ରୁସେଡର୍ସ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥିସହ ପ୍ରଜାପତି ପ୍ରଦର୍ଶନୀକୁ ଅତିଥିମାନେ ଉଦ୍‌ଘାଟନ କରିବା ସହ ଓଇଏସ୍‌ର ବାର୍ଷିକ ରିପୋର୍ଟ ‘ ପରିବେଶ ଏବଂ ବିଜ୍ଞାନ ଉପରେ ବକ୍ତୃତା’ ଉନ୍ମୋଚନ କରିଥିଲେ। ଓଇଏସ୍ କାର୍ଯ୍ୟକାରୀ ସଭାପତି ଡ ଜୟକୃଷ୍ଣ ପାଣିଗ୍ରାହୀ, ସଂପାଦକ ଇଂ ମନୋରଂଜନ ମିଶ୍ର ଯୁଗ୍ମ ସମ୍ପାଦକ ଡ ସୁରଭି ଜୈନ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *