ଜାତୀୟ ସିନିୟର୍ ହ୍ୟାଣ୍ଡବଲ ଦଳରେ ବ୍ରହ୍ମପୁରର ଅଭିନାଶ ଏବଂ ବିକାଶ
ବ୍ରହ୍ମପୁର :ଆସନ୍ତା ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ କେରଳ ର କୋଟାୟାମ ଠାରେ ହେବାକୁ ଥିବା ୫୧ତମ ବରିଷ୍ଟ ଜାତୀୟ ହ୍ୟାଣ୍ଡବଲରେ ଅଂଶ ଗ୍ରହଣ କିରିବାକୁ ବ୍ରହ୍ମପୁରର ଏହି ଦୁଇ ଖେଳାଳି ଓଡିଶା ଦଳ ସହ ଯାତ୍ରା କରିଛନ୍ତି । ଏହି ଦୁଇ ଖେଳାଳି ଗତ ମାସ କେନଝୁର ଠାରେ ଆୟୋଜିତ ହୋଇଥିବା ଅନ୍ତଃଜିଲା ହ୍ୟାଣ୍ଡବଲ ପ୍ରତିଯୋଗିତା ଗଞ୍ଜାମ ଜିଲ୍ଲା ତରଫରୁ ଖେଳି ଉନ୍ନତ ଖେଳ ପ୍ରୋଦୋସାନ କରିଥିବାରୁ ଚୟନ କର୍ତ୍ତାଙ୍କ ଦୃଷ୍ଟି ଏକର୍ଷଣ କରିଥିଲେ ଏହି ଖେଳାଳିଙ୍କୁ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ରେ ତାଲିମ ନେଉଛନ୍ତି । ଖେଳାଳିଙ୍କ ଏହି ସଫଳତା ପାଇଁ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର କାର୍ଯ୍ୟକାରି ସଭାପତି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସଙ୍ଘଠନ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧକ୍ଷ ଡାକ୍ତର ମନୋଜ କୁମାର ପାତ୍ରଙ୍କ ସହ ଅନ୍ୟ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଅଭନାଶ ଏବଂ ବିକାଶ ବହୁଥର ଜାତିୟ ହ୍ୟାଣ୍ଡବଲ ରେ ଭାଗ ନେଇଥିବା ବେଳେ ଓଡିଶା ହ୍ୟାଣ୍ଡବଲ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଦୁଇ ଖେଳାଳି ୧୫ ଦିନ ଧରି କେନ୍ଦୁଝର ସହର ସ୍ଥିତ କୋଚିଙ୍ଗ ଶିବିରରେ କୋଚିଙ୍ଗ ନେଉଥିଲେ ।