August 15, 2026
Home » ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ କେସିସିଏଲର ସମ୍ବର୍ଦ୍ଧନା ଓ ଆର୍ଥିକ ସହାୟତା

ଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ କେସିସିଏଲର ସମ୍ବର୍ଦ୍ଧନା ଓ ଆର୍ଥିକ ସହାୟତା

0
WhatsApp Image 2026-08-13 at 6.57.31 PM

 

କେନ୍ଦ୍ରାପଡ଼ାଜାତୀୟ ସ୍ତରୀୟ ଯୋଗ ପ୍ରତିଯୋଡିତରେ ଯୋଗ ଦେବାପାଇଁ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ଲିମିଟେଡ଼ ପକ୍ଷରୁ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି କୃତି ପ୍ରତିଯୋଗୀମାନେ ହେଉଛନ୍ତି ରାଜ୍ୟ ସ୍ତରରେ ପ୍ରଥମ ହୋଇଥିବା କେନ୍ଦ୍ରାପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ମହାନ୍ତ, ଦ୍ଵିତୀୟ ସ୍ଥାନରେ ସେଣ୍ଟ ଜାଭିୟର ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ସାହୁ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଶ୍ରୀକୃଷ୍ଣ ମଣ୍ଡଳ। ଏହି ପ୍ରତିଯୋଗୀମାନେ କେନ୍ଦ୍ରାପଡ଼ା ଶ୍ରୀ ଯୋଗ ବେଦାନ୍ତ କଳା ନିକେତନରୁ ପ୍ରଶିକ୍ଷଣ ନେଇ ଏହି ସଫଳତା ହାସଲ କରିଛନ୍ତି। ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବରେ ସୋସାଇଟିର ସଭାପତି ବିଶିଷ୍ଟ ସମବାୟବିତ ପ୍ରମୋଦ କୁମାର ସାହୁ କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କଲେ ସେମାନେ ଆଗକୁ ବଢିବା ପାଇଁ ଉତ୍ସାହ ପାଇଥାନ୍ତି। ଏହି ତିନି ଜଣ କୃତି ପ୍ରତିଯୋଗୀ କେନ୍ଦ୍ରାପଡ଼ା ଜିଲା ଏବଂ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ। ସେମାନଙ୍କୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆବଶ୍ୟକ ସ୍ଥଳେ ଅଧିକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କେସିସିଏଲର ସଭାପତି ଶ୍ରୀ ସାହୁ, ସୋସାଇଟିର ସମ୍ପାଦକ ଅରବିନ୍ଦ ସାହୁ, ଯୋଗ ଶିକ୍ଷା କେନ୍ଦ୍ରର ସମ୍ପାଦକ ସଞ୍ଜୟ ମଥାନ, ସୋସାଇଟିର ଅତିରିକ୍ତ ସମ୍ପାଦକ ମନୋଜ ସାହୁ, ନୋଡାଲ ମ୍ୟାନେଜର ଦିଲ୍ଲୀପ ସ୍ୱାଇଁ, ମୁଖ୍ୟ ଶାଖା ବରିଷ୍ଠ ପରିଚାଳକ ପଙ୍କଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସୋସାଇଟିର ଏଭଳି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓ ଆର୍ଥିକ ସହାୟତାକୁ କ୍ରୀଡା ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *