
ଖୋର୍ଦ୍ଧା : ଜିଲ୍ଲାପାଳ ,ଖୋର୍ଦ୍ଧା ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୧ ଅନୁଷ୍ଠିତ ହୋଇଛି।ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀ ଜୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମାନ୍ୟବର ବିଧାୟକ କହିଥିଲେ ଏହି ଦିବସ ଗଣତନ୍ତ୍ର ପାଇଁ ଏବଂ ଜନ ସାଧାରଣଙ୍କ ନିମନ୍ତେ ଗୁରୁତ୍ବ ପୂର୍ଣ୍ଣ।ଗଣତନ୍ତ୍ରର ସୁରକ୍ଷା ଓ ଲୋକମାନଙ୍କୁ ସଚେତନ କରିବା ଦିଗରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ବିଶ୍ଵ ମହାମାରୀ ସମୟରେ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ କ୍ରମାଗତ ଭାବେ ଏହି ଘଟଣାବଳୀ ସମ୍ପର୍କରେ ଆଲୋକପାତ କରିଛନ୍ତି।ମହାମାରୀ କୋଭିଡ୍ ସମୟରେ ଗଣମାଧ୍ୟମର ପ୍ରତିନିଧି ମାନେ ସରକାର,ପ୍ରଶାସନ ଓ ଜନସାଧାରଣଙ୍କ ସହ ଯୋଗାଯୋଗ ରଖି ସମ୍ବାଦ ପରିବେଷଣ କରିଛନ୍ତି।ମହାମାରୀ ସମୟରେ ଗଣମାଧ୍ୟମ ପାଇଁ ଥିବା ଆହ୍ୱାନକୁ ମୁକାବିଲା କରିବା ପାଇଁ ପ୍ରୟାସ କରିଛନ୍ତି।ଓଡ଼ିଶାରେ କୋଭିଡ୍ ପରିସ୍ଥିତିର ନିୟନ୍ତ୍ରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମାନ୍ୟବର ବିଧାୟକ କହିଥିଲେ।ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ।ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ରୋଗୀମାନଙ୍କର ଚିକିତ୍ସା ସୁବିଧା ପାଇଁ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ କରିବା ପାଇଁ ମାନ୍ୟବର ବିଧାୟକ ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। କୋଭିଡ୍ ସଂକ୍ରମଣ ରୋକିବା ଓ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ବ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ ମହାମାରୀ ସମୟରେ ସାମ୍ବାଦିକ ମାନଙ୍କର ଭୂମିକା ଓ ସେମାନଙ୍କ ପାଇଁ ଥିବା ଆହ୍ବାନ ବିଷୟରେ କହିଥିଲେ।ଗଣମାଧ୍ୟମର ସୂଚନା ଯୋଗୁଁ ଲୋକମାନେ ସଚେତନ ହୋଇଛନ୍ତି। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ତଥ୍ୟ ଓ ସୂଚନା ପ୍ରଦାନ କରି ପ୍ରଶାସନ ଓ ଜନସାଧାରଣଙ୍କ ର ଆସ୍ଥା ଭଜନ ହୋଇଛନ୍ତି।ବିଶ୍ଵ ମହାମାରୀ ସମୟରେ ସାମ୍ବାଦିକ ମାନଙ୍କର ଜୀବନ ଜୀବିକା ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ।ଜନସଚେତନତା ଓ ସକାରାତ୍ମକ ପଦକ୍ଷେପ ପାଇଁ ଗଣମାଧ୍ୟମକୁ ପ୍ରଶଂସା କରିଥିଲେ।ସୁସ୍ଥ ସମାଜ ଓ ଭଲ ସମାଜ ଗଠନ ପାଇଁ ସମସ୍ତେ ସହଯୋଗ କରିବାକୁ କହିଥିଲେ।ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସରେ ମୁଖ୍ୟବକ୍ତା ଭାବେ ଲେଖକ ଓ ସ୍ତମ୍ଭକାର ଶ୍ରୀ ଉମାଶଙ୍କର ପ୍ରସାଦ ଯୋଗ ଦେଇଥିଲେ।” ବିଶ୍ଵ ମହାମାରୀ ସମୟରେ ଗଣମାଧ୍ୟମ ପାଇଁ ନୂତନ ଆହ୍ବାନ” ବିଷୟରେ ଆଲୋକପାତ କରିଥିଲେ।ବିଶ୍ଵ ମହାମାରୀ ସମୟରେ ଗଣମାଧ୍ୟମର ପ୍ରତିନିଧି ମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଏହି ଆହ୍ୱାନର ମୁକାବିଲା କରିଛନ୍ତି।ଲୋକମାନଙ୍କର ସମସ୍ୟା ଉପସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ନନ୍ଦିଘୋଷ ଟିଭିର ପ୍ରତିନିଧି ଶ୍ରୀ ଶୁଭ୍ରାଂଶୁ କୁମାର ସାମନ୍ତରାୟ,ଓଟିଭିର ପ୍ରତିନିଧି ଶ୍ରୀ ବଳରାମ ଲେଙ୍କା, ନିଉଜ୍ ସେଭେନ ର ପ୍ରତିନିଧି ଲୋହିତ ନାରାୟଣ ମହାପାତ୍ର,ଧରିତ୍ରୀ ର ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।ବିଶ୍ଵ ମହାମାରୀ ସମୟରେ ଗଣମାଧ୍ୟମର ପ୍ରତିନିଧି ମାନେ ଏହି ଆହ୍ୱାନର ସମ୍ମୁଖୀନ ହୋଇ କିପରି କାର୍ଯ୍ୟ ସମ୍ପାଦନ କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। କୋରନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କର ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମାନସ ରଞ୍ଜନ ବିଶ୍ଵାଳ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଜିଲ୍ଲା ସଂସ୍କୃତ ଭବନ ଠାରେ ମଧ୍ୟ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା ଏବଂ ସନ୍ଧ୍ୟାରେ ଓଡ଼ିଶା ସାମ୍ବାଦିକ ସଂଘ ଖୋର୍ଦ୍ଧା ଶାଖା ତରଫରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା।
ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )