ଜିଲ୍ଲାସ୍ତରୀୟ ଷଷ୍ଠ କ୍ୟୋରୋଗୀ , ପୂମସି ଓ ଚାମ୍ପିଅନସିପ ଅନୁଷ୍ଠିତ
ସୁବର୍ଣ୍ଣପୁର : ବୌଦ୍ଧ ତାଏକୋଣ୍ଡୋ ଏକାଡେମୀ ଓ ତାଏକୋଣ୍ଡୋ ଆସୋସିଏସନ୍ ର ମିଳିତ ଉଦ୍ୟମରେ ବୌଦ୍ଧସ୍ଥିତ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଷଷ୍ଠ କ୍ୟୋରୋଗୀ, ପୂମସୀ ଚାମ୍ପିଅନସିପ କୋଚ୍ ତଥା ସମ୍ପାଦକ ଅଞ୍ଜିତ୍ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ କ୍ୟୋରୋଗି ବିଭାଗରେ ଓ ୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ପୁମ୍ସି ବିଭାଗରେ ଅଂଶଗ୍ରହଣ କରି ନିଜର ନିପୁଣତା ପ୍ରଦର୍ଶନ କରି ଆସନ୍ତା ଜୁନ୍ ୧୬ ରୁ ୧୮ ତାରିଖରେ କଟକ ଜବାହାର ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚାମ୍ପିଅନସିପ ପାଇଁ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିବା ଖେଳାଳୀ ମାନେ ମନୋନୀତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷକ ଭାବେ ଓଡିଶା ତାଏକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା ଆନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର ମନମୋହନ ଭଞ୍ଜ ଓ ନେସନାଲ ରେଫରୀ ସୁନୟନା ମେହେର, ତନ୍ମୟ ବର୍ଦ୍ଧନ ସାହୁ, ଜଗନ୍ମୟ ସାହୁ , ତନ୍ମୟ କର୍ମୀ, ଅମନ କୁମାର ସାହୁ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ। ବୌଦ୍ଧ ତାଏକୋଣ୍ଡୋ ଏକାଡେମୀ ର ଏକାଦଶ କଲର୍ ବେଲ୍ଟ ପ୍ରମୋସନ ଟେଷ୍ଟ ରେ ୨୨ ଜଣ ଓ ପଞ୍ଚମ ବ୍ଲାକ ଵେଲ୍ଟ ଗ୍ରେଡିଂ ତେଷ୍ଟ୍ ରେ ୪ ଜଣ ସଫଳତାର ସହ କୃତକାର୍ଯ୍ୟ ହୋଇପାରିଛନ୍ତି। ଉତ୍ତମ ବ୍ୟବସ୍ଥା ମଧ୍ୟରେ ପ୍ରତିଯୋଗିତା ପରିଚାଳନା ପଦ୍ଧତି କୁ ଅଭିଭାବକ ତଥା ଖେଳପ୍ରେମି ବ୍ୟକ୍ତିବିଶେଷ ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ବୌଦ୍ଧ ର ଖେଳାଳୀ ମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରି ବୌଦ୍ଧ ଜିଲ୍ଲା ର ଗୌରବ କୁ ବଢ଼ାଇପାରିବେ ବୋଲି ଆଶା ପୋଷଣ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
