ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟ.ପୁର ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟ.ପୁର ଆନୁକୂଲ୍ୟରେ ଆଜି ନଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାତ୍ରପୁଟ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଏସିଡି୍ ଆକ୍ରମଣରେ ଶିକାର ହୋଇଥିବା ପିଡିତା ଙ୍କ ବିଷୟରେ ସଚେତନତା କରାଯାଇଥିଲା। ଏଥିରେ ମୁଖ୍ୟ ଅତୀଥି ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ତଥା ବିଚାରପତି ଶ୍ରୀ ସୁମନ ଜେନା ଯୋଗଦେଇଥିଲେ। ଏବଂ ଅନ୍ୟ ଅତୀଥି ଭାବରେ ଜୟପୁର ସଦର ଥାନା ଏ.ଏସ.ଆଇ, ପଙ୍କଜିନୀ ସବର, ନଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀ ସବିତାରାଣୀ ଶୋଡଙ୍ଗୀ, ସହକାରୀ ଶିକ୍ଷକ ଶ୍ରୀ ରାମ ଚନ୍ଦ୍ର ପାଳ, ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟୀତ୍ରୀ ମାନେ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ମାଧ୍ୟମରେ କହିଥିଲେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 326A ଅନୁଯାୟୀ ଭାରତରେ ଏସିଡ୍ ଆକ୍ରମଣକୁ ବ୍ୟାଖ୍ୟା କରାଯାଇଛି | ଆଇନରେ ଦର୍ଶାଯାଇଛି ଯେ ଯଦି କୌଣସି ବ୍ୟକ୍ତି ପୀଡିତାଙ୍କ ଉପରେ ଏସିଡ୍ ଫୋପାଡିଥାଏ କିମ୍ବା ଆଘାତ ଦେଇଥାଏ ତାହାହେଲେ ଏସିଡ୍ ଆକ୍ରମଣର କାରୀଙ୍କୁ ଦଣ୍ଡ ସର୍ବନିମ୍ନ ଦଶ ବର୍ଷ ଜେଲ ଅଟେ, ଯାହା ଜରିମାନା ସହିତ ଆଜୀବନ ବୃଦ୍ଧି ମଧ୍ୟ କରାଯାଇପାରେ । ଏହାର ଉଦ୍ଦେଶ୍ୟ ହେଲା ଆଜିକାର ସମାଜରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଗୁଡିକ ଦେଖିବାକୁ ମିଳିଥାଏ। ଏହା କେବଳ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀ ମଧ୍ୟରେ ଦେଖାଯାଇଥାଏ ତେଣୁ କରି ଏଥିରୁ ସତର୍କ ଅବଲମ୍ବନ କରିବାକୁ ବା ଏହିପରି କଦର୍ଯ୍ୟ କାର୍ଯ୍ୟରୁ ନିଜକୁ ଦୁରେଇ ରଖିବାକୁ ହେବ। ଆଇନରେ ଥିବା “ଏସିଡ୍” ଶବ୍ଦରେ କୌଣସି ପଦାର୍ଥ ଅନ୍ତର୍ଭୁକ୍ତ ଯାହାକି ଅମ୍ଳୀୟ କିମ୍ବା କ୍ଷତିକାରକ, ଏବଂ ଏହା ପୋଡାଜଳା କିମ୍ବା ଶରୀରରେ ଆଘାତ ଦେଇପାରେ । ଏସିଡ୍ ଆକ୍ରମଣ ପ୍ରାୟତ ସ୍ଥାୟୀ ଶାରୀରିକ ଏବଂ ମାନସିକ କ୍ଷତି କରିଥାଏ, କିନ୍ତୁ କ୍ୱଚିତ୍ ମୃତ୍ୟୁ ଘଟାଇଥାଏ । ପୀଡିତଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ, ଏବଂ ମୁଣ୍ଡ ଏବଂ ଚେହେରା ସାଧାରଣ ଲକ୍ଷ୍ୟ ଅଟେ ।
ଅପରାଧିକ ଆଇନ (ସଂଶୋଧନ) ଅଧିନିୟମ, 2013 ଆଇନରେ ସକରାତ୍ମକ ପରିବର୍ତ୍ତନ ଆଣିଥିଲା। ଏସିଡ୍ ଆକ୍ରମଣ ମାମଲା ପରିଚାଳନା କରିବା ପାଇଁ ଏକ ଟ୍ରିବ୍ୟୁନାଲ୍ କିମ୍ବା ବେଞ୍ଚ ଗଠନ କରାଯାଇପାରେ, ଏକ ଚୂଡ଼ାନ୍ତ ନିଷ୍ପତ୍ତି ଯାହା ବାଧ୍ୟତାମୂଳକ ହେବ ଏବଂ ପୀଡିତମାନଙ୍କୁ ଏକାଧିକ ଆବେଦନରୁ ରକ୍ଷା କରିବ ।ଏସିଡ୍ ବିକ୍ରୟକୁ ନିୟନ୍ତ୍ରିତ କରାଯିବା ଉଚିତ୍ ଏବଂ ସରକାର ଲୋକଙ୍କୁ ନୂତନ ନିୟମ ବିଷୟରେ ଅବଗତ କରାଇବା ଉଚିତ୍ ଯଦି କେହି ଏସିଡ୍ ଆକ୍ରମଣର ଶିକାର ହୁଅନ୍ତି, ତେବେ ଆଖି, ମୁହଁ ଏବଂ ବାୟୁପଥକୁ ଯଥାଶୀଘ୍ର ପ୍ରଚୁର ପାଣିରେ ଫୁଟାଇବା ଉଚିତ୍ । ଆଜିର ସଚେତନତା ଶିବିର ରେ ଏସିଡ୍ ପିଡିତା ର ଦୃଷ୍ଟାନ୍ତ ମୁଳକ ଭାବରେ ଭିଡିଓ କ୍ଲିପ୍ ଭିଜୁ ଆଲ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରିଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ