ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜାତୀୟ ଆଇନ ସେବା ଦିବସ ପାଳିତ

0 14

ରାୟଗଡା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇ ଯାଇଚି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଏହି ଶିବିର ରେ ବିଶ୍ୱ ବିଦ୍ୟାଳୟ ର ନିର୍ଦେଶକ ଶ୍ରୀ ରାଜେଶ ପାଢ଼ୀ, ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାଢ଼ୀ,ଆଇନଜୀବି ଶ୍ରୀ ସାମୁଏଲ ତାଣ୍ଡି, ବିଶ୍ୱନାଥ ଗନ୍ତାୟତ ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ମିଶ୍ର ନିଜର ବକ୍ତବ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆଇନ ସେବା ସମ୍ପର୍କିତ ଆଇନ ବିଷୟରେ ଆଲୋକପାତ କରିବା ସହିତ ଆଇନ ସେବା ଦିବସ ର ତାତ୍ପର୍ଯ୍ୟ ଉପରେ କହିଥିଲେ l ଆଇନଜୀବୀ ଶ୍ରୀ ତାଣ୍ଡି ଛାତ୍ର ଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ l ଆଇନଜୀବୀ ଶ୍ରୀ ଗନ୍ତାୟତ ସମ୍ମୁଖ କାର୍ଯ୍ୟାଳୟର ଭୂମିକା ଏବଂ ସମାଜର ବହୁବିଧ ସମସ୍ୟାର ନିରାକରଣ ସମ୍ବନ୍ଧରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଭୂମିକା ବିଷୟରେ ଆଲୋଚନା କରିଥିଲେ l ନିର୍ଦେଶକ ଶ୍ରୀ ପାଢ଼ୀ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ଲାଭାନ୍ବିତ କରିବ ବୋଲି ଆଶା ପୋଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଓ କର୍ମଚାରୀ ମାନେ ପରିଚାଳନାରେ ସହାୟତା କରିଥିଲେ l

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.