ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ମହିଳା କମିଶନ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 7

ରାଷ୍ଟ୍ରିୟ ଆଇନ୍ ସେବା ପ୍ରାଧିକରଣର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଏବଂ ଜାତୀୟ ମହିଳା କମିଶନ, ରାୟଗଡାର ମିଳିତ ସହଭାଗୀତାରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରାୟଗଡା ବ୍ଲକ ଅଫିସ କନଫରେନ୍ସ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ଠୋରିଆ କୁଲୁ, ଏଡିଏମଓ ବି ଲଷ୍ମୀନାରାୟଣ ପୃଷ୍ଟି,,ଡାକ୍ତର ନିକିତା ମୋହନା, ଡିସିପିଓ ରମେଶ ଚନ୍ଦ୍ର ନାୟକ, ଡିଏସପି ଉଲ୍ଲାସ ମାଝୀ,ଜିଲ୍ଲା ସୁରକ୍ଷା ଅଧିକାରୀ କାମାକ୍ଷା ପାଢୀ, ସବ ଡିଭିଜନାଲ ସୋସିଆଲ ସିକୁରିଟି ଅଫିସର ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ରାୟଗଡା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ, ଆଡଭୋକେଟ ଶ୍ରୀ ସାମୁଏଲ୍ ତାଣ୍ଡି, ଶ୍ରୀମତି ପ୍ରଣତି ପାତ୍ର, କୁମାରୀ ଦମୟନ୍ତୀ ମହାନନ୍ଦିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଂଶ ଗ୍ରହଣକାରୀମାନଙ୍କୁ ମହିଳାମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଆଇନ ସଂପର୍କରେ ଅବଗତ କରାଇଥିଲେ ଏବଂ ଜିଲ୍ଲା ସ୍ତରରେ ମହିଳା ନେତା ମାନଙ୍କର ଏକ ସମୁହ ତିଆରି କରିବା ଏହି ସଚେତନତା କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଥିଲେ । ସ୍ୱାଧୀନତାର ଅମୃତ ମହୋତ୍ସବର ପାଳନ ଅବସରରେ ଦେଶ ଗଠନରେ ମହିଳାମାନଙ୍କ ଭୂମିକା ଓ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତବ୍ୟ ସମ୍ବଧୀୟ ଆଲୋଚନା ଏହି କାର୍ଯ୍ୟକ୍ରମରେ କରାଯାଇଥିଲା l ପରିଶେଷରେ ଏକ ଖୋଲା ଆଲୋଚନାରେ ଅଂଶଗ୍ରହଣ କାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥି ମାନେ ଦେଇଥିଲେ l ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬୦ ରୁ ଉର୍ଦ୍ଧ୍ବ କର୍ମଜିବୀ ମହିଳା ଯଥା ପୋଲିସ କର୍ମଚାରି, ଶିକ୍ଷୟତ୍ରୀ, ଡାକ୍ତର, ନର୍ସ, ହେଲଥ ଓରକର, ଅଙ୍ଗନବାଡି କର୍ମଚାରି, ଆଶା କର୍ମଚାରି, ସରପଞ୍ଚ, ଓଡ ମେମ୍ବର, ସେଲଫ ହେଲପ୍ ଗ୍ରୁପ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ତଥା ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ l

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.