February 17, 2025
Home » ଜିଲ୍ଲା ନୋଡାଲ ଅଧିକାରୀ ତଥା ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ : ଛାତ୍ର ଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ l

ଜିଲ୍ଲା ନୋଡାଲ ଅଧିକାରୀ ତଥା ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ : ଛାତ୍ର ଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ l

0

ସୁବର୍ଣ୍ଣପୁର:ଜିଲ୍ଲା ନୋଡାଲ ଅଧିକାରୀ ତଥା ଅର୍ଥ ବିଭାଗ ର ସ୍ୱତନ୍ତ୍ର ସଚିବ ୟାମିନୀ ଷଡ଼ଙ୍ଗୀ ଦୁଇ ଦିନିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ତଥା ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତାର କ୍ଷେତ୍ର ପରିଦର୍ଶନ କରିଛନ୍ତି। ସେ ଗସ୍ତର ପ୍ରଥମ ଦିନ ତା ୦୩/୧୦/୨୪ ରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ରଥପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷା ଓ ଶିକ୍ଷା ଦାନ ସମ୍ପର୍କରେ ପଚାରି ଥିଲେ। ପରେ ଟାଙ୍ଗରସାହି ପ୍ରସ୍ତାବିତ ପଞ୍ଚସଖା ଶିକ୍ଷା ସେତୁ ୟୁପି ସ୍କୁଲରେ ପହଞ୍ଚି ସ୍କୁଲର ଶୈକ୍ଷିକ ବାତାବରଣ ସହ ଶିକ୍ଷା ଦାନ ଉପରେ ପଚାରିବୁଝିଥିଲେ। ବ୍ଲକ ସ୍ଥିତ ରଥୀପଡ଼ା ବୁଣାକାର ସୁବିଧା କେନ୍ଦ୍ର ପରିଦର୍ଶନ କରି ଜଗନ୍ନାଥ ଉତ୍ପାଦ ଗୋଷ୍ଠୀଙ୍କ ସହ ହସ୍ତତନ୍ତ ଉପରେ ଭାବବିନିମୟ କରିଥିଲେ। ବାଗବର ଠାରେ ହରିହର ଜୋର ଉପରେ ସେତୁବନ୍ଧନ ଯୋଜନାରେ ନିର୍ମାଣାଧୀନ ବ୍ରିଜ ର ଅଗ୍ରଗତି ଉପରେ ଅନୁଧ୍ୟାନ କରିଥିଲେ। ପୁନଶ୍ଚ ନୋଡାଲ ଅଧିକାରୀ ଲାତୁରପେଟ ସ୍ଥିତ ସୌଦାମିନୀ ଛତୁ ଓ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ତତ୍ପରେ ନିକଟରେ ଥିବା 132/33 ବିଦ୍ୟୁତ ଗ୍ରୀଡ଼ ସବ ଷ୍ଟେସନ ପରିଦର୍ଶନ ସାରି ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ଚିକିତ୍ସିତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଉପରେ ବାର୍ତ୍ତାଳାପ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ତା ୦୪/୧୦/୨୪ ଗସ୍ତର ଦ୍ଵିତୀୟ ଦିନରେ ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ପେକ୍ସ ପରିଦର୍ଶନ କରି କୃଷି ଓ କୃଷକଙ୍କ ନିମିତ୍ତ ଜନକଲ୍ୟାଣ ଯୋଜନାର ସହ ଧାନ କିଣା ବ୍ୟବସ୍ଥାର ସ୍ଥିତି ଓ ବ୍ୟବସ୍ଥା ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ବିନିକା ବ୍ଲକ ଅନ୍ତର୍ଗତ ବାଉଁସୁଣୀ ଠାରେ ସ୍ଥାପିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଅଗ୍ରଗତିର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହା ଦ୍ୱାରା ୬ଟି ପଞ୍ଚାୟତର ୨୬ଗୋଟି ଗ୍ରାମର ବାସିନ୍ଦା ଉପକୃତ ହେବେ। ପରେ ବିନିକାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ଉପରେ ପଚାରିଥିଲେ। ସେଇଠୁ ନୋଡାଲ ଅଧିକାରୀ ରୁଗୁଡ଼ିପାଲି ଅଙ୍ଗନୱାଡି କେନ୍ଦ୍ର ଠାରେ ସ୍ୱୟଂ ସହାୟକ ସଦସ୍ୟା, ସୁଭଦ୍ରା ହିତାଧିକାରୀ ତଥା ପୋଷଣ ହିତାଧିକାରୀ ଓ ସୁଭଦ୍ରା ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଶିଶୁଙ୍କସହ ଭାବବିନିମୟ କରିଥିଲେ । ତତପଶ୍ଚାତ ହରଡ଼ଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏନ ଏସ ଏ ପି ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ପେନସନ ବ୍ୟବସ୍ଥା ଉପରେ ପଚାରିଥିବା ବେଳେ ସ୍ଥାନୀୟ ଖାଉଟିଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ର ନିଶ୍ଚିତ ଉପଲବ୍ଧତା ଓ ବ୍ୟାଙ୍କିଙ୍ଗ ସୁବିଧା ଉପରେ ପଚାରି ବୁଝିଥିଲେ। ସେ ପରେ ସାଗରପାଲି ସ୍ଥିତ ସମ୍ପଦ ମେହେର ଙ୍କ ହସ୍ତ ତନ୍ତ କେନ୍ଦ୍ର ପରିଦର୍ଶନ କରି ସ୍ଥାନୀୟ, ସୋନପୁରୀ,ସମ୍ବଲପୁରୀ, ପାଟଶାଢ଼ୀ, ପାଟବସ୍ତ୍ର ର ଉତ୍ପାଦ ଓ ବଜାରୀକରଣ ଉପରେ ଆଲୋଚନା କରିଥିଲେ। ଶେଷରେ ଖଲିଆପାଲି ୟୁ ପି ସ୍କୁଲ ରେ ପହଞ୍ଚି ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ଦାନ ଓ ମଧ୍ୟାହ୍ନ ଭୋଜନ ସମ୍ବନ୍ଧରେ ପଚାରି ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ଅପରାହ୍ନ ରେ ଜିଲ୍ଲା ନୋଡାଲ ଅଧିକାରୀ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ସିଟି ଓ ଜିଏସଟି ଅଧିକାରୀଙ୍କ ବୈଠକରେ ଯୋଗଦାନ କରି ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପରେ ଜିଲ୍ଲା ନୋଡାଲ ଅଧିକାରୀ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଜିଲ୍ଲାର ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଉପରେ ଖୁସିବ୍ୟକ୍ତ କରିଥିବାବେଳେ ସମସ୍ତ ବିଭାଗ ସେମାନେ ନିଜନିଜ ବିଭାଗୀୟ କାର୍ଯ୍ୟରେ ଉଚ୍ଚକୋଟୀର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ ଜିଲ୍ଲାସ୍ତରରେ କୌଣସି ବିଭାଗୀୟ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପ କୁ କାର୍ଯ୍ୟକାରିତା କରିବାରେ ସମସ୍ୟା ରହିଥାଏ ତେବେ ତାର ତଥ୍ୟ ଉପସ୍ଥାପନ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ନିଜନିଜ ବିଭାଗୀୟ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ନୋଡାଲ ଅଧିକାରୀଙ୍କ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ଉପ ନିର୍ଦେଶକ ପ୍ଲାନିଂ ରୋଶନ ଗିଦ୍ଧି, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି,ଇଂ.ଦାମୋଦର କୈବର୍ତ୍ତ, ସମ୍ପୃକ୍ତ ବ୍ଲକର ବିଡ଼ିଓ, ତଥା ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ରହିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *