ଜିଲ୍ଲା ନୋଡାଲ ସଚିବ ଏବଂ ଶ୍ରମ ବିଭାଗର କମିଶନରଙ୍କ ଦ୍ଵାରା କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା
ଶ୍ରମ ଏବଂ ରୋଜଗାର ବିଭାଗର ଜିଲ୍ଲା ନୋଡାଲ ସଚିବ ତଥା କମିଶନର-କମ-ସଚିବ ସ୍ମିଥ୍ ଚିତ୍ରା ଅରୁମୁଗମ୍ ବୁଧୁବାର ଦିନ ଦିନିକିଆ କୋରାପୁଟ ଜିଲ୍ଲାର ଗସ୍ତରେ ଆସିଥିଲେ । ଗସ୍ତ ସମୟରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆୟୋଜିତ ବୈଠକରେ ସମୀକ୍ଷା କରିଥିଲେ । ଶ୍ରମ ଏବଂ ରୋଜଗାର ବିଭାଗର ଜିଲ୍ଲା ନୋଡାଲ ସଚିବ ତଥା କମିଶନର-କମ-ସଚିବ ସ୍ମିଥ୍ ଚିତ୍ରା ଅରୁମୁଗମ୍ ବୁଧୁବାର ଦିନ ବିଭିନ୍ନ ପ୍ରକଳ୍ପ ନେଇ କୋରାପୁଟ ଜିଲ୍ଲାରେ ୧୦୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ପ୍ରମୁଖ ପ୍ରକଳ୍ପ ବିଷୟକୁ ନେଇବ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକ ପରେ କୋରାପୁଟ ଜିଲ୍ଲାପାଳ ନୋଡାଲ ଅଧିକାରୀଙ୍କ ସହ କୋରାପୁଟର ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଯାଞ୍ଚ କରୁଥିବା ଅଞ୍ଚଳ ପରିଦର୍ଶନ କରିଥିଲେ। ଜୟପୁରରେ ସେ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଏବଂ ବିଜ୍ଞାନ କେନ୍ଦ୍ରର ଅଗ୍ରଗତିର ମୂଲ୍ୟାଙ୍କନ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଅର୍ଥାତ୍ ନୂତନ ବର୍ଷରେ ଜୟପୁରରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଶେଷ କରି ଟାଟାପାୱର, ଜିଇଡି, ପୂର୍ତ୍ତବିଭାଗ, ପାନୀୟ ଜଳଯୋଗାଣ ବିଭାଗ ଆଦି ଏଦିଗରେ ସମନ୍ବୟ ରଖି ନୂତନ ରୂପେ କାର୍ଯ୍ୟକାରୀ କରିବାକୁ ସମୀକ୍ଷା ବୈଠକରେ ଅରୁମୁଗମ୍ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ଅଧିନରେ ଥିବା ଓ ମେଡିକାଲ କଲେଜରେ ଡାକ୍ତର ଓ ବିଶେଷଞ ଡାକ୍ତର, ବୈଷୟିକ କର୍ମଚାରୀ ଓ ଷ୍ଟାଫନର୍ସ ଆଦି ପଦବୀରେ ଶତକଡା ୬୦ପ୍ରତିଶତ ଖାଲି ଥିବା ନେଇ ସିଡିଏମଓ ପିହେଚ ଡାକ୍ଟର ସନ୍ତୋଷ କୁମାର ଦାଶ ସଚିବଙ୍କୁ ଜଣାଇଥିଲେ ।
ଏଥିସହ ଅଞ୍ଚଳରେ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଠିକ ସମୟରେ ସମ୍ପୂର୍ଣ୍ଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୟପୁରର ଏୟାରପୋର୍ଟ ୨ସିରୁ ୩ସିକୁ ସମ୍ପ୍ରସାରଣ, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରୀ ରେଳପଥ ପାଇଁ ଜମି ଅଧିଗ୍ରହଣ ଓ ଅନ୍ୟସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟତଃ ସୁଭଦ୍ରା, ପିଏମ କିସାନ, ସିଏମ କିସାନ, ପୋଶନ, ପ୍ରଧାନ ମନ୍ତ୍ର ଯୋଜନା ଏବଂ ପେନସନ ଯୋଜନା ସମେତ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ନିର୍ମାଣାଧୀନ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ସମାଧାନ ,କୋରାପୁଟ ବାଇପାସ୍ ରାସ୍ତା ତ୍ୱରାନ୍ୱତ ସକାଶେ ନିର୍ଦେଶ ଦେଇଥିଲେ । ପୋଡାଗଡ଼ ଓ ସେମିଳିଗୁଡା ଠାରେ ଥିବା ବେଳେ କୋରାପୁଟରେ ନୂଆ ଗ୍ରୀଡ ସ୍ଥାପନ ପାଇ ଟାଟାପାୱାରର ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦେଶ ଦେଇଥିଲେ । ଆସନ୍ତା ଅକ୍ଟୋବର ୨୦୨୫ସୁଦ୍ଧା ଶେଷ ହେବ ବୋଲି ଜିଲ୍ଲା ନୋଡାଲ ସଚିବ ତଥା କମିଶନର-କମ-ସଚିବଙ୍କୁ ଏନଏଚଆଇର ଅଧିକାରୀ ଅବଗତ କରିଥିଲେ।
ସମୀକ୍ଷା ହୋଇଥିବା ପ୍ରକଳ୍ପଗୁଡିକର ସୁଗମ ସମନ୍ୱୟ ଏବଂ କାର୍ଯ୍ୟ କରିତାକୁ ସୁନିଶ୍ଚିତ କରିବା ପାଇଁ କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତୀ ଭସନଙ୍କ ସମେତ ବିଭାଗୀୟ ଅଧିକାରୀମାନେ ନୋଡାଲ୍ ଅଧିକାରୀଙ୍କ ସମଗ୍ରଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।ଏହି ଗସ୍ତ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ବିକାଶକୁ ତ୍ୱରାନ୍ୱିତ କରିବା ତଥା ଜନସେବାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସକୁ ପ୍ରତିଫଳିତ କରିପାରିଛି।
ଉକ୍ତ ସମୀକ୍ଷା ବୈଠକରେ କୋରାପୁଟ ଜିଲ୍ଲାପିଳ ଭି କିର୍ତ୍ତୀ ଭାସନ, ଆଇଏଏସ୍, ମୁଖ୍ୟ ବିକାଶ ଅଧିକାରୀ ଜିଲ୍ଲାପରିଷଦ ଦେବଶିଶ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ଦାସ, ବିଭାଗୀୟ ବନ ଅଧିକାରୀ କେ.ଭି ଭାସ୍କର ରାଓ, ଡେପୁଟି ଡାଇରେକ୍ଟର, ଡିପିଏମୟୁ ସୂର୍ଯ୍ୟକାନ୍ତ ବେହେରା ଏବଂ ଯୋଜନା ଏବଂ ମନିଟରିଂ ସହକାରୀ ନିର୍ଦ୍ଦେଶକ ଉପସ୍ଥିତ ଥିଲେ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ