ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ-୨୦୨୪ ପାଳିତ
ରାୟଗଡ଼ ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ-୨୦୨୪ ଉତ୍ସବଟି ଆଜି ଅଗଷ୍ଟ ୧୫ ତାରିଖ ଗୁରୁବାର ଦିନ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ପାଳିତ ହୋଇଯାଇଛି ।ଏହି ପବିତ୍ର ଉତ୍ସବ ଅବସରରେ ସକାଳ ଘ. ୯.୧୫ ମି ସମୟରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥି ସହିତ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବା ପରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ । ତାଙ୍କ ଉଦବୋଧନ ସମୟରେ ସେ କହିଥିଲେ ଯେ ସର୍ବ ପ୍ରଥମେ ସ୍ଵାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହଯୋଷଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କର୍ୟକ୍ରମ ଦ୍ଵାରା ସମସ୍ତଙ୍କ ମନରେ ଦେଶପ୍ରେମ ବାର୍ତ୍ତା ଜାଗରଣ କରିବାରେ ସମସ୍ତେ ସଫଳ ହୋଇଛନ୍ତି ।
ତେଣୁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି । ଓଡିଆ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ଏବଂ ମହିଳାଙ୍କ ପାଇଁ ଆର୍ଥିକ ବିକାଶ ସମେତ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବିକାଶ ଲକ୍ଷ୍ୟର ଦେଇଥିବା ପ୍ରତିଶୃତି ପୂରଣ କରିବା ଆମ ଲକ୍ଷ୍ୟ । ୨୦୩୬ ମସିହାରେ ଓଡ଼ିଶା ଶତବାର୍ଷିକ ପାଳନ ସମୟର ଆମୋ ରାଜ୍ୟ ବିକଶିତ ଓଡ଼ିଶା ରୂପେ ସାରା ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିସାରିଥିବା । ମହାତ୍ମା ଗାନ୍ଧୀଙ୍କ ଆବାହନ କ୍ରମେ ଓଡ଼ିଶାରେ କୋଣ ଅନୁକୋଣରୁ ଏପରି କି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନେକ ଆଦିବାସୀ ମାନେ ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇ ନିଜ ଜୀବନକୁ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇ ୭୭ବର୍ଷ ତଳେ ଦେଶକୁ ବ୍ରିଟିଶ କବଳରୁ ଛଡାଇ ଆଣି ସ୍ଵାଧୀନତା ଆଣିଥିଲେ । ଏହି ସ୍ଵାଧୀନତା ଆଣିବାରେ ଓଡ଼ିଶାରେ ଗୋପାବନ୍ଧୁ ଦାସ, ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧରୀଏବଂ ସହିଦ ଲକ୍ଷ୍ମଣ ନାୟକ, ଭୀର ସୁରେନ୍ଦ୍ର ସାଇ, ରାମା ଦେବୀ ଦ୍ୱାରା ସର୍ବୋଚ୍ଚ ବଳିଦାନକୁ ମନେ ପାଇଥିଲେ । ରାଜ୍ୟକୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଆମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଆମ ସରକାର ରାଜ୍ୟକୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପୁରୀ ଜଗନ୍ନାଥ ଶ୍ରୀ ମନ୍ଦିର ଏବଂ ରତ୍ନ ଭଣ୍ଡାରର ଦ୍ୱାର ଖଲି ଆମ ସରକାର ପ୍ରତିଜ୍ଞା ପୂରଣ କରିଛି । କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଧାନ ପାଇଁ ଏମଏସପି ୩୧୦୦ ଟଙ୍କା ବୃଦ୍ଧି କରିଛି । ସେପ୍ଟେମ୍ବର ୧୭ ତାରିଖରୁ ଦେଶରେ ‘ମହିଳାମାନଙ୍କୁ ସୁଭଦ୍ରା’ ଯୋଜନା ଅଧୀନରେ ୫୦ ହଜାର ଟଙ୍କା ଯୋଗାଇ ଦୀୟଜିବ । ଆମ ରାଜ୍ୟର କୃଷକ ଏବଂ ମହିଳାମାନଙ୍କର ଆର୍ଥିକ ବିକାଶ ହେଉଛି ଆମୋର ସର୍ବୋଚ୍ଚ ପ୍ରାଥମିକତା।ସେ କୃଷକ ହେଉ ବା ଗରିବ ହେଉ ବା ମହିଳା ହେଉ ଯୁବକ ହେଉ ରାଜ୍ୟରେ ଥିବା ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟସେବା ଶିକ୍ଷା , ନିଯୁକ୍ତି, ଦକ୍ଷତା ବିକାଶ ଆମ ସରକାରର ସର୍ବୋଚ୍ଚ ପ୍ରାଥମିକତା ସହ ସମୂହ ବିକାଶ ଆମ ସରକାରର ଲକ୍ଷ୍ୟ। ରାଜ୍ୟ ନିଜର ‘ଅସ୍ମିତା’ (ଗର୍ବ) ବଜାୟ ରଖିବା ସହିତ ପରିବର୍ତ୍ତନ ଏବଂ ବିକାଶର ଯାତ୍ରା ଆରମ୍ଭ କରିଛି।
ସର୍ବପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ପ୍ରାତଃ ଘ. ୫.୦୦ ମି. ସହରରେ ରାମଧୂନ ପ୍ରଚାର କରାଯାଇଥିଲା । ସରକାରୀ ଓ ବେସରକାରୀ ଅନୁଷ୍ଠାନରେସକାଳ ଘ. ୭.୦୦ ମି ଠାରୁ ୮.୦୦ ମି ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ତାପରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ବାରା ସକାଳ ଘ. ୭.୩୦ ମି ଠାରୁ ୮.୦୦ ମି. ମଧ୍ୟରେ ସହରରେ ଅବସ୍ଥାପିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶାରୀରିକ କ୍ରୀଡା କୌଶଳ ପ୍ରଦର୍ଶନୀ କରାଯାଇଥିଲା। ତାପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜେତାଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ,,ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ, ଭା.ପ୍ର.ସେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିସି ଭା.ପ.ସେଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ତାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ସେବା ସମାଜ, ଉପଖଣ୍ଡ କାରାଗାର,ସ୍ଵଧାର ଗୃହ, ବରିଷ୍ଠ ନାଗରିକ ଗୃହ ଭଳି ଅନୁଷ୍ଠାନ ମାନଙ୍କରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ଘ.୬.୦୦ମି ସମୟେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ତ୍ରିରଙ୍ଗା ସାଂସ୍କୃତିକ ସନ୍ଧ୍ୟା ଓ ପଟ୍ଟଚିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ସମସ୍ତ କାର୍ଯକ୍ରମ ଡିଆଇପିଆରଓ ପରିଚାଳିତ କରିଥିବା ବେଳେ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )