February 7, 2025
Home » ଜୁହାର ଫାଉଣ୍ଡେସନ, ମୁମ୍ୱାଇ ତରଫରୁ ନୂଆଖାଇ ଭେଟଘାଟ

ଜୁହାର ଫାଉଣ୍ଡେସନ, ମୁମ୍ୱାଇ ତରଫରୁ ନୂଆଖାଇ ଭେଟଘାଟ

0

 

ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ତରଫରୁ ଆଜି ବୀର ସାବରକର ଭବନ,ଦାଦର ରେ ନୂଆଖାଇ ଭେଟଘାଟ-୨୦୨୪ ବହୁ ଧୁମଧାମରେ ପାଳନ କରାଯାଇଥିଲା।ଏହି ଉତ୍ସବ ରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ ଡାକ୍ତର ସପନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ଜୁହାର ସୋଭନିଅର,୨୦୨୩ -୨୪ କୁ ଉନ୍ମୋଚିତ କରି ନୂଆଖାଇ ଭେଟଘାଟ-୨୦୨୪ କୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରତ୍ନାକର ପଟ୍ଟନାୟକ ଶ୍ରୀମତୀ ଚାରୁଲତା କର କାର୍ଯ୍ୟନିର୍ବାହୀ ଅଧିକାରୀ ଆୟକର ବିଭାଗ,ମୁମ୍ବାଇ ଶ୍ରୀଯୁକ୍ତ ପ୍ରତ୍ୟୁଷ ପଣ୍ଡା,ଶ୍ରୀଯୁକ୍ତ ରବି ନାରାୟଣ ଷଡ଼ଙ୍ଗୀ, ଡାକ୍ତର ଗୌତମ ତ୍ରିପାଠୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ପଶ୍ଚିମ ଓଡିଶାର ବ୍ୟକ୍ତି ବିଶେଷ କଳା ସଂସ୍କୃତି ଓ ପରମ୍ପରା କୁ ବିଶ୍ଵଦରବାର ରେ ପହଞ୍ଚାଇବା ସହ ପ୍ରବାସି ଭାବରେ ଯୋଉ ସବୁ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ ମାନେ ଭାରତ ର ମାୟା ନଗରୀରେ ରହୁଛନ୍ତି ସେମାନଙ୍କୁ ବର୍ଷ ରେ ଗୋଟେ ଦିନ ରେ ଏକତ୍ରିତ ହୋଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବରଗଡ଼ ନୂଆପଡା, ବଲାଙ୍ଗୀର,ସୋନପୁର, ବଉଦ ଏବଂ କଳାହାଣ୍ଡି ଜିଲ୍ଲା ଅନେକ ପ୍ରବାସୀ ଓଡ଼ିଆ ପରିବାର ବହୁ ନିରାଡ଼ମ୍ବର ରେ ନୂଆଖାଇ ଭେଟଘାଟ କୁ ଉପଭୋଗ କରି ମୁମ୍ବାଇ ରେ ଘୁମୁରା ବଜାସାଲ ର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ସମ୍ବଲପୁର ର ରଙ୍ଗ ଫରୁଆ ଅନୁଷ୍ଠାନ ତରଫରୁ ବିଭିନ୍ନ ସାସ୍କୃତିକ ଅନୁଷ୍ଠାନ ତାଙ୍କର କାର୍ଯ୍ୟକ୍ରମ ରେ ଦର୍ଶକ ଙ୍କ ମନ ଜିଣିଥିଲେ।ଏହି କାଯ୍ୟକ୍ରମ ରେ ଅନେକ ପ୍ରବାସି ଓଡ଼ିଆ ଭାଇଭଉଣୀ ଙ୍କୁ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ଓ ପଶ୍ଚିମ ଓଡ଼ିଶା ର ଗାରିମା କୁ ସୁଦୃଢ କରିବା ସକାଶେ ପ୍ରୋତ୍ସାହିତ କରା ଯାଇଥିଲା। ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ଏବଂ ଜୁହାର ଫାଉଣ୍ଡେସନ ତରଫରୁ ଶ୍ରୀକାନ୍ତ ଚାଟାର୍ଜି, ପ୍ରଦୀପ ପଣ୍ଡା, ରବୀନ୍ଦ୍ର ଷଡଙ୍ଗୀ ଦୀପକ ପୂଜାରୀ,ବିନା ପୂଜାରୀ, ସୁଷମା ପଣ୍ଡା, ପୂଜା କବିତା ସାହାଣୀ, ଚମ୍ପକ ତ୍ରିପାଠୀ,ପ୍ରତ୍ୟୁଷ ପଣ୍ଡା ଏବଂ ପ୍ରଣବ ଭୋକ୍ତା କାଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *